IPL 2023: ଲକ୍ଷ୍ନୌ ସୁପର ଜଏଣ୍ଟସ୍ (Lucknow Super Giants) ଆଇପିଏଲର ୧୬ ତମ ସିଜନ୍ ମଝିରେ ଦୁଇଟି ବଡ଼ ଝଟକା ପାଇଛି । ଦଳର ଅଧିନାୟକ କେ.ଏଲ୍ ରାହୁଲ (KL Rahul) ଓ ଜୟଦେବ ଉନାଦକତ (Jaydev Unadkat) ଆହତ କାରଣରୁ ପରବର୍ତ୍ତୀ ମ୍ୟାଚରେ ଭାଗ ନେବା କଷ୍ଟକର ହୋଇପଡିଛି । ଉଭୟ ଷ୍ଟାର ଖେଳାଳି ଆଇପିଏଲରୁ ବାଦ ପଡ଼ିବା ପ୍ରୟାତଃ ନିଶ୍ଚିତ । ବିସିସିଆଇ (BCCI) ମେଡିକାଲ ଟିମର ତତ୍ତ୍ୱାବଧାନରେ ସ୍କାନ ପାଇଁ ଏଲଏସଜି ଅଧିନାୟକ ଗୁରୁବାର ମୁମ୍ବାଇ ଯିବେ । ରାହୁଲଙ୍କ ଅନୁପସ୍ଥିତିରେ LSG ର ନେତୃତ୍ୱ କ୍ରୁନାଲ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରାଯାଇଛି । ଏଥି ସହିତ କେଏଲ ରାହୁଲ ଓ ଜୟଦେବ ଉନାଦକତଙ୍କ ଆଘାତ ମଧ୍ୟ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ଫାଇନାଲ ପୂର୍ବରୁ ଆହତ ହେବା ଟିମ ଇଣ୍ଡିଆ ପାଇଁ ଚିନ୍ତାଜନକ ଅଟେ ।


COMMERCIAL BREAK
SCROLL TO CONTINUE READING

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷର ନିଜର ଶେଷ ମ୍ୟାଚରେ ଜଙ୍ଘରେ ଗଭୀର ଆଘାତ ଲାଗିବା ପରେ ସୁପର ଜଏଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଅଧିକ ମ୍ୟାଚରେ ଅଂଶଗ୍ରହଣ କରି ପାରିବେ ନାହିଁ । ସେହିଏପରି ନେଟରେ ବୋଲିଂ ବେଳେ ଜୟଦେବ ଉନାଦକତ ଆହତ ହୋଇଥିଲେ । ତେବେ ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ସେମାନେ ଦଳକୁ ଫେରିବାର ସମ୍ଭାବନା ରହିଛି ।


ବାଉଣ୍ଡ୍ରି ନିକଟରେ ଫାଫ ଡୁ ପ୍ଲେସିସଙ୍କ ଏକ କଭର ଡ୍ରାଇଭକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ରାହୁଲ ତାଙ୍କ ଡାହାଣ ଜଙ୍ଘରେ ଏହି ଆଘାତ ପାଇଥିଲେ । ବୋର୍ଡ ଅଫ୍ କ୍ରିକେଟ୍ ଅଫ୍ ଇଣ୍ଡିଆ (ବିସିସିଆଇ) ର ଏକ ସୂତ୍ର ଗୋପନୀୟତା ସର୍ତ୍ତରେ କହିଛି, "ଲୋକେଶ ରାହୁଲ ବର୍ତ୍ତମାନ ଲକ୍ଷ୍ନୌରେ ଦଳ ସହ ଅଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଦେଖିବା ପରେ ଗୁରୁବାର ଦିନ ମୁମ୍ବାଇ ଆସିବେ ।" ତାଙ୍କର ସ୍କାନ ମୁମ୍ବାଇର ବିସିସିଆଇ ଦ୍ୱାରା ନିର୍ମିତ ମେଡିକାଲରେ କରାଯିବ । ଜୟଦେବଙ୍କ ମାମଲା ତାଙ୍କ ମାମଲା ସହିତ ମଧ୍ୟ ବିଚାର କରାଯିବ ।"


ସୂତ୍ର ମଧ୍ୟ ନିଶ୍ଚିତ କରିଛି ଯେ ଏପର୍ଯ୍ୟନ୍ତ କୌଣସି ସ୍କାନ କରାଯାଇ ନାହିଁ । ସେ କହିଛନ୍ତି, “ଯେତେବେଳେ କେହି ଏହି ପ୍ରକାରର ଆଘାତ ପାଆନ୍ତି, ସେହି ଜାଗାରେ ଓ ଏହାର ଆଖପାଖରେ ବହୁତ ଯନ୍ତ୍ରଣା ହୁଏ ଏବଂ ଫୁଲିଯାଏ । ଫୁଲା ସ୍ଥିର ହେବା ପାଇଁ ପ୍ରାୟ ୨୪ ରୁ ୪୮ ଘଣ୍ଟା ଲାଗେ ଏବଂ କେବଳ ସେତେବେଳେ ଆପଣ ସ୍କାନ୍ କରିହୁଏ । ସେ ହେଉଛନ୍ତି ଟେଷ୍ଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ, ତେଣୁ ଆଇପିଏଲରେ ଅଧିକ ଅଂଶଗ୍ରହଣ ନକରିବା ବୁଦ୍ଧିମାନ ହେବ ।” ସ୍କାନରୁ ଆଘାତର ଗମ୍ଭୀରତା ଜାଣିବା ପରେ ବିସିସିଆଇ ମେଡିକାଲ ଟିମ୍ ଚିକିତ୍ସା ପ୍ରକ୍ରିୟା ବିଷୟରେ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ପ୍ରକାଶ ।


ଏହା ବି ପଢ଼ନ୍ତୁ: Kohli vs Gambhir: 'ଅବ୍ ତୁ ମୁଝେ ଶିଖାଏଗା'; ପିଲାଙ୍କ ପରି ଲଢ଼ିଥିଲେ ବିରାଟ କୋହଲି ଓ ଗୌତମ ଗମ୍ଭୀର, ଜାଣନ୍ତୁ ପୂରା ଘଟଣା


ଏହା ବି ପଢ଼ନ୍ତୁ: IPL 2023: ପଡ଼ିଆରେ ଝଗଡା ପରେ ନବୀନ ଇନଷ୍ଟାରେ ଯାହା ଲେଖିଲେ, ଲଢେଇ ଆହୁରି ଲମ୍ବା ହେବ!