PAK vs NZ:  ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର (T20 World Cup) ପ୍ରଥମ ସେମିଫାଇନାଲରେ (First Semifinal) ପାକିସ୍ତାନ (Pakistan) ନ୍ୟୁଜିଲ୍ୟାଣ୍ଡ (New Zealand) କୁ ୭ ୱିକେଟରେ ପରାସ୍ତ କରିଛି। ନ୍ୟୁଜିଲ୍ୟାଣ୍ଡ (New Zealand) ବିପକ୍ଷ ମ୍ୟାଚରେ ବିଜୟ ସହ ପାକିସ୍ତାନ (Pakistan) ଦଳ ଚଳିତ ବିଶ୍ୱକପ (World Cup) ଫାଇନାଲରେ (Final) ପ୍ରବେଶ କରିଛି। ଏଥି ସହିତ ଏହି ବିଜୟ ସହିତ ପାକିସ୍ତାନ (Paksitan) ଦଳ ମଧ୍ୟ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ପାକିସ୍ତାନ (Pakistan) ଟି-୨୦ ଇଣ୍ଟରନ୍ୟାସନାଲରେ (T20 International Match) ବିପକ୍ଷ ଦଳ ବିପକ୍ଷରେ ସର୍ବାଧିକ ଥର ମ୍ୟାଚ୍ ଜିତିବାର ରେକର୍ଡ ସୃଷ୍ଟି କରିଛି।


COMMERCIAL BREAK
SCROLL TO CONTINUE READING

ଟି-୨୦ ବିଶ୍ୱକପରେ ପାକିସ୍ତାନ ଦଳ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଏଥି ସହିତ ଏହା ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନର ୧୮ତମ ଟି-୨୦ ଆନ୍ତର୍ଜାତୀୟ ବିଜୟ। ଏହି ବିଜୟ ସହିତ ପାକିସ୍ତାନ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଥର କୌଣସି ବିରୋଧୀ ଦଳକୁ ପରାସ୍ତ କରିବାର ରେକର୍ଡ ସୃଷ୍ଟି କରିଛି। ପାକିସ୍ତାନ ପୂର୍ବରୁ ଏହି ରେକର୍ଡ ଭାରତ ନାମରେ ଥିଲା, ଟିମ୍ ଇଣ୍ଡିଆ ଟି-୨୦ ଇଣ୍ଟରନ୍ୟାସନାଲରେ ୱେଷ୍ଟଇଣ୍ଡିଜକୁ ୧୭ ଥର ପରାସ୍ତ କରିଛି। 


ଯଦି ଦେଖାଯାଏ ତେବେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ସର୍ବାଧିକ ବିଜୟ ହାସଲ କରିଛି। ପାକିସ୍ତାନ ଟି୨୦ ଇତିହାସରେ ସର୍ବାଧିକ ଥର ବିଜୟ ହାସଲ କରିଛି। ସର୍ବାଧିକ ୧୮ ଥର ବିଜୟ ହାସଲ କରିଛି ପାକିସ୍ତାନ। ଏହା ପଛକୁ ରହିଛି ଭାରତ। ଭାରତ ଓ ଇଂଲଣ୍ଡ ୧୭ ଥର ବିଜୟ ହାସଲ କରିଛି। ଶ୍ରୀଲଙ୍କା ବିପକ୍ଷରେ ଭାରତ ୧୭ତମ ବିଜୟ ହାସଲ କରିଥିଲା ଭାରତ। ସେହିପରି ପାକିସ୍ତାନ ବିପକ୍ଷରେ ମଧ୍ୟ ଇଂଲଣ୍ଡ ମଧ୍ୟ ବିଜୟ ହାସଲ କରିଥିଲା ତାର ୧୭ତମ ବିଜୟ। 


ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି। ଏଥି ସହିତ ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ଖେଳାଯିବ। ଗୁରୁବାର ଦିନ ଆଡିଲେଡରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ସମସ୍ତ ପ୍ରଶଂସକ ଆଶା କରୁଛନ୍ତି ଯେ ଏହି ମ୍ୟାଚ ଜିତି ଭାରତ ଫାଇନାଲରେ ପହଞ୍ଚିବ। ଯଦି ଏହା ଘଟେ, ତେବେ ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଖେଳାଯାଇପାରିବ।


ସୂଚନାଯୋଗ୍ୟ  ଚଳିତ ବିଶ୍ୱକପର (T20 World Cup) ପ୍ରଥମ ସେମିଫାଇନାଲରେ (First Semifinal) ପାକିସ୍ତାନ (Pakistan) ଓ ନ୍ୟୁଜିଲାଣ୍ଡ (New Zealand) ମଧ୍ୟରେ ସିଡନୀ ଗ୍ରାଉଣ୍ଡରେ (Sydney Cricket Ground) ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁ଼ଜିଲାଣ୍ଡକୁ (New Zealand) ୭ ଓ୍ୱିକେଟରେ ହରାଇଛି ପାକିସ୍ତାନ (Pakistan)। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ (New Zealand) ୧୫୨ ରନ କରିଥିବାବେଳେ ଏହି ବିଜୟ ଲକ୍ଷ୍ୟକୁ ୫ ବଲ ଥାଇ ସହଜରେ ହାସଲ କରିନେଇଛି ପାକିସ୍ତାନ (Paksitan)। ଏହା ସହିତ ଫାଇନାଲ ମ୍ୟାଚରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି। ସେପଟେ ଟିମ ଇଣ୍ଡିଆ (Team India) ପୁଣି ଥରେ ଟାଇଟଲ ହାସଲ କରିବା ନେଇ ସମ୍ଭାବନା ସୃଷ୍ଚି ହୋଇଛି। ୨୦୦୭ ମସିହାରେ ଟି୨୦ ବିଶ୍ୱକପରେ ମଧ୍ୟ ଫାଇନାଲ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଛି। ସେତେବେଳେ ଟିମ ଇଣ୍ଡିଆ ବିଜୟ ହାସଲ କରିନେଇଥିଲା। ଆସନ୍ତା କାଲି ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି।