Shakib Al Hasan: ବାଂଲାଦେଶର ଷ୍ଟାର କ୍ରିକେଟର ଶାକିବ ଅଲ ହାସନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ନିଜ ଦେଶରେ ଜନତାଙ୍କ ବିଦ୍ରୋହ ଓ ଏବେ ତାଙ୍କୁ ଉପରେ ଲାଗିଛି ହତ୍ୟା ଅଭିଯୋଗ। ତାଙ୍କ ଦେଶରେ ଏକ ହତ୍ୟା ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିଛି। ଶାକିବ ରୁବେଲ ଇସଲାମ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ପୋଲିସ ମଧ୍ୟ ଏଫଆଇଆର ରୁଜୁ କରିଥିବା ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଅଗଷ୍ଟ ୨ ରେ ରୁବେଲ ଇସଲାମଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଶାକିବ ଅଲ ହାସନ ଏବଂ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନାଁ ମଧ୍ୟ ଆସିଛି। ବାଂଲାଦେଶ ନ୍ୟୁଜ୍ 24 ଏହାର ରିପୋର୍ଟରେ କହିଛି ଯେ ଆଡବର୍ ପୋଲିସ୍ ଷ୍ଟେସନରେ ଏହି ମାମଲାରେ ଅଭିଯୋଗ ଆସିଛି। ଇନ୍ସପେକ୍ଟର ମହମ୍ମଦ ନଜରୁଲ ଇସଲାମ ଏହାର ସୂଚନା ଦେଇଛନ୍ତି।


୧୫୬ଜଣଙ୍କ ବିରୋଧରେ FIR ରୁଜୁ:


ସୂଚନାନୁସାରେ, ଶାକିବ ଅଲ ହାସନ ଏବଂ ଶେଖ ହସିନାଙ୍କ ବ୍ୟତୀତ ବାଂଲାଦେଶ କ୍ରିକେଟ୍ ବୋର୍ଡର ପୂର୍ବତନ ସଭାପତି ନଜମୁଲ ହାସନଙ୍କ ନାଁ ମଧ୍ୟ ଏହି ମାମଲାରେ ଅଛି। ଏହି ମାମଲାରେ ୧୫୬ ଜଣଙ୍କ ବିରୋଧରେ FIR ରୁଜୁ ହୋଇଛି। ଏଥି ସହ ବାଂଲାଦେଶରେ ସତ୍ତା ପରିବର୍ତ୍ତନ ପରେ ଅଶାନ୍ତିର ବାତାବରଣ ଲାଗି ରହିଛି। ଏହି କାରଣରୁ ମହିଳା ବିଶ୍ୱକପକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ଏଥି ସହ ନାଜମୁଲ ହାସନ ମଧ୍ୟ ବାଂଲାଦେଶ କ୍ରିକେଟ୍ ବୋର୍ଡର ସଭାପତି ପଦ ଛାଡିଛନ୍ତି।


ଶାକିବ ପାକିସ୍ତାନରେ ଟେଷ୍ଟ ସିରିଜ ଖେଳୁଛନ୍ତି:


ଶାକିବ ଅଲ ହାସନ ବର୍ତ୍ତମାନ ବାଂଲାଦେଶ ଦଳ ସହ ପାକିସ୍ତାନ(Pakistan) ଗସ୍ତରେ ରହିଛି। ଏଠାରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରାୱଲପିଣ୍ଡିରେ ଖେଳାଯାଉଛି। ଶାକିବ ଉଲ ହାସନ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ବିବୃତ୍ତି ଦେଇନାହାଁନ୍ତି।