Asia Cup Controversy, କରାଚି: ପାକିସ୍ତାନ ଓ ଭାରତ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ବିଷୟରେ କିଏ ବା ନଜାଣେ। ସୀମା, ରାଜନୈତିକ ମଞ୍ଚ, ଗଣମାଧ୍ୟମଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ସବୁଠି ଏହାର ଛାପ ଦେଖିବାକୁ ମିଳିଛି। ବିଶେଷ କରି କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ଏକ ଯୁଦ୍ଧ ଭାବେ ବିବେଚନା କରାଯାଏ। କିନ୍ତୁ ଏହି ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଏବେ ପ୍ରତିଶୋଧ ପରାୟଣ ମନୋଭାବ ଜାଗ୍ରତ ହୋଇଛି। ପାକିସ୍ତାନରେ ଭାରତ, ଏସିଆ କପ୍ ନ ଖେଳିବା ପାଇଁ ଘୋଷଣ କରିବା ପରେ ପିସିବି ମୁଖ୍ୟ ରମିଜ ରାଜା ଏକ ବିବୃତ୍ତି ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଚାଲିଛି। 


COMMERCIAL BREAK
SCROLL TO CONTINUE READING

ବାରମ୍ବାର ଭାରତରେ ପାକିସ୍ତାନୀ ଆତଙ୍କୀଙ୍କ ହମଲା, ସୀମାରେ ଅସ୍ଥିରତା ଯୋଗୁଁ ଭାରତ ଓ ପାକିସ୍ତାନର ସମ୍ପର୍କରେ ତିକ୍ତତା ସୃଷ୍ଟି କରିଛି। ଯାହାକୁ ପ୍ରତିବାଦ କରି ଭାରତୀୟ ଟିମ ପାକିସ୍ତାନରେ ଖେଳିବାକୁ ଇଚ୍ଛା ପ୍ରକାଶ କରୁନାହିଁ। ୨୦୧୨ରେ ଶେଷ ଥର ପାଇଁ ପାକିସ୍ତାନ ମାଟିରେ ଭାରତ ଦିନିକିଆ ଓ ୨୦୦୬ରେ ଟେଷ୍ଟ ସିରିଜ ଖେଳିଥିଲା। ଏହା ପରେ ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ମୁହାମୁହିଁ ହୋଇଛନ୍ତି। କିନ୍ତୁ ସେମାନଙ୍କ ହୋମ ଗ୍ରାଉଣ୍ଡରେ ଖେଳିନାହାନ୍ତି। ଗତ ମାସରେ ବିସିସିଆଇ ସଚିବ ଜୟ ଶାହା ଗଣମାଧ୍ୟମକୁ କହିଥିଲେ ଯେ, ୨୦୨୩ରେ ଏସିଆ କପ୍ ଖେଳିବାପାଇଁ ଟିମ୍ ଇଣ୍ଡିଆ, ପାକିସ୍ତାନ ଗସ୍ତ କରିବ ନାହିଁ ଏବଂ ଭେନ୍ୟୁକୁ ୟୁଏଇ ସ୍ଥାନାନ୍ତର କରାଯାଉ।


Also Read:  India vs New Zealand: ହାରିଯିବା ପରେ ରାଗିଗଲେ ଧାୱନ; ପରାଜୟ ପାଇଁ କଲେ ଏମାନଙ୍କୁ ଦାୟୀ


