RCB vs LSG Match Highlights: ସୋମବାର ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମ ଠାରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ହୋଇଥିବା ମୁକାବିଲାରେ ଆଶ୍ଟର୍ଯ୍ୟଜନକ ଫଳାଫଳ ଆସିଛି। ଏହି ରୋମାଞ୍ଚକର ମୁକାବିଲାରେ ବାଙ୍ଗଲୋର ଦଳକୁ ଗୋଟିଏ ୱିକେଟ ବ୍ୟବଧାନରେ ମାତ ଦେଇଛି ଲକ୍ଷ୍ନୌ ଟିମ। ଚଳିତ ଆଇପିଏଲ ସଂସ୍କରଣରେ ବାଙ୍ଗାଲୋରକୁ ପରାସ୍ତ କରିବା ଏହି ଟୁର୍ନାମେଣ୍ଟରେ ତୃତୀୟ ବିଜୟ ହାସଲ କରିଛି ଲକ୍ଷ୍ନୌ। 


COMMERCIAL BREAK
SCROLL TO CONTINUE READING

ସୋମବାର ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଗୋଟିଏ ୱିକେଟ୍ ବ୍ୟବଧାନରେ ପରାସ୍ତ କରି ଟୁର୍ନାମେଣ୍ଟରେ ତୃତୀୟ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଏଲଏସଜି ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରତିଦ୍ୱନ୍ଦ୍ୱୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରି ଏଲଏସଜି ସାମ୍ନାରେ ୨୧୩ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଆରସିବି ପକ୍ଷରୁ ଦିଆଯାଇଥିବା ବିଜୟ ଲକ୍ଷ୍ୟକୁ ୯ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ଏଲଏସଜି।


ଅପ୍ରେଲ ୧୦ ତାରିଖ ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଲକ୍ଷ୍ନୌ ଟିମ ଆରସିବି ଦଳକୁ ଗୋଟିଏ ୱିକେଟରେ ପରାସ୍ତ କରି ବାଜି ମାରି ନେଇଥିଲା। ଏହି ବିଜୟ ସହିତ ଲକ୍ଷ୍ନୌ ଦଳ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆରସିବି ଦୁଇଟି ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୨ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ଟିମ ୯ ୱିକେଟ୍ ହରାଇ ୨୧୩ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତି ନେଇଥିଲା।


ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଆରସିବି ଚମତ୍କାର ପ୍ରଦର୍ଶନ କରିଥିଲା। ବିରାଟ କୋହଲି ୪୪ ବଲରୁ ୬୧, ଗ୍ଲେନ ମ୍ୟାକ୍ସୱେଲ ୨୯ ବଲରୁ ୫୯ ଏବଂ ଅଧିନାୟକ ଫାଫ ଡ୍ୟୁ ପ୍ଲେସିସ୍ ୪୬ ବଲରୁ ଅପରାଜିତ ୭୯ ରନ୍ ସ୍କୋର କରିଥିଲେ। ଏହା ସହିତ ଲକ୍ଷ୍ନୌ ପାଇଁ ମାର୍କ ଉଡ଼ ଏବଂ ଅମିତ ମିଶ୍ରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏହାର ଜବାବରେ ଲକ୍ଷ୍ନୌ ଦଳର ପାଳି ବହୁତ ଖରାପ ଭାବରେ ଆରମ୍ଭ ହୋଇଥିଲା। କେବଳ ମାତ୍ର ୨୩ ରନରେ ଦଳ ତିନୋଟି ୱିକେଟ ହରାଇଥିଲା। 


ଏହା ପରେ ମାର୍କସ୍ ଷ୍ଟୋଇନିସ୍ ୩୦ ବଲରେ ୬୫ ରନର ଇନିଂସ ଖେଳିଥିଲେ। ଯାହା ପରେ ଲକ୍ଷ୍ନୌ ଦଳ ପୁନର୍ବାର ଟ୍ରାକ୍ ଆଡକୁ ଫେରି ଆସିଥିଲା। ଏହା ପରେ ନିକୋଲାସ୍ ପୁରନ୍ ୧୯ ବଲ ଖେଳି ୬୨ ରନ୍ ସ୍କୋର କରି ଲକ୍ଷ୍ନୌ ଦଳକୁ ବିଜୟ ନିକଟତର କରାଇଥିଲେ। ହେଲେ ଚଳିତ ଆଇପିଏଲ ସଂସ୍କରଣରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ନିକୋଲାସ୍ ପୁରନ୍ ୧୭ ତମ ଓଭର ବୋଲିଂ ସମୟରେ ଆଉଟ ହୋଇଯାଇଥିଲେ। ଅନ୍ୟପଟେ ଆୟୁଷ ବାଦୋନି ମଧ୍ୟ ୧୯ ତମ ଓଭର ବୋଲିଂ ସମୟରେ ହିଟ୍ ୱିକେଟ୍ ହୋଇଯାଇଥିଲେ। ଏହା ପରେ, ଶେଷ ଓଭର ସମୟରେ ଏଲଏସଜି ବ୍ୟାଟ୍ସ,ମ୍ୟାନ୍ ଲକ୍ଷ୍ନୌ ଦଳକୁ ବିଜୟ ଆଡକୁ ନେଇଥିଲେ। ଶେଷ ବଲରେ ଆବେଶ ଖାନ ଗୋଟିଏ ୱାଇ ରନ ନେଇଥିଲେ। ଯାହା ଆରସିବି-ଏଲଏସଜି ମଧ୍ୟରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପରାଜୟ ଏବଂ ବିଜୟ ମଧ୍ୟରେ ପାର୍ଥକ୍ୟ ବୋଲି ପ୍ରମାଣିତ ହୋଇଥିଲା।