PL 2023: MI vs GT, ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ପରାସ୍ତ କରି ଗୁଜୁରାଟ ଟାଇଟନ୍ସ ଆଇପିଏଲ୍ ୨୦୨୩ ଫାଇନାଲରେ ପହଞ୍ଚିଛି । ଆଇପିଏଲ୍ ୨୦୨୩ ର ଦ୍ୱିତୀୟ ଯୋଗ୍ୟତା ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇ ଥିଲା । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୩ ରନ୍ ସ୍କୋର କରିଥିଲା । ଗୁଜୁରାଟ ତରଫରୁ ଶୁବମନ ଗିଲ ସର୍ବାଧିକ ୬୦ ବଲରୁ ୧୨୯ ର ଚମତ୍କାର ଇନିଂସ ଖେଳିଥିଲେ । ସେ ଏହି ଇନିଂସରେ ୭ଟି ଚୌକା ଓ ୧୦ ଛକା ମାରିଥିଲେ । ମୁମ୍ବାଇ ଦଳରୁ ପୀୟୁଷ ଚାୱଲା ଓ ଆକାଶ ମାଧୱାଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।


COMMERCIAL BREAK
SCROLL TO CONTINUE READING

ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଥିଲା ୨୩୪ ରନର ବିଜୟ ଲକ୍ଷ୍ୟ
ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ୨୩୪ ରନ୍ ଲକ୍ଷ୍ୟ ଥିଲା, କିନ୍ତୁ ରୋହିତ ଶର୍ମାଙ୍କ ଟିମ୍ ୧୮.୨ ଓଭରରେ ମାତ୍ର ୧୭୧ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସୂର୍ଯ୍ୟକୁମାର ଯାଦବ ଏକ ଚମତ୍କାର ଇନିଂସ ଖେଳିଥିଲେ । ସୁର୍ଯ୍ୟକୁମାର ଯାଦବ ୩୮ ବଲରେ ୬୧ ରନ୍ ସ୍କୋର କରିଥିଲେ । ସେ ନିଜ ଇନିଂସରେ ୭ ଚୌକା ଓ ୨ଟି ଛକା ମାରିଥିଲେ । ତିଲକ ଭର୍ମା ୧୪ ବଲରେ ୪୩ ରନ୍ ସ୍କୋର କରିଥିଲେ । ସେ ନିଜ ଇନିଂସରେ ୫ଟି ଚୌକା ଓ ୩ଟି ଛକା ମାରିଥିଲେ । ଏହା ବ୍ୟତୀତ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ୨୦ ବଲରେ ୩୦ ରନ୍ ସ୍କୋର କରିଥିଲେ ।


ଶୁବମନ ଗିଲ ମାରିଥିଲେ ବିସ୍ଫୋରକ ଇନିଂସ
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗିଲ ୧୨୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ନିଜ ଇନିଂସ ସମୟରେ ଶୁଭମନ ଗିଲ ୬୦ ବଲରେ ସମ୍ମୁଖୀନ ହୋଇଥିଲେ ଓ ସାତଟି ଚୌକା ଏବଂ ୧୦ଟି ଛକା ମାରିଥିଲେ । ଏହି ସିଜିନରେ ଏହା ଗିଲଙ୍କର ତୃତୀୟ ଶତକ ଓ ଆଇପିଏଲ କ୍ୟାରିୟରର ସର୍ବାଧିକ ସ୍କୋର ଅଟେ । ଏହା ସହିତ, ଆଇପିଏଲ୍ ପ୍ଲେ ଅଫ୍ ରେ କୌଣସି ବ୍ୟାଟ୍ସମ୍ୟାନଙ୍କ  ଦ୍ୱାରା ଏହା ସର୍ବାଧିକ ସ୍କୋର ଅଟେ ।


କ୍ୱାଲିଫାୟର୍-୨ ମ୍ୟାଚ୍ ପୂର୍ବରୁ ଶୁବମନ ଗିଲ ହାରାହାରି ୫୫.୫୪ ରେ ୧୫ଟି ଇନିଂସରେ ୭୨୨ ରନ୍ ସ୍କୋର କରିଥିଲେ । ଏହି ମ୍ୟାଚ୍ ପୂର୍ବରୁ ଗିଲ୍ ଓ ଡୁ ପ୍ଲେସିସ୍ ମଧ୍ୟରେ ପାର୍ଥକ୍ୟ ମାତ୍ର ୮ ରନ୍ ଥିଲା । ଚଳିତ ସିଜନରେ ଶେଷ ୪ଟି ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ଗିଲଙ୍କ ବ୍ୟାଟରୁ ୩ଟି ଶତକ ଦେଖିବାକୁ ମିଳିଛି ।


ଏହା ବି ପଢନ୍ତୁ: Shubman Gill Century: ଶୁବମନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମାରିଲେ ତୂଫାନୀ ଶତକ; ଭାଙ୍ଗିଲେ ଅନେକ ବଡ଼ ରେକର୍ଡ


ଏହା ବି ପଢନ୍ତୁ: WTC Final 2023: ନିଜ ଗୋଡରେ କୁରାଢ଼ୀ ମାରିଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଛାଡିବ ନାହିଁ ଅଷ୍ଟ୍ରେଲିଆ, ଫାଇନାଲ ଜିତିବା କଷ୍ଟକର!