Kevin Obrien Retire: ଆୟାରଲାଣ୍ଡର ଅଲରାଉଣ୍ଡର କେଭିନ ଓବ୍ରାଇନ (Kevin O'Brien) ଆନ୍ତର୍ଜାତିକ କ୍ରିକେଟରୁ ଅବସର(Retire From International Cricket) ନେଇଛନ୍ତି। କେଭିନଙ୍କ ଆନ୍ତର୍ଜାତି ଏକଦିବସିୟ କ୍ରିକେଟ ମ୍ୟାଚରେ ଦୁଇଟି ଶତକ ହାସଲ କରିଛନ୍ତି। ଏହି ଦୁଇ ଶତକ ମଧ୍ୟରୁ ଗୋଟିଏ ସ୍ମୃତି ହୋଇ ରହିଯିବ। ୨୦୧୧ ମସିହାର ବିଶ୍ବକପରେ କେଭିନ ବେଙ୍ଗାଲୁରୁ ଠାରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୬୩ ବଲରେ ୧୧୩ ରନ ସଂଗ୍ରହ କରି ଆୟାରଲାଣ୍ଡକୁ ତିନି ଓ୍ବିକେଟରେ ଜିତାଇଥିଲେ।   


COMMERCIAL BREAK
SCROLL TO CONTINUE READING

ଆୟାରଲାଣ୍ଡର ଷ୍ଟାର ଅଲରାଉଣ୍ଡର(ireland star allrounder) କେଭିନ ଓବ୍ରାଇନ ଆନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। କେଭିନ ନିଜ ଟ୍ବିଟର ଆକାଉଣ୍ଟରେ ଏହା ପୋଷ୍ଟ କରି ତାଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି। ଓବ୍ରାଇନ ତାଙ୍କ ଅନ୍ତରାଷ୍ଟ୍ରିୟ କ୍ରିକେଟ କ୍ୟାରିୟରରେ ଅତୁଟ ବିଶ୍ବାସ ପାଇଁ ତାଙ୍କ କୋଚ, ପରିବାର, ପତ୍ନୀ ଏବଂ ଆୟାରଲାଣ୍ଡ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। 


୩୮ ବର୍ଷିୟ କେଭିନ ଓବ୍ରାଇନ, ଅଧିକ ସମୟ ପର୍ଯ୍ୟନ୍ତ କ୍ରିକେଟ ଖେଳାଳିଥିବା ଆୟାରଲାଣ୍ଡ ଖେଳାଳି ସୂଚୀ ମଧ୍ୟରେ ସାମିଲ। ସେ ନିଜ ୧୬ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ଆୟାରଲାଣ୍ଡ ପାଇଁ ସମସ୍ତ ଫର୍ମାଟରେ ମିଶାଇ ମୋଟ ୨୬୬ଟି ମ୍ୟାଚରେ ଭାଗ ନେଇଛନ୍ତି। କେଭିନ ଓବ୍ରାଇନ ନିଜ ଫୋଷ୍ଟରେ ଲେଖିଛନ୍ତି, ସେ ଚଳିତ ବର୍ଷ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ହେବାକୁ ଥିବା ଟି-୨୦ ବିଶ୍ବକପ ପରେ ଅବସର ନେବାକୁ ଭାବିଥିଲେ। କିନ୍ତୁ, ଗତ ବର୍ଷ ବିଶ୍ବକପରେ ଆୟରିସ ଟି-୨୦ ଦଳର ଲଜ୍ଜାଜନକ ପ୍ରଦର୍ଶନ ପରେ ବିଶ୍ବକପ ପୂର୍ବରୁ ସେ ଅବସର ନେବାକୁ ଘୋଷଣା କରିଛନ୍ତି।


ଆୟାରଲାଣ୍ଡ ଟି-୨୦ ବିଶ୍ବକପ ୨୦୨୧ରେ ନିଜର ଶେଷ ମ୍ୟାଚରେ ନାମିବିଆ ବିପକ୍ଷରେ ଖେଳିଥିବା ବେଳେ, ସେଥିରେ ଅପମାନ ଜନକ ଭାବେ ହାରିଥିଲା। ଆଉ ସଂଯୋଗ ବସତଃ ସେହି ମ୍ୟାଚ କେଭିନ ଓବ୍ରାଇନଙ୍କ ତାହା ଶେଷ ମ୍ୟାଚ ସାବ୍ୟସ୍ତ ହେଲା।  କେଭିନଙ୍କ ନାଁରେ ଆନ୍ତର୍ଜାତିକ କ୍ରିକେଟରେ ୩୬୧୯ ରନ ସଂଗ୍ରହ କରିବା ସହିତ ୧୧୪ ଓ୍ବିକେଟ ବି ନିଜ ନାଁରେ ସାମିଲ କରିଥିଲେ।