India vs Sri Lanka, 1st Test: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ସେ ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚରେ ୮,୦୦୦ ରନ୍ ପୂରଣ କରିଛନ୍ତି । ସେ ଏହା କରିବାରେ ସେ ଷଷ୍ଠ ଭାରତୀୟ କ୍ରିକେଟ ଖେଳାଳି ଅଟନ୍ତି । ମୋହଲିରେ ଭାରତ ଏବଂ ଶ୍ରୀଲଙ୍କା (India vs Sri Lanka) ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍‌ରେ କୋହଲି ନିଜ ନାମରେ ଏହି ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ରନ୍‌ ସ୍କୋର କରିବାର ସଚିନ ତେନ୍ଦୁଲକର ରେକର୍ଡ ରଖିଛନ୍ତି । ସେ ୨୦୦ ଟି ମ୍ୟାଚରେ ୧୫୯୨୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଠାରେ ବିରାଟଙ୍କ ନାମ ୮ ହଜାରରୁ ଅଧିକ ରନ୍ ସ୍କୋର କରିଥିବା ଖେଳାଳି ତାଲିକାରେ ମଧ୍ୟ ସାମିଲ ହୋଇଛି । ସେ ଏହା କରିବାରେ ସେ ଷଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଯଦି ଆମେ ବର୍ତ୍ତମାନର ରେକର୍ଡକୁ ଦେଖିବା, ତେବେ ସର୍ବାଧିକ ଟେଷ୍ଟ ରନ୍ ସ୍କୋର କରିବାରେ କୋହଲି ଷଷ୍ଠ ସ୍ଥାନରେ ଅଛନ୍ତି ।



ସୂଚନାଯୋଗ୍ୟ ଯେ ଭାରତ ପାଇଁ ଟେଷ୍ଟ ମ୍ୟାଚରେ ସର୍ବାଧିକ ରନ୍ ସ୍କୋର କରିବାରେ ସଚିନ୍ ପ୍ରଥମ ସ୍ଥାନରେ ଅଛନ୍ତି । ଯେତେବେଳେ କି ରାହୁଲ ଦ୍ରାବିଡ଼ ଏହି ପ୍ରସଙ୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୩୬ ଟି ଶତକ ସହ ଦ୍ରାବିଡ ୧୬୪ ଟି ମ୍ୟାଚରେ ୧୩୨୮୮ ରନ୍ ସଂଗ୍ରହ କରିଛନ୍ତି । ୧୨୫ ଟି ମ୍ୟାଚରେ ସୁନୀଲ ଗାଭାସ୍କର ୧୦୧୨୨ ରନ୍ ସଂଗ୍ରହ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭିଭିଏସ୍ ଲକ୍ଷ୍ମଣ ଚତୁର୍ଥ ସ୍ଥାନରେ ଏବଂ ବିରେନ୍ଦ୍ର ସେହୱାଗ ପଞ୍ଚମ ସ୍ଥାନରେ ଅଛନ୍ତି ।


ଏହା ବି ପଢ଼ନ୍ତୁ: କାଶ୍ମୀରରେ ନିର୍ବାଚନ ନହେବାକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା; ପ୍ରତିକ୍ରିୟା ରଖିଲେ ରାଜନୈତିକ ଦଳ


ଏହା ବି ପଢ଼ନ୍ତୁ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆମେରିକାକୁ କରୁଛି ମାଲାମାଲ, ଜାଣନ୍ତୁ କିପରି