COMMERCIAL BREAK
SCROLL TO CONTINUE READING

ଭୁବନେଶ୍ୱର: ରବିବାର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦ ମ୍ୟାଚ ଅନୁଷ୍ଠିତ ହେବ। କିନ୍ତୁ ମ୍ୟାର ଆରମ୍ଭର ପ୍ରାୟ ୧୦ ଘଣ୍ଟା ପୂର୍ବେ ଜଣେ ବିଜେଡି ସାଂସଦଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ଚାଲିଛି। କ୍ରିକେଟ ମ୍ୟାଚ ପାଇଁ ଥିବା ପାସ ବ୍ୟବସ୍ଥାକୁ ସେ ବିରୋଧ କରିଛନ୍ତି। ଏହା ସହ #Abolish Pass ଅଭିଯାନ ଆରମ୍ଭ କରିଛନ୍ତି।


ସୋମବାର ପୂର୍ବାହ୍ନରେ ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏକ ଟ୍ୱିଟ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ପାସ ବ୍ୟବସ୍ଥାକୁ କଡା ବିରୋଧ କରିଛନ୍ତି। ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଟିକଟ କିଣୁଥିବା ବେଳେ କାହିଁକି ପାସ ଆବଶ୍ୟକ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହ ସେ ପାସ ଉଚ୍ଛେଦ ନେଇ ଏକ ଅଭିଯାନ ଆରମ୍ଭ କରିଛନ୍ତି।


Also Read:  IND vs SA T20I : ବାରବାଟୀରେ କଳାବାଜାରୀ! ପାନ ଦୋକାନରେ ମିଳୁଛି କାଉଣ୍ଟର ଟିକଟ


ରାଜ୍ୟସଭା ସାଂସଦ ଲେଖିଛନ୍ତି, 'କଟକରେ ଟି୨୦ କ୍ରିକେଟ ମ୍ୟାଚଦେଖିବାକୁ ବହୁତ ଗୁଡାଏ ଲୋକ ମୋତେ ପାସ ପାଇଁ ନିବେଦନ କରିଥିଲେ, କିନ୍ତୁ ମୁଁ ତାହା ଯୋଗାଇ ଦେଇ ପାରିଲି ନାହିଁ। ପୃଷ୍ଠପୋଷକତା ଏବଂ ବିବେକ ଦୃଷ୍ଟିରୁ ଭାରତରେ ପାସ ବ୍ୟବସ୍ଥା ଉଚ୍ଛେଦ ହେଉ। ମୁଖ୍ୟମନ୍ତ୍ରୀ ଯେତେବେଳେ ଟିକେଟ୍‌ କିଣୁଛନ୍ତି ସେତେବେଳେ ପାସ୍‌ର ଆବଶ୍ୟକତା କାହିଁକି? #Abolish Pass'



ସାଂସଦଙ୍କ Abolish Pass ଅଭିଯାନକୁ କିଛି ଟ୍ୱିଟର ୟୁଜର ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିବା ବେଳେ କିଛି ବିରୋଧ କରିଛନ୍ତି। ବିରୋଧ କରୁଥିବା ଲୋକଙ୍କ କହିବା ହେଲା ଭିଆଇପିଙ୍କ ପାଇଁ ପାସ ବ୍ୟବସ୍ଥା ରହିଛି, ଯଦି ଭିଆଇପି କଲଚର ହଟାଇ ଦିଆଯାଏ ତେବେ ପାସର ଆବଶ୍ୟକତା ପଡିବ ନାହିଁ। ଅନ୍ୟ ଜଣେ ୟୁଜର କହିଛନ୍ତି ଯେ, ଲାଇନରେ ଲାଗି ଟିକଟ ପାଇବା ସହଜ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଭଳି ସମସ୍ତଙ୍କର ଭାଗ୍ୟ ନାହିଁ।


Also Read: IND vs SA T20I : ଅଢ଼େଇ ବର୍ଷ ପରେ କମ୍ପିବ ବାରବାଟୀ, ଟିମ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ କରିବେ


ସୂଚନାଯୋଗ୍ୟ, ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଅଫଲାଇନ ଟିକଟ କିଣଥିଲେ। ଓସିଏ କର୍ତ୍ତୃପକ୍ଷ ନବୀନ ନିବାସ ଯାଇ ଟିକଟ ଦେଇ ଆସିଥିଲେ। କ୍ରିକେଟ ପ୍ରେମୀମାନେ ଦୁଇ ଦିନ ପର୍ଯ୍ୟନ୍ତ ଲାଇନରେ ଠିଆ ହୋଇ ଟିକଟ କାଟିଥିଲେ। ଏବେ ଟିକଟ କଳାବଜାରୀର ଅଭିଯୋଗ ମଧ୍ୟ ଆସୁଛି।