Odisha Cricketer Missing: ଚୟନ ଶିବିରକୁ ଆସି ଶିବିରରୁ ନିଖୋଜ ଅଛନ୍ତି ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ। ଏ ଘଟଣା ପ୍ରଘଟ ପରେ ଏବେ ସାରା ରାଜ୍ୟରେ ଚର୍ଚ୍ଚା। କାରଣ ଆଜି ରାଜଧାନୀରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଆଗରେ ପହଞ୍ଚିଛନ୍ତି ନିଖୋଜ ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ବାଇଁଙ୍କ ପରିବାର। ହାତରେ ଝିଅର ଫଟୋ ଧରି ନ୍ୟାୟ ଲାଗି ଗୁହାରି କରିବାକୁ ପହଞ୍ଚିଛନ୍ତି ରାଜଶ୍ରୀଙ୍କ ପରିବାର । ରାଜଶ୍ରୀଙ୍କ  ମା'ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅଙ୍କ ପ୍ରତି ଚୟନ ସମୟରେ ଅନ୍ୟାୟ କରାଯାଇଛି। ତାଙ୍କୁ କେଉଁଠି ଲୁଚାଯାଇଛି କି ମାରି ଦିଆଯାଇଛି ସେନେଇ ସ୍ପଷ୍ଟ କରାଯାଉ। ଝିଅକୁ ଖୋଜି ଆଣିବା ଲାଗି ସେ ମନ୍ତ୍ରୀଙ୍କ ପାଖରେ ନିବେଦନ କରିବାକୁ ଆସିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ବାଇଁ (Cricketer Rajashree Swain) ଗତ ୧୧ ରୁ ନିଖୋଜ ଥିବା ପରିବାର ଲୋକ କହିଛନ୍ତି।  ୧୧ ତାରିଖ ସକାଳେ ସେ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍‌ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଛି। ଏବେ ତାଙ୍କ ମୋବାଇଲ୍ ବନ୍ଦ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଓଲନ୍ଦା ପାଖରୁ ତାଙ୍କର ବାଇକ୍ ଓ ହେଲମେଟ୍ ମିଳିଥିବାରୁ ପରିବାର ବର୍ଗଙ୍କ ମନରେ ସନ୍ଦେହ ଉପୁଜିଛି। ଏନେଇ ଅଭିଯୋଗ ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ପୋଲିସ ଛାନଭିନ୍(Police Investigation) ଆରମ୍ଭ କରିଛି । ରାଜଶ୍ରୀଙ୍କ ମୋବାଇଲ୍‌ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ରହିଛି। 


ପୋଲିସ କହିବାକଥା, ପୁରୀ ଜିଲ୍ଲା (Puri District) ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ବାଇଁଙ୍କ ଝିଅ ହେଉଛନ୍ତି ରାଜଶ୍ରୀ ସ୍ବାଇଁ। ପୁଦୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍‌ ମହାବୀର ଗ୍ୟାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ (Cricket Camp) ପକାଇଥିଲେ। ଆସନ୍ତା ୧୫ ତାରିଖରେ ସେମାନେ ପୁଦୁଚେରୀ ଯିବାର ଯୋଜନା ଥିଲା। ଏଥିପାଇଁ ଜାନୁଆରୀ ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା। 


ପରିବାରର କହିବାକଥା, ଏହି ତାଲିକାରୁ ବାଦ୍‌ ପଡ଼ିଥିଲେ ରାଜଶ୍ରୀ। ଏହାପରେ ଗତ ୧୧ ରୁ ନିଖୋଜ ଅଛନ୍ତି ରାଜଶ୍ରୀ । ଏନେଇ ପୋଲିସ ସାଥୀ ଖେଳାଳି ଓ କୋଚଙ୍କୁ ତଦନ୍ତ ପରିସର ଭୁକ୍ତ କରିପାରେ । ସେପଟେ ଝିଅକୁ ଖୋଜିଆଣିବାକୁ ମନ୍ତ୍ରୀଙ୍କ (Odisha Sports Minister) ନିକଟରେ ଗୁହାରୀ ଲଗାଇଛନ୍ତି ପରିବାର। 


Also Read: Hockey World Cup 2023: ଆଜିଠୁ ହକି ମହାସମର, ଭାରତକୁ ଭେଟିବ ସ୍ପେନ୍


Also Read: Mo Bus: ଆଉ ତିନୋଟି ରୁଟରେ ଗଡିବ ‘ମୋ ବସ’, ଜାଣନ୍ତୁ ତାଲିକାରେ ରହିଛି କେଉଁ ସହର?