ବିସିସିଆଇ ସଚିବ ଜୟ ଶାହାଙ୍କ ମନ୍ତବ୍ୟକୁ ନେଇ ପିସିବି ମୁଖ୍ୟ ରମିଜ ରାଜା ଏକ ବିବୃତ୍ତି ଦେଇଛନ୍ତି। ସେ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆରୁ ଓହରିଯିବାକୁ ଧମକ ଦେଇଛନ୍ତି। ଏକ ଗଣମାଧ୍ୟମକୁ ରାମିଜ କହିଛନ୍ତି ଯେ, ଯଦି ଭାରତ ଏସିଆ କପ୍ ପାଇଁ ପାକିସ୍ତାନକୁ ଆସିବ ନାହିଁ, ତେବେ ପାକିସ୍ତାନ ଦଳ ଆସନ୍ତା ବର୍ଷ ବିଶ୍ୱକପ ପାଇଁ ପଡୋଶୀ ଦେଶକୁ ଯିବ ନାହିଁ। ରାଜା କହିଛନ୍ତି, "ଯଦି ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ବିଶ୍ୱକପ୍‌ରେ ପାକିସ୍ତାନ ଅଂଶଗ୍ରହଣ ନକରେ, ତେବେ କିଏ ଏହାକୁ ଦେଖିବ? ... ଯଦି ଭାରତୀୟ ଦଳ, ପାକିସ୍ତାନ ଗସ୍ତ କରନ୍ତି ତେବେ ଆମେ ବିଶ୍ୱକପ ଖେଳିବା ପାଇଁ ଯିବୁ। ଯଦି ସେମାନେ ନ ଆସନ୍ତି ତେବେ ସେମାନେ ଆମ ବିନା ବିଶ୍ୱକପ୍ ଖେଳିପାରିବେ।"


ସେ ପୁଣି କହିଛନ୍ତି, "ଆମେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବୁ। ଆମ ଦଳ ପ୍ରଦର୍ଶନ ପ୍ରଦର୍ଶନ କରୁଛି। ମୁଁ ସବୁବେଳେ କହିଛି ଯେ, ଆମକୁ ପାକିସ୍ତାନ କ୍ରିକେଟର ଅର୍ଥନୀତିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ଆଉ ଯେତେବେଳେ ଆମେ ଭଲ ପ୍ରଦର୍ଶନ କରିବୁ ସେତେବେଳେ ଏହା ସମ୍ଭବ ହୋଇପାରିବ। ୨୦୨୧ ଟି-୨୦ ବିଶ୍ୱକପରେ ଆମେ ଭାରତକୁ ପରାସ୍ତ କରିଛୁ। ଆମେ ଟି-୨୦ ଏସିଆ କପରେ ମଧ୍ୟ ଭାରତକୁ ହରାଇଛୁ। ବର୍ଷକରେ ଦୁଇଥର ଏକ ବିଲିୟନ ଡଲାର ଅର୍ଥନୀତି ଥିବା ଦଳକୁ ପାକିସ୍ତାନ ପରାସ୍ତ କରିଛି।"


Also Read:  'ଯଦି ଆପଣ ବିଶ୍ୱକପ୍ ଜିତିବାକୁ ଚାହୁଁଛନ୍ତି, ତେବେ ଆଇପିଏଲ୍ ଖେଳନ୍ତୁ ନାହିଁ’


ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଭାରତରେ ଆଇସିସିର ଦିନିକିଆ ବିଶ୍ୱକପ ଆୟୋଜନ ହେବାର ଅଛି। ୨୦୨୩ରେ ପାକିସ୍ତାନରେ ଏସିଆ କପ୍ ହେବ। ରିପୋର୍ଟ ଅନୁଯାୟୀ, ପାକିସ୍ତାନ, ଚାମ୍ପିଅନ୍ସ ଟ୍ରଫି-୨୦୨୫ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ୨୦୦୯ର ଆତଙ୍କୀ ହମଲା ପରେ ପାକିସ୍ତାନରେ କୌଣସି ଆନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହୋଇନାହିଁ। ୧୫ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ମାଧ୍ୟମରେ ପାକିସ୍ତାନ ପ୍ରଥମ ଆଇସିସି ଇଭେଣ୍ଟ ଆୟୋଜନ କରିବ। ୩ ମାର୍ଚ୍ଚ ୨୦୦୯ରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା ଟିମର ବସ ଉପରେ ଆତଙ୍କୀ ହମଲା ହୋଇଥିଲା। ଏଥିରେ ମୋଟ ୬ ପାକିସ୍ତାନୀ ପୋଲିସ ଅଧିକାରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ୬ ଶ୍ରୀଲଙ୍କା ଖେଳାଳି, ୨ ସପୋର୍ଟ ଷ୍ଟାଫ ଓ ଜଣେ ଅମ୍ବେୟାର ମଧ୍ୟ ଆହତ ହୋଇଥିଲେ।