Cricketers: ଶୀଘ୍ର ଗିରଫ ହୋଇପାରନ୍ତି ଶୁବମନଙ୍କ ସହ ଏହି ୪ ଭାରତୀୟ କ୍ରିକେଟର୍!

Cricketers: ଗୁଜୁରାଟର ସିଆଇଡି ଶାଖା ଭାରତର ୪ଜଣ ପ୍ରସିଦ୍ଧ କ୍ରିକେଟରଙ୍କୁ ସମନ ପଠାଇଛି। ଏହି ଚାରି କ୍ରିକେଟର ହେଲେ ଶୁଭମନ ଗିଲ୍, ରାହୁଲ ତେୱାଟତିଆ, ମୋହିତ ଶର୍ମା ଏବଂ ସାଇ ସୁଦର୍ଶନ। ଯେଉଁମାନେ ୪୫୦ କୋଟି ଟଙ୍କା ଚିଟଫଣ୍ଡ ସ୍କାମରେ ଗିରଫ ହେବାର ସମ୍ଭାବନା ରହିଛି।

ପ୍ରିୟମ୍ବଦା ରଣା Jan 02, 2025, 16:48 PM IST
1/5

Cricketers: ଗୁଜୁରାଟର ସିଆଇଡି ଶାଖା ଭାରତର ୪ଜଣ ପ୍ରସିଦ୍ଧ କ୍ରିକେଟରଙ୍କୁ ସମନ ପଠାଇଛି। ଏହି ଚାରି କ୍ରିକେଟର ହେଲେ ଶୁବମନ ଗିଲ୍, ରାହୁଲ ତେୱାଟତିଆ, ମୋହିତ ଶର୍ମା ଏବଂ ସାଇ ସୁଦର୍ଶନ। ଯେଉଁମାନେ ୪୫୦ କୋଟି ଟଙ୍କା ଚିଟଫଣ୍ଡ ସ୍କାମରେ ଗିରଫ ହେବାର ସମ୍ଭାବନା ରହିଛି। 

2/5

ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ନିବେଶ ଠକେଇର କିଙ୍ଗପିନ ଭୁପେନ୍ଦ୍ର ସିଂ ଜାଲାଙ୍କୁ ପଚରାଉଚରା ବେଳେ ଏହି ମାମଲା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଏହି ଚାରିଜଣ କ୍ରିକେଟର ଇନଭେଷ୍ଟ ହୋଇଥିବା ଟଙ୍କା ଫେରସ୍ତ କରିନାହାଁନ୍ତି।

3/5

ଯାଞ୍ଚ ଏଜେନ୍ସିଙ୍କ ଅନୁଯାୟୀ, ଇଣ୍ଡିଆନ ପ୍ରିମିୟର ଲିଗରେ ଗୁଜୁରାଟ ଟାଇଟାନ୍ସକୁ ଅଧିନାୟକତ୍ୱ କରିଥିବା ଶୁବମନ ଗିଲ ଏହି ପୋଞ୍ଜି / ଜାଲିଆତି ଯୋଜନାରେ ୧.୯୫ କୋଟି ଟଙ୍କା ବିନିଯୋଗ କରିଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ତିନିଜଣ କ୍ରିକେଟର ତାଙ୍କ ତୁଳନାରେ କମ୍ ଟଙ୍କା ବିନିଯୋଗ କରିଥିଲେ। ଭୁପେନ୍ଦ୍ର ସିଂ ଜାଲାଙ୍କ ଆକାଉଣ୍ଟ ହ୍ୟାଣ୍ଡେଲ୍ କରୁଥିବା ଋଷିକ ମେହେତ୍ତାଙ୍କୁ ସିଆଇଡି ଅଧିକାରୀ ଗିରଫ କରିଛନ୍ତି।

4/5

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, "ଯଦି ଏହି ମାମଲାରେ ମେହେତ୍ତା ଦୋଷୀ ସାବ୍ୟସ୍ତ ଯଦି ହୁଅନ୍ତୁ, ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ଆକାଉଣ୍ଟାଣ୍ଟମାନଙ୍କର ଏକ ଟିମ୍ ପ୍ରସ୍ତୁତ କରିଛୁ, ଯେଉଁମାନେ ଜାଲା ଦ୍ୱାରା ପରିଚାଳିତ ଅନୌପଚାରିକ ଆକାଉଣ୍ଟ ବୁକ୍ ଏବଂ କାରବାରର ଯାଞ୍ଚ କରିବେ। 

5/5

ଅଧିକାରୀମାନେ ପୂର୍ବରୁ କହିଥିଲେ ଯେ ଜାଲା ୬ ହଜାର କୋଟି ଟଙ୍କା ଠକେଇ କରିଛନ୍ତି, କିନ୍ତୁ ପରେ ଏହି ପରିମାଣ ୪୫୦ କୋଟି ଟଙ୍କାକୁ ହ୍ରାସ କରାଯାଇଥିଲା। ଅଧିକାରୀଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, "ଜାଲା ଏକ ଅନୌପଚାରିକ ଆକାଉଣ୍ଟ୍ ବୁକ୍ ପରିଚାଳନା କରୁଥିଲା, ଯାହା ସିଆଇଡି ୟୁନିଟ୍ ଦ୍ୱାରା ନିଜ ଅକ୍ତିଆରକୁ ନିଆଯାଇଛି। ଏହି ବୁକରେ ୫୨ କୋଟି ଟଙ୍କା ମୂଲ୍ୟର କାରବାର ଦେଖିବାକୁ ମିଳିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link