IPL 2023, KKR Captain: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ (IPL 2023) ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଏହାର ନୂତନ ଅଧିନାୟକ (Kolkata Knight Riders Captain) ଘୋଷଣା କରିଛି । ଶାହରୁଖ ଖାନଙ୍କ ଦଳ କେକେଆର (KKR) ଆହତ ଶ୍ରେୟସ ଆୟର (Shreyas Iyer) ଙ୍କ ସ୍ଥାନରେ ନୀତିଶ ରାଣା (Nitish Rana) ଙ୍କୁ ଅଧିନାୟକର କମାଣ ପ୍ରଦାନ କରିଛି । ମାର୍ଚ୍ଚ ୨୭ରେ ଏହା ଘୋଷଣା କରାଯାଇଛି । ନୀତିଶ ରାଣାଙ୍କ ଆଇପିଏଲରେ ୯୧ଟି ମ୍ୟାଚ୍ ଖେଳିବାର ଅଭିଜ୍ଞତା ଅଛି । ନୀତିଶ ରାଣା ଏହି ଲିଗରେ ୨,୧୮୧ ରନ୍ କରିଛନ୍ତି । ଗତ ସିଜନରେ କୋଲକାତା ନାଇଟ୍ ରାଇଡର୍ସର (Kolkata Knight Riders Captain) ନିୟମିତ ଅଧିନାୟକ ଥିବା ଶ୍ରେୟସ୍ ଆୟର (Shreyas Iyer) ପିଠିରେ ଆଘାତ ଯୋଗୁଁ ଆଇପିଏଲର ପ୍ରାରମ୍ଭିକ କିଛି ମ୍ୟାଚ୍ ମିସ୍ କରିପାରନ୍ତି । ତେଣୁ ନୀତିଶ ରାଣା (Nitish Rana) ଙ୍କୁ ତାଙ୍କ ସ୍ଥାନରେ କେକେଆର୍ ଷ୍ଟାଣ୍ଡ-ଇନ୍ ଅଧିନାୟକ (KKR Captain) ଭାବରେ ନାମିତ କରିଛି । ନୀତିଶ ରାଣା ଆଇପିଏଲ ଇତିହାସରେ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ର ଅଷ୍ଟମ ଅଧିନାୟକ ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ନୀତିଶ ରାଣା (Nitish Rana) ଜଣେ ଦମଦାର୍ ବାମହାତୀ ବ୍ୟାଟ୍ସମ୍ୟାନ୍ । ନୀତିଶ ରାଣା ୨୦୧୮ ଠାରୁ  କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ଫ୍ରାଞ୍ଚାଇଜ୍ ସହିତ ଯୋଡ଼ି ଅଛନ୍ତି । ନୀତିଶ ରାଣା ଗତ ୫ ସିଜନରେ ପ୍ରତ୍ୟେକ ଥର ୩୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ୨୯ ବର୍ଷୀୟ ନୀତିଶ ରାଣାଙ୍କର ଭାରତୀୟ ଘରୋଇ ସର୍କିଟରେ ଦିଲ୍ଲୀ ଦଳର ନେତୃତ୍ୱ ନେଇ ଅଧିନାୟକତ୍ୱ ଅଭିଜ୍ଞତା ରହିଛି । ନୀତିଶ ରାଣା ଆଇପିଏଲରେ ୧୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଶ୍ରେୟସ୍ ଆୟରଙ୍କ ଆଘାତ ପରେ କେକେଆର ସାମ୍ନାରେ ଅଧିନାୟକତ୍ୱ ପାଇଁ ଅନେକ ବିକଳ୍ପ ଥିଲା । କିନ୍ତୁ ଶେଷରେ ନୀତିଶ ରାଣାଙ୍କ ନାମ ଉପରେ ମୋହର ଲାଗିଛି ।


ଅଧିନାୟକ ହେବା ରେସରେ ଆଣ୍ଡ୍ରେ ରସେଲ, ସୁନୀଲ ନରେନ, ଶାର୍ଦୁଲ ଠାକୁରଙ୍କ ବ୍ୟତୀତ ବର୍ତ୍ତମାନର ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଅଧିନାୟକ ଟିମ ସାଉଥିଙ୍କ ନାମ ସାମିଲ ଥିଲା । ନୀତିଶ ରାଣା ମଧ୍ୟ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି । ନୀତିଶ ରାଣା ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ଗସ୍ତରେ ଆସୁଥିବା ତାଙ୍କର ତିନୋଟି ଅନ୍ତର୍ଜାତୀୟ ଅଭିଜ୍ଞତା ସହିତ ଦୁଇଟି ଟି-20 ଓ ଗୋଟିଏ ODIରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି ।


ଅଧିକ ପଢ଼ନ୍ତୁ:-ରାସ୍ତା ଉପରେ ଜଳିଗଲା ବସ୍; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ, ୨୯ ଗୁରୁତର


ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର; ବଢ଼ିବ HRA, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା!


ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣା; କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନିଧନ


ଆପଣଙ୍କୁ କହି ରଖୁଛୁ ଯେ, ନିକଟ ଅତୀତରେ ଅଷ୍ଟ୍ରେଲିଆ ବିପକ୍ଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ । ପିଠିରେ ଆଘାତ ଲାଗିଥିବାରୁ ଅହମ୍ମଦାବାଦ ଟେଷ୍ଟରେ ବାଦ୍ ପଡିଥିଲେ । ସେବେଠାରୁ ସେ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି । ଆଇପିଏଲ୍ ପୂର୍ବରୁ ତାଙ୍କ ଆଘାତ କେକେଆର୍ ପାଇଁ ଚିନ୍ତାର ବିଷୟ। କେକେଆର୍ ଟିମ୍ ମ୍ୟାନେଜମେଣ୍ଟ ଆଶା କରୁଛି ଯେ ଶ୍ରେୟସ୍ ଆୟର ସୁସ୍ଥ ହୋଇ ଖୁବ୍ ଶୀଘ୍ର ଆଇପିଏଲ୍ ୨୦୨୩ ସଂସ୍କରଣରେ ଅଂଶ ଗ୍ରହଣ କରିବେ ।