IPL 2023: ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଟିମ ରହିଆସିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଗାମୀ ଆଇପିଏଲ ସିଜିନ ପାଇଁ  (IPL 2023) ମୁମ୍ବାଇ ଇଣ୍ଡିଆନ୍ସ ଟିମ କ୍ୟାମେରୁନ ଗ୍ରିନଙ୍କୁ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସ ନିଜ ଇତିହାସରେ ସବୁଠାରୁ ବଡ଼ ନିଲାମି ଡାକ ଡାକିଛି ଓ କ୍ୟାମେରୁନ ଗ୍ରିନଙ୍କୁ ୧୭.୫୦ କୋଟିରେ କିଣିଛି। ଗ୍ରିନ ଅଷ୍ଟ୍ରେଲିଆ ପାଇଁ  ୨୦୨୦ ରେ ଇଣ୍ଡିଆ ବିପକ୍ଷରେ ୱାନଡେ କ୍ରିକେଟ ଜରିଆରେ ନିଜର ଅନ୍ତଃରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିଥିଲେ।  


COMMERCIAL BREAK
SCROLL TO CONTINUE READING

ଏହାବାଦି ତାଙ୍କୁ ଟେଷ୍ଟ ସିରିଜରେ (Test Series) ଖେଳିବାକୁ ମଉକା ମିଳିଥିଲା । ମାତ୍ର ଏହି ଖେଳାଳି ଚଳିତବର୍ଷ ପାକିସ୍ତାନ ବିପକ୍ଷରେ ଯେମିତି ଟି-20 ରେ ଖେଳିବାକୁ ସୁଯୋଗ ମିଳିଲା ସେ ପୁରା ଦୁନିଆରେ ସବୁଠାରୁ ଚର୍ଚ୍ଚାରେ ରହିଲେ। ସେ ଏମିତି କିଛି ଭଲ ଖେଳ ପ୍ରଦର୍ଶନ କଲେ ଯାହାକୁ ଦେଖି ତାଙ୍କ ପ୍ରଶଂସକ ଓ କ୍ରିକେଟ ପ୍ରେମୀ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଏହି କାରଣ ରହିଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians), ଏହି ଅଲରାଉଣ୍ଡକର ଖେଳାଳି ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିଛି। ମାତ୍ର ଏବେ ଗ୍ରିନଙ୍କ ବ୍ୟାଟିଂ ଦେଖି ମୁମ୍ବାଇ ଇଣ୍ଡିଆନ୍ସ ପୁରା ଟେନସନରେ । 


Also Read: Bhuvneshwar Kumar: ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିଅର!


ଅଷ୍ଟ୍ରେଲିଆ (Australia) ଏବଂ ଦକ୍ଷିଣ ଆଫ୍ରିକା (South Africa) ମଧ୍ୟରେ ଚାଲିଥିବା ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆ ୮ ୱିକେଟ୍ ରେ ୫୭୫ ରନ୍ ସ୍କୋର କରି ନିଜର ଇନିଂସ ଘୋଷଣା କରିଛି। ଡେଭିଡ ୱାର୍ଣ୍ଣର ୨୦୦ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ ସେହିପରି ରନ ଯୋଡିଥିଲେ ଆଲେକ୍ସ କେରି । ସେ ୧୧୧ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍ ଏବଂ କ୍ୟାମେରୁନ୍ ଗ୍ରିନ୍(Cameron Green) ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ସମୟରେ, ଗ୍ରିନଙ୍କ ଷ୍ଟ୍ରାଇକ୍ ହାର ୩୦ କୁ ଛୁଇଁ ପାରିଲା ନାହିଁ । ଯେମିତି ଇଂଲଣ୍ଡ ନିଜର କ୍ରିକେଟରେ ସଫଳତା ହାସଲ କରିଛି। ତାହାକୁ ଅନୁସରଣ କରି ସବୁ ଟିମ ସେମିତି ଖେଳିବାକୁ ପସନ୍ଦ କରୁଛନ୍ତି । 


Also Read:  Suryakumar Yadav: ୩୨ ବର୍ଷ ବୟସରେ ଦଳର ଉପ-ଅଧିନାୟକ ହେଲେ ଏହି ଖେଳାଳି, BCCI ହଠାତ୍ ହସ୍ତାନ୍ତର କଲା ଦାୟିତ୍ୱ


ମାତ୍ର ଗ୍ରିନଙ୍କ ଷ୍ଟ୍ରାଇକ ରେଟ୍ (Strike Rate)  ମୁମ୍ବାଇ ଇଣ୍ଡିଆନ୍ସର(Mumbai Indians) ଚିନ୍ତାକୁ ବଢାଇଦେଇଛି। ସେ ୧୧୭ ବଲ ରେ ୫୧ ରନ୍ କରି ଥିଲେ ଯେଉଁଥିରେ ୫ ଟି ଚୌକା ସାମିଲ ଥିଲା। ଏହାପୂର୍ବରୁ ଡେଭିଡ ୱାର୍ଣ୍ଣର ନିଜରର ୧୦୦ ତମ ଟେଷ୍ଟ ମ୍ୟାଚକୁ ମନେ ରଖିବା ପାଇଁ ଦ୍ୱି-ଶତକ ମାରି ଫର୍ମକୁ ଫେରିଛନ୍ତି। ଯାହାଫଳରେ ଅଷ୍ଟ୍ରେଲିଆ ଦ.ଆଫ୍ରିକା ବିପକ୍ଷରେ ଏକ ବଡ ସ୍କୋର ଛିଡ଼ା କରିଛି। ଦ୍ୱିତୀୟ ଦିନରେ ୩୮୬ ଓ ତୃତୀୟ ଦିନରେ ୫୭୫ ରନ କରି ଇଂନିସ ଘୋଷଣା କରିଛି ଅଷ୍ଟ୍ରେଲିଆ।