MI vs SRH Match Result: ଚଳିତ ଆଇପିଏଲ ସଂସ୍କରଣର ୬୯ ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ପାଖରୁ ୮ ୱିକେଟ ବ୍ୟବଧାନରେ ପରାସ୍ତ ହୋଇଛି ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇସ୍ଥିତ ୱାନଖେଡ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ହାଇଦ୍ରବାଦ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ସନରାଇଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୦ ରନ୍ ସ୍କୋର କରିଥିଲା। ହେଲେ ୨୦୧ ରନ ବିଜୟ ଲକ୍ଷ୍ୟକୁ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ୧୨ ବଲ୍ (୨ ଓଭର) ବାକି ରହି ୨୦୧ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା। ଏହି ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଯିବାର ଆଶା ଅକ୍ଷୁର୍ଣ୍ଣ ରହିଛି।


COMMERCIAL BREAK
SCROLL TO CONTINUE READING

ପ୍ରଥମ ଆଇପିଏଲ୍ ଶତକ ହାସଲ କଲେ କ୍ୟାମେରୁନ ଗ୍ରୀନ
ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମିଳିଥିବା ୨୦୧ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ଇଶାନ କିଶନ (୧୪) ରୂପରେ ପ୍ରଥମ ଝଟକା ପାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏହା ପରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଏବଂ ଦଳର ଅନ୍ୟତମ କ୍ୟାମେରନ୍ ଗ୍ରୀନ୍ ଉତ୍କୃଷ୍ଟ ସଟ୍ ଲଗାଇ ଦ୍ୱିତୀୟ ୱିକେଟ୍ ପାଇଁ ୧୨୮ ରନ୍ ଭାଗିଦାରୀ ବାଣ୍ଟିଥିଲେ। ଅଧିନାୟକ ରୋହିତ ଶର୍ମା ୫୬ ରନ ବ୍ୟକ୍ତିଗତ ସ୍କୋର କରି ଆଉଟ ହୋଇଯାଇଥିଲେ। ହେଲେ କ୍ୟାନେରୁନ ଗ୍ରୀନ୍ ଦ୍ରୁତ ଗତିରେ ବ୍ୟାଟିଂ କରିବା ଜାରି ରଖିଥିଲେ। ନିଜର ଆଇପିଏଲ୍ କ୍ୟାରିୟର ମଧ୍ୟର ପ୍ରଥମ ଶତକ ହାସଲ କରିଥିଲେ। ଗ୍ରୀନ୍ ୪୭ ବଲ୍ ରେ ୧୦୦ ରନ୍ ର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କ ବ୍ୟାଟ୍ରୁ ୮  ଚୌକା ଏବଂ ୮ ଛକା ବାହାରିଥିଲେ। ୧୬ ବଲ ଖେଳି ୨୫ ରନ୍ ସ୍କୋର କରିବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅପରାଜିତ ଫେରିଥିଲେ। ହାଇଦ୍ରାବାଦ ଟିମ୍ ପାଇଁ ଭୁବନେଶ୍ୱର କୁମାର ଏବଂ ମୟଙ୍କ ଡାଗର ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ।


