KKR vs RCB Match Result: ବୁଧବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୧ ରନ୍ ବ୍ୟବଧାନରେ କୋଲକାତା ନାଇଟ୍ ରାଇଡର୍ସ ପାଖରୁ ପରାସ୍ତ ହୋଇଛି। ଚଳିତ ଆଇପିଏଲ ସଂସ୍କରଣରେ ବାଙ୍ଗାଲୋରକୁ ହରାଇ କୋଲକାତା  ତୃତୀୟ ବିଜୟ ହାସଲ କରିଛି। ବେଙ୍ଗାଲୁରୁ ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ କୋଲକାତା ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୦ ରନ ସଂଗ୍ରହ। ପ୍ରତିଦ୍ୱନ୍ଦ୍ୱୀ କୋଲକାତା ପକ୍ଷରୁ ୨୦୧ ରନ ବିଜୟ ଲକ୍ଷ୍ୟକୁ ପିଛା ବାଙ୍ଗାଲୋର ଧାର୍ଯ୍ୟ  ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୯ ରନ୍ ସ୍କୋର କରିଥିଲା।


COMMERCIAL BREAK
SCROLL TO CONTINUE READING

ଚଳିତ ଆଇପିଏଲ ସଂସ୍କରଣରେ ବର୍ତ୍ତମାନ ପର୍ଯନ୍ତ ୮ ମ୍ୟାଚ ଖେଳି କୋଲକାତାକୁ ତୃତୀୟ ବିଜୟ ମିଳିଛି। ଦଳ ବର୍ତ୍ତମାନ ୬ ପଏଣ୍ଟ ସହିତ ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ୮ ମ୍ୟାଚ ଖେଳିଥିବା ବାଙ୍ଗାଲୋକକୁ ଚତୁର୍ଥ ପରାଜୟର ସାମ୍ନା କରିବାକୁ ପଡିଛି। ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ନୀତୀଶ ରାଣାଙ୍କ ଅଧିନାୟକତ୍ୱ କୋଲକାତା କ୍ରମାଗତ ୪ ମ୍ୟାଚ୍ ହାରିଯିବା ପରେ ଏହାର ପ୍ରଥମ ବିଜୟ ପଞ୍ଜୀକରଣ କରିଛି।


୨୦୧ ରନ ବିଜୟ ଲକ୍ଷ୍ୟକୁ ପିଛା କରି ଆରସିବି ଦଳ ଫାଫ୍ ଡୁପ୍ଲେସି (୧୭) ରୂପରେ ପ୍ରାରମ୍ଭିକ ଝଟକା ପାଇଥିଲେ। ତାଙ୍କୁ ସୁୟଶ ଶର୍ମା ରିଙ୍କୁ ସିଂହଙ୍କ ହାତରେ କ୍ୟାଚ ଧରାଇ ଦେଇଥିଲେ। ଫାଫ୍ ଗୋଟିଏ ଚୌକା ଏବଂ ଦୁଇଟି ଛକା ସହିତ ୭ ବଲ ଖେଳି ୧୭ ରନ୍ ସ୍କୋର କରିଥିଲେ। ଅଧିନାୟକ ବିରାଟ କୋହଲି ଦଳ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ  ୬ ଚୌକା ସହାୟତାରେ ୩୭ ବଲ ଖେଳି ୫୪ ରନ୍ ସଂଗ୍ରହ କରିଥିଲେ। ମହିପାଲ ଲୋମରୋର ଗୋଟିଏ ଚୌକା ଏବଂ ତିନୋଟି ଛକା ସହାୟତାରେ ୧୮ ବଲ ଖେଳି ୩୪ ରନ୍ ସ୍କୋର କରିଥିଲେ। ଦୀନେଶ କାର୍ତ୍ତିକ ୧୮ ବଲ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୨୨ ରନ୍ ସ୍କୋର କରିଥିଲେ। କେକେଆର ପାଇଁ ୨୭ ରନ୍ ବ୍ୟୟ କରି ବରୁଣ ଚକ୍ରବର୍ତ୍ତୀ ତିନୋଟି ୱିକେଟ୍ ନେଇଥିଲେ। ସୁୟଶ ଶର୍ମା  ଏବଂ ଆଣ୍ଡ୍ରେ ରସେଲ ଦୁଇ ଦୁଇଟି ଲେଖାଁଏ ୱିକେଟ୍ ନେଇଥିଲେ।


ଏହାପୂର୍ବରୁ ଓପନର୍ ଜେସନ୍ ରୟ ଏବଂ ଅଧିନାୟକ ନୀତୀଶ ରାଣାଙ୍କ ଇନିଂସ ଯୋଗୁଁ କୋଲକାତା ନାଇଟ୍ ରାଇଡର୍ସ ଧାର୍ଯ୍ୟ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲେ। ଜେସନ ରୟ ୨୯ ବଲ ଖେଳି ୫ ଛକା ଏବଂ ୪ ଚୌକା ସହାୟତାରେ ୫୬ ରନ ସଂଗ୍ରହ କରିଥିଲେ। ଏହା ସହିତ କ୍ୟାପ୍ଟେନ ନୀତିଶ ରାଣା ୨୧ ବଲ ଖେଳି ୪ ଛକା ଏବଂ ୩ ଚୌକା ସହୟତାରେ ୪୮ ରନ ସ୍କୋର କରିଥିଲେ। ଡେଡ ଓଭର ସମୟରେ ନୀତୀଶ ରାଣା ଦ୍ରୁତ ବ୍ୟାଟିଂ କରିଥିଲେ, ଯେଉଁଥିପାଇଁ କୋଲକାତା ଦଳ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଆରସିବି ପାଇଁ ୱାନିନ୍ଦୁ ହାସରାଙ୍ଗା ୨୪ ରନ୍ ଏବଂ ବିଜୟକୁମାର ବିଶାକ୍ ୪୧ ରନ୍ ବ୍ୟୟ କରି ୨-୨ ୱିକେଟ୍ ନେଇଥିଲେ।


ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍ ଜିତି କୋଲକାତା ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଜସନ୍ ରୟ ଏବଂ ଜଗଦୀଶନ୍ ୮୩ ରନ୍ ର ଏକ ଓପନିଂ ପାର୍ଟନରସିପ୍ କରିଥିଲେ। କେକେଆର୍ ୱିକେଟ୍ ନ ହରାଇ ପାୱାର ପ୍ଲେ  ସମୟରେ ୬୬ ରନ୍ ସଂଗ୍ରହ କରିଥିଲେ। ଜେସନ୍ ରୟ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ୨୨ ବଲ ଖେଳି ପୂରଣ କରିଥିଲେ। ଜଗଦୀଶ ବିଶାଙ୍କ ଇନିଂସର ଦଶମ ଓଭରରେ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରି ବାଉଣ୍ଡ୍ରି ଟାରେ ୱିଲି ହାତରେ ଧରାପଡିଥିଲେ। ସେ ୨୯ ବଲ ଖେଳି ୪ ଚୌକା ସହାୟତାରେ ୨୭ ରନ ସଂଗ୍ରହ କରିଥିଲେ।