IPL 2023,RR vs GT: ଆଇପିଏଲ ୧୬ ତମ ସିଜନର ୪୮ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଗୁଜୁରାଟ ଟାଇଟାନ୍ସ (Gujarat titans) । ୯ ୱିକେଟରେ ମ୍ୟାଚ ଉପରେ କବଜ୍ଜା କରିଛି ଗୁଜୁରାଟ । ବିଜୟ ଲାଗି ଧାର୍ଯ୍ୟ ୧୧୯ ରନ୍‌ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ଟାଇଟାନ୍ସ ଦଳ । ଗୁଜୁରାଟଠାରୁ (Rajasthan royals) ଶୋଚନୀୟ ପରାଜୟ ପରେ ଏହା ଥିଲା ରାଜସ୍ଥାନର ପଞ୍ଚମ ପରାଜୟ । ତେବେ ମ୍ୟାଚ ହାରିବା ପରେ ଅଧିନାୟକ ସଞ୍ଜୁ ସାମସନ (Sanju Samson) ନିରାଶ ହେବା ସହ ପରାଜୟକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ନେଇଥିଲା। ରାଜସ୍ଥାନର ବ୍ୟାଟ୍ସମ୍ୟାନ ମାନେ ସ୍ପିନରଙ୍କ ସାମ୍ନାରେ ବିଫଳ ହୋଇଥିଲେ।


COMMERCIAL BREAK
SCROLL TO CONTINUE READING

ମ୍ୟାଚ୍ ହାରିବା ପରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ (Sanju Samson) କହିଛନ୍ତି ଯେ, – “ଏହା ଏକ କଠିନ ରାତି ଥିଲା, ବାସ୍ତବରେ ଖେଳ ଆରମ୍ଭ କରିବା ଓ ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରିବା ପାଇଁ ପ୍ରକୃତରେ ଭଲ ପାୱାର୍ ପ୍ଲେ ନଥିଲା (Power play in ipl) । ଗୁଜୁରାଟର ବୋଲରମାନେ ଭଲ ବୋଲିଂ କରିବା ସହ ମଝି ଓଭରରେ କିଛି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଯେତେବେଳେ ଏହା ଘଟେ ସେ ସମୟରେ ଅଧିକ କିଛି କରିପାରିବ ନାହିଁ । ଆମକୁ ନିଜର ଭୁଲ ଯାଞ୍ଚ କରିବା ସହ ଦେଖିବାକୁ ପଡ଼ିବ ଯେ, ଆମେ ପ୍ରକୃତରେ ଭଲ କ୍ରିକେଟ୍ ଖେଳୁଛୁ କି ନାହିଁ । ଆଗକୁ କିଛି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିଛି । ଆଗାମୀ ସପ୍ତାହରେ ଆମେ ଜିତିବା ନେଇ ଆଶା ରଖିଛୁ” ।


ପ୍ରକାଶ ଥାଉ କି, ଶୁଭମନ ଗିଲ (shubman gill) ଓ ରିଦ୍ଧିମାନ ସାହାଙ୍କ (Wriddhiman Saha) ଚମତ୍କାର ଓପନିଂ ଯୋଗୁଁ ଦଳ ୧୩.୫ ଓଭରରେ ୧ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଚଳିତ ସିଜନରେ ଏହା ଥିଲା ଗୁଜୁରାଟର ସପ୍ତମ ବିଜୟ । ଶୁଭମନ ଗିଲ ଓ ରିଦ୍ଧିମାନ ସାହା ପ୍ରଥମ ୩ ଓଭରରେ ସତର୍କତାର ସହ ବ୍ୟାଟିଂ କରି ଦଳକୁ ୧୬ ରନ୍ ସ୍କୋରରେ ପହଞ୍ଚିଥିଲେ । ଇନିଂସର ଚତୁର୍ଥ ଓଭରରେ ରନ୍ ହାର ବୃଦ୍ଧି ପାଇବାରେ ଲାଗିଲା । ପ୍ରଥମ ୬ ଓଭର ଶେଷ ହେବା ପରେ ଗୁଜୁରାଟର ସ୍କୋର ୪୯ ରନ ସ୍କୋର କରିଥିଲା । ସାହା ଓ ଗିଲ ଏହାପରେ ଦ୍ରୁତ ରନ୍ ସ୍କୋର କରିବାକୁ ଲାଗିଲେ, ଯାହା ଦ୍ୱାରା ଦଳ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରିପାରିଥିଲା । ପରେ ୟୁଜଭେନ୍ଦ୍ର ଚହଲ ଶୁଭମନ ଗିଲ (shubman gill) ଙ୍କୁ ବ୍ୟକ୍ତିଗତ ସ୍କୋରରେ ୩୬ରେ ଆଉଟ କରିଥିଲେ ।


କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ବିସ୍ଫୋରକ ଇନିଂସ 


ଶୁଭମନ ଗିଲ ପାଭିଲିୟନକୁ ଫେରିବା ପରେ ଗୁଜୁରାଟ ଟାଇଟାନ୍ସ (Gujarat titans) ତରଫରୁରୁ ୩ ନମ୍ବର ବ୍ୟାଟିଂ କରିବାକୁ ଆସି କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା (Hardik pandya) ଚମତ୍କାର ବ୍ୟାଟିଂ କରିଥିଲେ । ହାର୍ଦ୍ଦିକ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ ଓ ମ୍ୟାଚରେ ଗୁଜୁରାଟର ବିଜୟକୁ ସମ୍ପୂର୍ଣ୍ଣ ରୂପେ ସୁନିଶ୍ଚିତ କରିଥିଲେ । ଏହି ମ୍ୟାଚରେ ହାର୍ଦ୍ଦିକ ମାତ୍ର ୧୫ଟି ବଲରେ ୩୯ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ରିଦ୍ଧିମାନ ସାହା ୪୧ ରନର ଅପରାଜିତ ଇନିଂସ ଖେଳିଥିଲେ । ୧ ୱିକେଟ୍ ହରାଇ ୧୩.୫ ଓଭରରେ ଗୁଜୁରାଟ ୧୧୯ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ରାଜସ୍ଥାନ ପାଇଁ ବୋଲିଂରେ ୟୁଜବେନ୍ଦ୍ର ଚହଲ ମାତ୍ର ଗୋଟିଏ ୱିକେଟ୍ ପାଇଥିଲେ ।


ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଇନିଂସ ବିଷୟରେ କହିବାକୁ ଗଲେ, ଦଳ ପକ୍ଷରୁ ବହୁତ ଖରାପ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନର ମାତ୍ର ୪ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଅତିକ୍ରମ କରିପାରିନଥିଲେ । ରାଜସ୍ଥାନ ପାଇଁ କ୍ୟାପଟେନ ସଞ୍ଜୁ ସାମସନ୍ ସର୍ବାଧିକ ୩୦ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ଟ୍ରେଣ୍ଟ ବୋଲ୍ଟ ୧୫ ଓ ଯଶସ୍ୱୀ ଜୌସୱାଲ ୧୪ ରନ ସ୍କୋର କରିଥିଲେ । ଗୁଜୁରାଟ ତରଫରୁ ବୋଲିଂକରି ରସିଦ ଖାନ ୩ ୱିକେଟ୍ ନେଇଥିବା ବେଳେ ନୁର ଅହମ୍ମଦ ୨ଟି ୱିକେଟ୍ ନେଇଥିଲେ । ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜୋଶୁଆ ଲିଟିଲ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।