ICC Test Ranking: ବିଶା‌ଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ବିପକ୍ଷରେ ଜସପ୍ରୀତ ବୁମ୍ରାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବୁମ୍ରା ନିଜର ଏହି ଚତ୍ମକାର ପ୍ରଦର୍ଶନ ବଳରେ ଟେଷ୍ଟରେ ବିଶ୍ୱର ଏକ ନମ୍ବର ବୋଲର ହୋଇପାରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରେ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୧୦୬ ରନ୍‌ରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳାକୁ ୧-୧ ବରାବର କରିଛି ଟିମ୍ ଇଣ୍ତିଆ । ଇଂଲଣ୍ଡକୁ  ୨୯୨ ରନ୍‌ରେ ଅଲଆଉଟ୍ କରି ହାଇଦ୍ରାବାଦ ପରାଜୟର ପ୍ରତିଶୋଧ ନେଇଛି ଦଳ । ସ୍ପିନରଙ୍କୁ ସୁହାଉଥିବା ପିଚ୍‌ରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦଳକୁ ଏହି ବିଜୟ ଭେଟି ଦେଇଥିଲେ । ଏହାସହ ପ୍ରଥମ ପାଳିର ଦ୍ବିଶତକ ହାସଲକାରୀ ଯଶସ୍ବୀ ଜୟୱାଲ ଏବଂ ଦ୍ବିତୀୟ ପାଳିରେ ଶତକୀୟ ପାଳି ଖେଳିଥିବା ଶୁବମନ ଗିଲ୍‌ଙ୍କୁ ପଛରେ ପକାଇ ମ୍ୟାଚ୍‌ର ମ୍ୟାନ୍ ଅଫ ମ୍ୟାଚ୍ ହୋଇଥିଲେ । ବର୍ତ୍ତମାନ ତାଙ୍କର ୮୮୧ ପଏଣ୍ଟ ରହିଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ବୁମରା ୬ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ସେ ୩ଟି ୱିକେଟ୍ ନେଇଥିଲେ । ତେବେ ତିନୋଟି ଯାକ ଫର୍ମାଟରେ ବୁମରା ଶୀର୍ଷରେ ରହିଥିବା ପ୍ରଥମ ବୋଲର ହୋଇଛନ୍ତି ।


କିନ୍ତୁ ଏହି ଷ୍ଟାର ବୋଲର ତୃତୀୟ ଟେଷ୍ଟ୍ ମ୍ୟାଚ୍ ରୁ ବାଦ ପଡ଼ିପାରନ୍ତି ବୋଲି ସୂଚନା ମିଳିଛି । ପ୍ରଥମ ୨ଟି ଟେଷ୍ଟ ମ୍ୟାଚ୍ ରେ ୧୫ଟି ୱିକେଟ୍ ହାସଲ କରିଥିବା ବୁମରାଙ୍କୁ ତୃତୀୟ ଟେଷ୍ଟରୁ ବିରତ ଦେବା ନେଇ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି । ଇତି ମଧ୍ୟରେ ସେ ୨ଟି ମ୍ୟାଚ୍ ରେ ୫୭.୫ ଓଭର ବୋଲିଂ କରିସାରିଲାଣି । ଫେବ୍ରୁଆରି ୧୫ରୁ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ଆଉ ମାତ୍ର ୯ଦିନ ବାକି ରହିଛି । ଆଗକୁ ଆଉ ୩ଟି ଟେଷ୍ଟ ବାକି ରହିଛି । ତେଣୁ ତାଙ୍କୁ ଉପଯୁକ୍ତ ବିଶ୍ରାମ ମିଳିବା ଜରୁରୀ ଅଟେ । ପ୍ରକାଶ ଥାଉ କି, ବୁମାରଙ୍କ ସ୍ଥାନରେ ମହମ୍ମଦ ସିରାଜ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳିବେ । ସିରାଜଙ୍କୁ ଦ୍ବିତୀୟ ଟେଷ୍ଟରୁ ବିଶ୍ରାମ ଦିଆଯାଇଥିଲା । ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ଅଲରାଉଣ୍ତର ରବିନ୍ଦ୍ର ଜାଡ଼େଜା ପରବର୍ତ୍ତୀ ୩ଟି ଯାକ ଟେଷ୍ଟ ଖେଳିବା ନେଇ ଆଶା କମ୍ ରହିଛି । ସେପଟେ ଆହତ କେ. ଏଲ ରାହୁଲ ୧୫ ତାରିଖ ପୂର୍ବରୁ ଫିଟ୍ ହୋଇଯିବା ନେଇ ଆଶା ରହିଛି ।