Pakistan T20 World Cup Squad: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ (ICC T20 World Cup 2022) ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏହାର ଜାତୀୟ ଦଳ ଘୋଷଣା କରିଛି । ବାବର ଆଜାମଙ୍କ (Babar Azam) ନେତୃତ୍ୱରେ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ମଧ୍ୟ ସାମିଲ ହୋଇଛନ୍ତି, ଯିଏ ଆହତ କାରଣରୁ ୨୦୨୨ ଏସିଆ କପ୍‌ରୁ ବାଦ ପଡିଥିଲେ । ଏହା ବ୍ୟତୀତ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ଶାନ ମାସୁଦଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ଶାନ ମାସୁଦ ଏପର୍ଯ୍ୟନ୍ତ ତାଙ୍କର ଟି-୨୦ ଆନ୍ତର୍ଜାତୀୟ ଡେବ୍ୟୁ କରିନାହାଁନ୍ତି। ଅନ୍ୟପକ୍ଷରେ, ଡିସେମ୍ବର ୨୦୨୧ ରେ ଦଳ ପାଇଁ ଶେଷ ଥର ପାଇଁ ଖେଳିଥିବା ହାଇଦର ଅଲିଙ୍କୁ ଦଳରେ ଚୟନ କରାଯାଇଛି । ତେବେ ରିଜର୍ଭ ଖେଳାଳିଙ୍କ ସହ ଫଖର ଜମାନଙ୍କୁ ରଖାଯାଇଛି । ଟି-୨୦ ବ୍ଲାଷ୍ଟରେ ଭଲ ପ୍ରଦର୍ଶନ ପାଇଁ ଶାନ ମାସୁଦଙ୍କୁ ପୁରସ୍କୃତ କରାଯାଇଛି ଏବଂ ଟି-୨୦ ମ୍ୟାଚରେ ପ୍ରଥମ ଥର ପାଇଁ ପାକିସ୍ତାନ ଟିମରେ ନଜର ଆସିବେ । ଏହାପୂର୍ବରୁ ସେ ପାକିସ୍ତାନ ସହ ODI ଓ ଟେଷ୍ଟରେ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି ।


ଫାଖର ଜମାନଙ୍କ ସ୍ଥାନରେ ହାଇଦର ଅଲି ଦଳରେ ସ୍ଥାନ ପାଇଛନ୍ତି । ଜମାନର ଏହି ବର୍ଷ ବ୍ୟାଟ୍ ସହିତ ବହୁତ ଖରାପ ପଦର୍ଶନ କରିଛନ୍ତି । ନିକଟରେ ଫଖର ଆହତ ହୋଇଥିବା ମଧ୍ୟ ଖବର ଆସିଥିଲା । ବାମହାତୀ ବ୍ୟାଟ୍ସମ୍ୟାନ୍ ହାରାହାରି ୧୩.୭୧ ରେ ସାତ ଟି-୨୦ ରେ ୯୬ ରନ୍ ସଂଗ୍ରହ କରିଛନ୍ତି ।


ପାକିସ୍ତାନ ଟି-୨୦ ବିଶ୍ୱକପ ଦଳ: ବାବର ଆଜାମ (ଅଧିନାୟକ), ଶାଦବ ଖାନ (ଉପ-ଅଧିନାୟକ), ଅସୀଫ ଅଲି, ହାୟଦାର ଅଲି, ହରିସ ରାଉଫ, ଇଫ୍ତିଖାର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ହାସନେନ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ, ନାସିମ ଶାହା, ଶାହିନ୍ ଶାହା ଆଫ୍ରିଦି, ଶାନ୍ ମାସୁଦ, ଉସମାନ କାଦିର ଫ୍ତି


ରିଜର୍ଭ ଖେଳାଳି: ଫଖର ଜମାନ, ମହମ୍ମଦ ହାରିସ, ଶାହନାୱାଜ ଧାନି



ଏହା ବି ପଢ଼ନ୍ତୁ: ବିରାଟ କୋହଲିଙ୍କ ଫର୍ମ ଫେରିବା ପରେ ରାଗରେ ଗରଗର ପାକିସ୍ତାନ! ଜାଣନ୍ତୁ ପୂରା ମାମଲା


ଏହା ବି ପଢ଼ନ୍ତୁ: Robin Uthappa Retirement: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ରବିନ୍ ଉଥାପ୍ପା