Ishant Sharma: ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Bangladesh Test Series) ଆରମ୍ଭ ହୋଇସାରିଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs BAN 1st Test) ଚଟ୍ଟଗ୍ରାମରେ ଖେଳାଯାଉଛି । ଏହି ସମୟରେ ଟିମ୍ ଇଣ୍ଡିଆ (Team India) ର ଜଣେ ଖେଳାଳି ଭାରତ ଓ ବାଂଲାଦେଶ ଟେଷ୍ଟ ସିରିଜ୍ ମଝିରେ ଅବସର ଘୋଷଣା କରିପାରନ୍ତି । କାରଣ ବର୍ତ୍ତମାନ ଏହି ଖେଳାଳିଙ୍କ ପାଇଁ ଟିମ୍ ଇଣ୍ଡିଆରେ ଫେରିବା ପ୍ରାୟ ଅସମ୍ଭବ । ବର୍ତ୍ତମାନ ଏହି ଖେଳାଳିଙ୍କ ପାଇଁ ଟିମ୍ ଇଣ୍ଡିଆର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଭାରତୀୟ ଦଳରେ ପ୍ରବେଶ କରିବାର କୌଣସି ଉପାୟ ନ ଦେଖି ଏହି ଖେଳାଳି ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରକୁ ସମ୍ପୂର୍ଣ୍ଣ ବିରାମ ଦେଇପାରନ୍ତି ।


COMMERCIAL BREAK
SCROLL TO CONTINUE READING

ଟିମ ଇଣ୍ଡିଆରେ ଏବେ ଦ୍ରୁତ ବୋଲର ଇଶାନ୍ତ ଶର୍ମା (Ishant Sharma) ଙ୍କୁ ସୁଯୋଗ ମିଳିବା ଅସମ୍ଭବ । ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଉମେଶ ଯାଦବ, ଶାର୍ଦ୍ଦୁଲ ଠାକୁର ଏବଂ ନବଦୀପ ସୈନିଙ୍କ ଭଳି ଦ୍ରୁତ ବୋଲରଙ୍କ କାରଣରୁ ବର୍ତ୍ତମାନ ଇଶାନ୍ତ ଶର୍ମାଙ୍କୁ କେହି ଗୁରୁତ୍ୱ ଦେଉ ନାହାଁନ୍ତି । କ୍ଷୀରରୁ ମାଛି ଫିଙ୍ଗିବା ଭଳି ଚୟନକର୍ତ୍ତାମାନେ ଇଶାନ୍ତ ଶର୍ମାଙ୍କୁ ଟିମ୍ ଇଣ୍ଡିଆରୁ ଫିଙ୍ଗି ଦେଇଛନ୍ତି । ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜଙ୍କ ଭଲି ଦ୍ରୁତ ବୋଲର ଫ୍ୟାବରେଟ୍ ରହିଛି । ବର୍ତ୍ତମାନ ଜସପ୍ରୀତ ବୁମ୍ରା ବାଂଲାଦେଶ ବିପକ୍ଷ ଏହି ଟେଷ୍ଟ ସିରିଜରେ ଖେଳୁ ନାହାଁନ୍ତି, ଉମେଶ ଯାଦବ ତାଙ୍କ ସ୍ଥାନ ପୂରଣ କରିଛନ୍ତି । 


ଏଥିରୁ ଅନୁମାନ କରାଯାଇପାରେ ଯେ ବର୍ତ୍ତମାନ ଟିମ୍ ଇଣ୍ଡିଆରେ ବିପଜ୍ଜନକ ଦ୍ରୁତ ବୋଲରଙ୍କ ଅଭାବ ନାହିଁ । ଦ୍ରୁତ ବୋଲିଂରେ ଏତେଗୁଡ଼ିଏ ବିକଳ୍ପ ଥିବାରୁ ବର୍ତ୍ତମାନ ଇଶାନ୍ତ ଶର୍ମାଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବା ଅସମ୍ଭବ । ନଭେମ୍ବର ୨୦୨୧ରେ ଇଶାନ୍ତ ଶର୍ମା ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ତେବେ ନଭେମ୍ବର ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା କାନପୁର ଟେଷ୍ଟ ମ୍ୟାଚରେ ଇଶାନ୍ତ ଶର୍ମା ଗୋଟିଏ ୱିକେଟ୍ ନେଇପାରିନଥିଲେ । ନଭେମ୍ବର ୨୦୨୧ରେ କାନପୁର ଟେଷ୍ଟ ଖେଳିବା ପରେ ଇଶାନ୍ତ ଶର୍ମାଙ୍କୁ ଆଉଥରେ ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ଦିଆଯାଇ ନାହିଁ । 


ଏହା ବି ପଢ଼ନ୍ତୁ:-ବାହାଘର ପାଇଁ ଚାପ ପକାଇଲେ ବୋଲି ଗର୍ଲଫ୍ରେଣ୍ଡକୁ ଭୁବନେଶ୍ୱରରୁ ନେଇଗଲା ସୁରତ, ୪୯ ଥର ଛୁରୀ ଭୁଷି କଲା ହତ୍ୟା


ଏହା ବି ପଢ଼ନ୍ତୁ:-ମୋରୋକ୍କୋର ସ୍ୱପ୍ନ ଭାଙ୍ଗିଲା ଫ୍ରାନ୍ସ, ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ; ଆର୍ଜେଣ୍ଟିନା ସହ ହେବ ଟକ୍କର


ଏହା ବି ପଢ଼ନ୍ତୁ:-ପୁରୁଷମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରନ୍ତି ନାହିଁ, ତଥାପି ସେମାନଙ୍କ ଛାତିରେ କାହିଁକି ଥାଏ ନିପ୍ପେଲ୍ସ? ଜାଣନ୍ତୁ ଏହାର କାରଣ


ଟିମ୍ ଇଣ୍ଡିଆ ପାଇଁ ୧୦୫ଟି ଟେଷ୍ଟ ମ୍ୟାଚରେ ଇଶାନ୍ତ ଶର୍ମା ୩୧୧ ୱିକେଟ୍ ନେଇଛନ୍ତି । ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ଇଶାନ୍ତ ଶର୍ମା ଜାହିର ଖାନଙ୍କ ରେକର୍ଡ ଭାଙ୍ଗିବା ଠାରୁ ମାତ୍ର ଗୋଟିଏ ୱିକେଟ୍ ଦୂରରେ ଅଛନ୍ତି । ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ ମ୍ୟାଚ୍‌ରେ ଜାହିର ଖାନ ୩୧୧ ୱିକେଟ୍ ନେଇଥିଲେ ।