Blast Near Bugti Stadium of Quetta: ରବିବାର ଦେଶର କ୍ୱେଟା ସହରରେ ହୋଇଥିବା ବିସ୍ଫୋରଣରେ ଦୋହଲି ଉଠିଛି ସମଗ୍ର ପାକିସ୍ତାନ। ଫେବୃଆରୀ ୫ ତାରିଖ ରବିବାର କ୍ୱେଟାସ୍ଥିତ ବୁଗତି ଷ୍ଟାଡିୟମ ଠାରୁ କିଛି କିଲୋମିଟର ଦୂରରେ ହୋଇଥିଲା ଏକ ବିସ୍ଫୋରଣ। ଏହି ଘଟଣାରେ ୫ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ସେତେବେଳେ ହୋଇଥିଲା ଯେତେବେଳେ ସର୍ଫରାଜ ଅହମ୍ମଦଙ୍କ କ୍ୱେଟା ଗ୍ଲାଡିଏଟର ଏବଂ ବାବର ଆଜାମର ପେଶୱାର ଜଲମି ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବାବର ଆଜମ ଏବଂ ଶାହିଦ ଆଫ୍ରିଦି ଭଳି ତାରକା ଖେଳାଳୀ ଅଂଶଗ୍ରହଣ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

କ୍ୱେଟାସ୍ଥିତ ବୁଗତି ଷ୍ଟାଡିୟମ ଠାରୁ କିଛି କିଲୋମିଟର ଦୂରରେ ହୋଇଥିବା ବିସ୍ଫୋରଣ ପରେ ପାକିସ୍ତାନ ସୁପର ଲିଗ ମ୍ୟାଚ ଖେଳୁଥିବା ଅଧିନାୟକ ବାବର ଆଜମ ଏବଂ କିମ୍ବଦନ୍ତୀ ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ସମେତ ଅନ୍ୟ ପାକିସ୍ତାନ କ୍ରିକେଟ ଖେଳାଳୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ବିସ୍ଫୋରଣ ପରେ ସମସ୍ତ ତାରକା ଖେଳାଳିଙ୍କୁ ତୁରନ୍ତ ସୁରକ୍ଷାଗତ କାରଣ ପାଇଁ ଡ୍ରେସିଂ ରୁମ ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ଖେଳାଳି ପିଏସଏଲ ଟୁର୍ଣ୍ଣାମେଣ୍ଟ ଅଧିନରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳୁଥିଲେ। ବିସ୍ଫୋରଣ ପରେ ମ୍ୟାଚ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। 


ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ସମସ୍ତ ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ଘଟିବା ମାତ୍ରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମ୍ୟାଚ୍ ତତ୍କାଳ ପ୍ରଭାବରେ ବନ୍ଦ କରାଯାଇଥିଲା ଏବଂ ଖେଳାଳିଙ୍କୁ କିଛି ସମୟ ପାଇଁ ଡ୍ରେସିଂ ରୁମ ପର୍ଯ୍ୟନ୍ତ ନିଆଯାଇଥିଲା। ପରେ ମ୍ୟାଚ୍ ପୁନର୍ବାର ଖେଳା ଯାଇଥିଲା। ବିସ୍ଫୋରଣ ବେଳେ ଷ୍ଟାଡିୟମ ଲୋକଙ୍କ ଖଚାଖଚ ଭିଡରେ ଭର୍ତ୍ତି ହୋଇଥିଲା। 


ସୁରକ୍ଷାଜନିତ ବିପଦ ଏବଂ ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ କାରଣରୁ ବିଗତ କିଛି ବର୍ଷ ହେବ କ୍ୱେଟା ସହରରେ କୌଣସି ପ୍ରକାର କ୍ରୀଡା ଜନିତ କାର୍ଯ୍ୟକଳାପ ଆୟୋଜିତ ହୋଇନଥିଲା। କ୍ୱେଟା ଗ୍ଲାଡିଏଟର୍ସ ଏବଂ ପେଶୱାର ଜଲମି ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍ ପିସିବି ଦ୍ୱାରା ଆୟୋଜିତ ହୋଇଥିଲା। ପିଏସଏଲ ଟୁର୍ଣ୍ଣାମେଟ କ୍ୱେଟା ଠାରେ ଆୟୋଜିତ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ଼ ଉପରେ ଚାପ ପକାଇଥିଲେ ବେଲୁଚିସ୍ତାନ ପ୍ରଦେଶର କ୍ରିକେଟପ୍ରେମୀ। ଯାହା ପରେ କ୍ୱେଟାସ୍ଥିତ ବୁଗତି ଷ୍ଟାଡିୟମ ଠାରେ ସର୍ଫରାଜ ଅହମ୍ମଦଙ୍କ କ୍ୱେଟା ଗ୍ଲାଡିଏଟର ଏବଂ ବାବର ଆଜାମର ପେଶୱାର ଜଲମି ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୩ ଫେବୃଆରୀରୁ ପାକିସ୍ତାନ ସୁପର ଲିଗ ଆରମ୍ଭ ହେବ। ପ୍ରଥମ ମ୍ୟାଚ ମୁଲତାନ କ୍ରିକେଟ ଷ୍ଟାଡିୟମ ଠାରେ ମୁଲତାନ ସୁଲତାନ୍ସ  ଏବଂ ଲାହୋର କାଲାନ୍ଦର ମଧ୍ୟରେ ଖେଳାଯିବ। ଆସନ୍ତା ୧୫ ମାର୍ଚ୍ଚରୁ ପ୍ଲେ ଅଫ୍ ଖେଳାଯିବ। ପିଏସଏଳ ଫାଇନାଲ୍ ମ୍ୟାଚ ୧୯ ମାର୍ଚ୍ଚରେ ଗଦାଫି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ।