IPL 2024: ଆଜି ଓଡ଼ିଶାରେ ହୋଲି ପର୍ବ ପାଳନ କରାଯାଉଥିବା ବେଳେ ଗତ କାଲି ଦେଶର ବିଭିନ୍ନ ସ୍ଥାନରେ ଏହି ପର୍ବ ବେଶ୍ ଧୁମଧାମରେ ପାଳନ କରାଯାଇଛି। ବଡ଼ ବଡ଼ କଳାକାରମାନଙ୍କ ଠାରୁ ଆରମ୍ଭ କରି କ୍ରିଡ଼ାବିତ୍ ପର୍ଯ୍ୟନ୍ତ ସମସ୍ତେ ପାଳିଛନ୍ତି ରଙ୍ଗର ପର୍ବ ହୋଲି। ମୁମ୍ବାଇ ଇଣ୍ଡିଆନ୍ସ ଦଳ ମଧ୍ୟ ହୋଲି ରଙ୍ଗରେ ମସଗୁଲ୍ ହୋଇଥିବା ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ଉତ୍ସାହର ସହିତ ହୋଲି ଖେଳିଛନ୍ତି। ହୋଲି ପର୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦଳର ଖେଳାଳିମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରିଥିଲେ। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜଦେହଙ୍କ ସହ ହୋଲି ଖେଳୁଥିବା ନଜର ଆସିଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ହୋଲି କାର୍ଯ୍ୟକ୍ରମରେ ରୋହିତ ଶର୍ମା ଉତ୍ସାହର ସହିତ ହୋଲି ଖେଳୁଥିବା ଦେଖିବାକୁ ମିଳିଥିଲା। ରୋହିତ ରଙ୍ଗ ଏବଂ ପାଣି ସହିତ ହୋଲି ଖେଳିଥିଲେ। ତେବେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି | ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜଦେହଙ୍କ ସହ ହୋଲି ଖେଳୁଥିବା ନଜର ଆସିଛନ୍ତି।