Paris Paralympics 2024: ଭାରତ ଭାଙ୍ଗିଲା ଟୋକିଓ ପାରାଅଲିମ୍ପିକ୍ସର ରେକର୍ଡ, ପ୍ୟାରିସରେ ଜିତିଲା ସର୍ବାଧିକ ପଦକ
Paris Paralympics 2024 Medal Tally: ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ପ୍ୟାରିସ୍ ପାରାଲିମ୍ପିକ୍ସରେ ୨୧ ଟି ପଦକ ଜିତିଛନ୍ତି। ଯେଉଁଥିରେ ୩ଟି ସ୍ୱର୍ଣ୍ଣ ପଦକ ବ୍ୟତୀତ ୮ଟି ରୌପ୍ୟ ପଦକ ଓ ୧୦ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ।
Paris Paralympics 2024: ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ୨୧ଟି ପଦକ ଜିତି ସାରିଛନ୍ତି। ଯେଉଁଥିରେ ୩ଟି ସ୍ୱର୍ଣ୍ଣ ପଦକ ବ୍ୟତୀତ ୮ଟି ରୌପ୍ୟ ପଦକ ଓ ୧୦ଟି ବ୍ରୋଞ୍ଜ ପଦକ ସାମିଲ ରହିଛି। ଏଥି ସହିତ ପଦକ ତାଲିକାରେ ଭାରତ ୧୯ ତମ ସ୍ଥାନ ଅଧିକାର କରିଛି। ଏହାପୂର୍ବରୁ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟ ମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରି ୧୯ ଟି ପଦକ ହାସଲ କରିଥିଲା। ଭାରତୀୟ ପାରା ଆଥଲେଟ୍ସ ଟୋକିଓ ପାରାଅଲିମ୍ପିକ୍ସ ୨୦୨୦ ରେ ୧୯ଟି ପଦକ ଜିତିଛନ୍ତି। କିନ୍ତୁ ବର୍ତ୍ତମାନ ଭାରତ ପାରାଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଏହି ରେକର୍ଡ ଭାଙ୍ଗିଛି।
ଟୋକିଓ ପାରାଲିମ୍ପିକ୍ସରେ ଭାରତ ୧୯ଟି ପଦକ ଜିତିଥିଲା। ପାରାଅଲିମ୍ପିକ୍ସ ଗେମ୍ସରେ ଏହା ଭାରତର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ୫ଟି ସ୍ୱର୍ଣ୍ଣ ପଦକ ବ୍ୟତୀତ ଭାରତ ଟୋକିଓ ପାରାଲିମ୍ପିକ୍ସରେ ୮ଟି ରୌପ୍ୟ ପଦକ ଓ ୬ଟି ବ୍ରୋଞ୍ଜ ପଦକ ଜିତିଥିଲା।
ପ୍ୟାରିସ ପାରାଅଲିମ୍ପିକ୍ସରେ ସୁମିତ, ନୀତୀଶ କୁମାର ଏବଂ ଅବନୀ ଲେଖରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁହାସ୍ ଏଲବାଇ, ଟି. ମୁରୁଗେସନ୍, ଯୋଗେଶ କାଥୁନିୟା, ମନୀଷ ନରୱାଲ ଓ ଏସ ଏସ ଖିଲାରି ରୌପ୍ୟ ପଦକ ଜିତିଛନ୍ତି। ଏହା ବ୍ୟତୀତ ମନୀଷା ରାମଦାସ, ନିତ୍ୟା ଶ୍ରୀ ସୁମନ୍ତେ ସିଭାନ, ମୋନା ଅଗ୍ରୱାଲ, ପ୍ରୀତି ପାଲ, ରୁବିନା ଫ୍ରାନସିସ୍ ଓ ନିଶା କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି।
ଖବର ଲେଖିବା ପର୍ଯ୍ୟନ୍ତ ପ୍ୟାରିସ ପାରାଅଲିମ୍ପିକ୍ସରେ ଚୀନ୍ର ପ୍ରାଧାନ୍ୟ ଜାରି ରହିଛି। ପଦକ ତାଲିକାରେ ଚୀନ୍ ଶୀର୍ଷରେ ରହିଛି। ପ୍ରଥମ ମାନ୍ୟତାରେ ଚୀନ୍ ଏବଂ ଦ୍ୱିତୀୟ ମାନ୍ୟତାରେ ଗ୍ରେଟ୍ ବ୍ରିଟେନ ମଧ୍ୟରେ ୨୪ଟି ସ୍ୱର୍ଣ୍ଣ ପଦକର ବ୍ୟବଧାନ ରହିଛି। ଏପର୍ଯ୍ୟନ୍ତ ୫୫ଟି ସ୍ୱର୍ଣ୍ଣ ପଦକ ବ୍ୟତୀତ ଚୀନ୍ ୪୧ଟି ରୌପ୍ୟ ପଦକ ଓ ୨୩ଟି ବ୍ରୋଞ୍ଜ ପଦକ ଜିତିଛି। ଗ୍ରେଟ୍ ବ୍ରିଟେନ ୧୯ଟି ରୌପ୍ୟ ପଦକ ଓ ୧୩ଟି ବ୍ରୋଞ୍ଜ ପଦକ ସହିତ ୩୧ଟି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି। ୨୪ଟି ସ୍ୱର୍ଣ୍ଣ ପଦକ ବ୍ୟତୀତ ଆମେରିକା ୨୨ଟି ରୌପ୍ୟ ପଦକ ଓ ୧୧ଟି ବ୍ରୋଞ୍ଜ ପଦକ ଜିତିଛି। ବ୍ରାଜିଲ ୧୧ଟି ରୌପ୍ୟ ପଦକ ଓ ୨୩ଟି ବ୍ରୋଞ୍ଜ ପଦକ ସହିତ ୧୪ଟି ସ୍ୱର୍ଣ୍ଣ ପଦକ ଜିତିଛି । ଏହିପରି ମେଡାଲ ଟେଲିରେ ଶ୍ରେଷ୍ଠ ୪ ଦେଶ ମଧ୍ୟରେ ଚୀନ୍, ଗ୍ରେଟ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲ ନାମିତ ରହିଛି।
Also read: ପୂର୍ବତନ ଭାରତୀୟ ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଏହି ଦଳକୁ ଦେବେ କୋଚିଂ