ଅର୍ଦ୍ଧଶତକ ହାସଲ କରିଥିଲେ ବିବରାନ୍ତ-ମୟଙ୍କ 
ପ୍ରଥମେ ବ୍ୟାଟିଂ କରୁଥିବା ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓପନର୍ ବ୍ୟାଟ୍ସମ୍ୟାନ୍ ଭଲ ପାଳି ଆରମ୍ଭ କରିଥିଲେ। ମୟଙ୍କ ଅଗ୍ରୱାଲ ଏବଂ ବିବରାନ୍ତ ଶର୍ମା ପ୍ରଥମ ୱିକେଟ୍ ପାଇଁ ୧୪୦ ରନର ଏକ ବଡ଼ ଭାଗିଦାରୀ କରିଥିଲେ। ବ୍ୟକ୍ତିଗତ ସ୍କୋର ୬୯ ରନ୍ କରିବା ଆକାଶ ମଧୱାଲ ବିବାରନ୍ତ ଶର୍ମାଙ୍କୁ ଆଉଟ କରିଥିଲେ। ସେ ନିଜର ପାଳିରେ ୯ ଚୌକା ଏବଂ ୨ ଛକା ଲଗାଇଥିଲେ। ଏହା ପରେ ଏକ ଶତାବ୍ଦୀ ଆଡକୁ ଯାଉଥିବା ମୟଙ୍କ ମଧ୍ୟ ଆକାଶଙ୍କ ଦ୍ୱାରା ଧରାପଡିଥିଲେ। ମୟଙ୍କ ୮ ଚୌକା ଏବଂ ୪ ଛକା ସହାୟତାରେ ୮୩ ରନ୍ ସଂଗ୍ରହ କରିଥିଲେ। ସେମାନଙ୍କ ବ୍ୟତୀତ ହେନରିଚ୍ କ୍ଲାସେନ୍ (୧୮) ଏବଂ ଏଡେନ୍ ମାରକ୍ରମ (୧୩) ରନ୍ ଯୋଗଦାନ କରିଥିବାବେଳେ ଗ୍ଲେନ୍ ଫିଲିପ୍ସ ୧ ରନ୍ ଏବଂ ହ୍ୟାରି ବ୍ରୁକ୍ ଖାତା ନ ଖୋଲି ପାଭିଲିୟନ ଫେରି ଯାଇଥିଲେ।


ଆକାଶ ମାଧୱାଲଙ୍କ ଚମତ୍କାର ବୋଲିଂ
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦ୍ରୁତ ବୋଲିଂ କରିଥିବା ଆକାଶ ମାଧୱାଲ ଭଲ ବୋଲିଂ କରିଥିଲେ। ଆରମ୍ଭରେ ମାଧୱାଲ ଟିକେ ମହଙ୍ଗା ହୋଇଥିବା ପ୍ରମାଣିତ ହୋଇଥିଲା। ହେଲେ ଶେଷ ଓଭରରେ ସେ ଭଲ ବୋଲିଂ କରିଥିଲେ ଏବଂ ହାଇଦ୍ରବାଦ ଦଳକୁ ବଡ଼ ସ୍କୋର କରିବାରୁ ବାରଣ କରିଥିଲେ। ମାଧୱାଲ ୪ ଓଭର ବୋଲି ୪୭ ରନ୍ ବ୍ୟୟରେ ୪ ୱିକେଟ୍ ନେଇଥିଲେ। କ୍ରିସ୍ ଜୋର୍ଡାନ ୧ ୱିକେଟ୍ ପାଇଥିଲେ। ଜୋର୍ଡାନ ୪ ଓଭର ବୋଲିଂ ୪୨ ରନ୍ ବ୍ୟୟ କରିଥିଲେ। ପୀୟୁଷ ଚାୱଲା ୪ ଓଭର ବୋଲି ୩୯ ରନ୍, ଜେସନ ବେହେରେଣ୍ଡର୍ଫ ୪ ଓଭର ବୋଲିଂ କରି ୩୬ ରନ୍ ଏବଂ କୁମାର କାର୍ତ୍ତିକେୟ ୪ ଓଭର ୩୯ ରନ୍ ବ୍ୟୟ କରି କୌଣସି ସଫଳତା ପାଇ ନଥିଲେ। କ୍ୟାମେରନ୍ ଗ୍ରୀନ୍ ଶେଷ ଗୋଟିଏ ଓଭର ବୋଲିଂ ଗୋଟିଏ ରନ୍ କରିଥିଲେ ମଧ୍ୟ ତାଙ୍କୁ କୌଣସି ସଫଳତା ମିଳିନଥିଲା।