MS Dhoni IPL Record: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ୧୬ତମ ଆଇପିଏଲ୍ ସଂସ୍କରଣର ଷଷ୍ଠ ମ୍ୟାଚ ଅପ୍ରେଲ ୩ ତାରିଖ ସୋମବାର ଖେଳାଯିବ। ଏହି ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଚେନ୍ନାଇସ୍ଥିତ ଚେପକ୍ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ। ଲକ୍ଷ୍ନୌ ଟିମ ବିପକ୍ଷରେ ଖେଳାଯିବାକୁ ଯାଉଥିବା ଏହି ମ୍ୟାଚ୍ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଲକ୍ଷ୍ନୌ ବିପକ୍ଷ ମୁକାବିଲାରେ ଚେନ୍ନାଇ ଟିମ କ୍ୟାପ୍ଟେନ ଏମଏସ ଧୋନୀ ଏକ ବ୍ୟକ୍ତିଗତ ସଫଳତା ହାସଲ କରିବାକୁ ଯାଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ଯଦି ଲକ୍ଷ୍ନୌ ଲକ୍ଷ୍ନୌ ସୁପର ଜାଏଣ୍ଟସ୍  ବିପକ୍ଷ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୮ ରନ୍ ସ୍କୋର କରନ୍ତି, ତାହେଲେ ଏମଏସ ଧୋନୀ ଆଇପିଏଲ୍ ଖେଳୁଥିବା ସେହି ବ୍ୟାଟ୍ସମ୍ୟାନ ତାଲିକାରେ ସାମିଲ ହେବ। ଏହି ରେକର୍ଡ ପାଇଁ ଚେନ୍ନାଇ ଟିମ ଅଧିନାୟକଙ୍କୁ ଆଉ ମାତ୍ର ୮ ରନ୍ ଆବଶ୍ୟକ। ଗୁଜୁରାଟ ବିପକ୍ଷ ଉଦଘାଟନୀ ମୁକିବିଲାରେ ଏମଏସ ଧୋନୀଙ୍କ ଉତ୍ତମ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଅଷ୍ଟମ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଧୋନି ୭ ବଲ ଖେଳି ୧୪ ରନ୍ ସଂଗ୍ରହ କରିଥିଲେ। ବ୍ୟାଟିଂ କରିବା ସମୟରେ ଏମଏସ ଧୋନୀ ଗୋଟିଏ ଛକା ଏବଂ ଅନ୍ୟ ଗୋଟିଏ ଚୌକା ମାରିଥିଲେ। 


ଏମଏସ ଧୋନୀ ଆଇପିଏଲ ମୁକାବିଲାରେ ୨୩୫ ମ୍ୟାଚର ୨୦୭ ଇନିଂସ ଖେଳି ୪୯୯୨ ରନ ସ୍କୋର କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ ବର୍ଗରେ ୫୦୦୦ ରନ୍ ପୂରଣ କରିବାକୁ ତାଙ୍କୁ ୮ ରନ୍ ସ୍କୋର କରିବାକୁ ପଡିବ। ଯଦି ଚେନ୍ନାଇ ଟିମ କ୍ୟାପ୍ଟେନ ଲକ୍ଷ୍ନୌ ବିପକ୍ଷ ମୁକାବିଲାରେ ୮ ରନ୍ ସ୍କୋର କରନ୍ତି, ତାହେଲେ ସେ ଆଇପିଏଲ୍ ଇତିହାସରେ ୫୦୦୦ ରନ୍ ସ୍କୋର କରିବାରେ ସପ୍ତମ ବ୍ୟାଟ୍ସମ୍ୟାନ୍ ହେବେ। ଏହା ବ୍ୟତୀତ ସେ ତାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଏକମାତ୍ର ଦ୍ୱିତୀୟ ଖେଳାଳି ହେବେ ଯିଏକି ଆଇପିଏଲ ମ୍ୟାଚରେ ୫ ହଜାରରୁ ଅଧିକ ରନ୍ ସ୍କୋର କରିବେ। ଆଇପିଏଲ ମୁକାବିଲାରେ ଏମଏସ ଧୋନୀଙ୍କ ପୂର୍ବରୁ ବିରାଟ କୋହଲି ୬୭୦୬, ଶିଖର ଧାୱନ ୬୨୮୪, ଡେଭିଡ ୱାର୍ନର ୫୯୩୭, ରୋହିତ ଶର୍ମା ୫୮୮୦, ସୁରେଶ ରାଇନା ୫୨୨୮ ଏବଂ ଏବି ଡି ଭିଲିୟର୍ସ ୫୧୬୨ ରନ୍ ସ୍କୋର କରିଛନ୍ତି।


ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ଦୁନିଆରେ ଦ୍ୱିତୀୟ ସଫଳ ଅଧିନାୟକ। ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୪ ଥର ଆଇପିଏଳ ଟ୍ରଫି ହାତେଇଛି। ଯଦି ୨୦୧୭ ଏବଂ ୨୦୧୭ ବର୍ଷର ସଂସ୍କରଣକୁ ବାଦ ଦିଆଯାଏ, ତାହେଲେ ସେ ଗତ ୨୦୦୮ ବର୍ଷରୁ କ୍ରମାଗତ ଭାବେ ଚେନ୍ନାଇ ଦଳ ପାଇଁ ମ୍ୟାଚ ଖେଳୁଛନ୍ତି। ଯଦି ଗତ ବର୍ଷ ଆଇପିଏଲ୍ ସଂସ୍କରଣକୁ ଅଧା ଛାଡ଼ି ଦିଆଯାଏ, ତାହେଲେ କେବଳ ଏମଏସ ଧୋନୀ ଚେନ୍ନାଇ ଟିମ୍ ନେତୃତ୍ୱ ନେଇଛନ୍ତି। ଗତ ଥରର ସଂସ୍କରଣରେ ସିଏସକେ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ କରିଥିଲେ। ହେଲେ ଅଧା ସମୟ ଧରି ଅଧିନାୟକତ୍ୱ କରିବା ପରେ ରବୀନ୍ଦ୍ର ଜାଡେଜା କ୍ୟାପ୍ଟେନ ପଦରୁ ଇସ୍ତଫା ଦେଇଥିଲେ। ଗତ ୨୦୨୨ ଆଇପିଏଲ୍ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଦର୍ଶନ ଦୟନୀୟ ରହିଥିଲା। ହେଲେ ଏଥର ଏମଏସ ଧୋନୀ ଗତ ସଂସ୍କରଣର ପ୍ରଦର୍ଶନକୁ ଭୁଲି ସିଏସକେ ପାଇଁ ଆଉ ଏକ ଟ୍ରଫି ଜିତିବାକୁ ଚାହୁଁଛନ୍ତି।