India VS Sri Lanka T20 Series: ଟିମ୍ ଇଣ୍ଡିଆ (Team India) ର ଚୟନକର୍ତ୍ତା ମାନେ ଟି-20 ବିଶ୍ୱକପ୍ ୨୦୨୪ (T20 World Cup 2024) କୁ ଦୃଷ୍ଟିରେ ରଖି ଛୋଟ ଫର୍ମାଟରେ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଛନ୍ତି । ଜାନୁଆରୀ ୩ରୁ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରାଯାଇଛି । ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଟି-20 ଦଳର କମାଣ ଦିଆଯାଇଛି । ଅନ୍ୟପଟେ ଜଣେ ବରିଷ୍ଠ ଖେଳାଳି ଏହି ଦଳରେ ତାଙ୍କ ସ୍ଥାନ କରିପାରି ନାହାଁନ୍ତି । ଏହି ଖେଳାଳି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ଟିମ୍ ଇଣ୍ଡିଆର ଅଂଶ ଥିଲେ ।


COMMERCIAL BREAK
SCROLL TO CONTINUE READING

ଶ୍ରୀଲଙ୍କା ବିପକ୍ଷ ଏହି ସିରିଜ (IND vs SL T20 Series) ରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (Ravichandran Ashwin) ଏହି ସିରିଜରେ ନିଜର ସ୍ଥାନ କରିପାରି ନାହାଁନ୍ତି । ଆର୍ ଅଶ୍ୱିନ (R Ashwin) ଶେଷ ଥର ପାଇଁ ଟି -20 ବିଶ୍ୱକପ ୨୦୨୨ରେ ଭାରତ ପାଇଁ ଟି-20 ମ୍ୟାଚ ଖେଳିଥିଲେ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ପରେ ସେ ଟି-20 ଦଳରେ ସ୍ଥାନ ପାଇନାହାଁନ୍ତି । ସେ ବର୍ତ୍ତମାନ ଟି -20 ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଖେଳିବେ କି ନାହିଁ ସେ ବିଷୟରେ କିଛି କୁହାଯାଇପାରିବ ନାହିଁ ।


ଚଳିତ ବର୍ଷ ଜୁଲାଇ ମାସରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା । ଏହି ଗସ୍ତରେ ଟି-20 ଦଳରେ ଆର ଅଶ୍ୱିନ୍ ପ୍ରତ୍ୟାବର୍ତ୍ତନ କରିଥିଲେ । ଆର ଅଶ୍ୱିନ୍ ମଧ୍ୟ ଏସିଆ କପ୍ ୨୦୨୨ରେ ଖେଳିଥିଲେ । ତେବେ ସେ ଟି-୨୦ ବିଶ୍ୱକପ ୨୦୨୨ରେ ନିଜର ପ୍ରଦର୍ଶନ ଦ୍ୱାରା ପ୍ରଭାବିତ କରିପାରି ନାହାଁନ୍ତି । ସେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ୬ଟି ମ୍ୟାଚରେ ୮.୧୫ ଇକୋନୋମି ସହିତ ରନ୍ ଖର୍ଚ୍ଚ କରିଥିଲେ ଓ କେବଳ ୬ ୱିକେଟ୍ ହାସଲ କରିବାରେ ସଫଳ ହୋଇପାରିଥିଲେ ।


ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ପାଇଁ ରବିଚନ୍ଦ୍ରନ୍ ଅଶ୍ୱିନ୍ ୬୫ଟି ଟି-20 ମ୍ୟାଚରେ ୬୨ ୱିକେଟ୍ ନେଇଛନ୍ତି । ଏଥି ସହିତ ସେ ଭାରତ ପାଇଁ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଛନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ୮୮ ଟେଷ୍ଟ ମ୍ୟାଚ୍ ଖେଳି ୪୪୯ ୱିକେଟ୍ ନେଇଛନ୍ତି । ଅନ୍ୟପଟେ ୧୧୩ଟି ଦିନିକିଆରେ ସେ ୧୧୫ ୱିକେଟ୍ ନେଇଛନ୍ତି ।


ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ


ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରୁ ଡ୍ରୋପ୍ ହେବା ପରେ ଦୁଃଖରେ ଅଛନ୍ତି ଶିଖର ଧାୱନ, କଲେ ଏହି ପୋଷ୍ଟ୍


ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀ କହିଲେ ତାଙ୍କୁ କେମିତି ଜୀବନ ସାଥୀ ଦରକାର, ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିବା ଆବଶ୍ୟକ; ଜାଣନ୍ତୁ ପୂରା ଖବର


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହେବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବ ଦେଲେ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ


 


 


ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ


ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।


ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।