Ramiz Raza On BCCI: ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ଚେୟାରମ୍ୟାନ ରମିଜ ରାଜା (Ramiz Raja) ବିସିସିଆଇର (BCCI) ଅଧିକାରୀଙ୍କ ସମ୍ପର୍କରେ ଆପତ୍ତିଜନକ ବୟାନ ଦେଇଛନ୍ତି । ସେ ବିସିସିଆଇ ଅଧିକାରୀଙ୍କୁ ବିଜେପିର (BJP) ମାନସିକତା ବୋଲି ବର୍ଣ୍ଣନା କରିଛନ୍ତି । ରମିଜ ରାଜାଙ୍କ କହିଛନ୍ତି, "ଭାରତୀୟ କ୍ରିକେଟ୍ ବୋର୍ଡର ମାନସିକତା ହେଉଛି ପାକିସ୍ତାନ କ୍ରିକେଟର ଅଗ୍ରଗତି ହ୍ରାସ କରିବା । ଦୁର୍ଭାଗ୍ୟବଶତଃ ବିସିସିଆଇ ସହିତ ଯାହା ଘଟୁଛି ତାହା ହେଉଛି ବିଜେପିର ମାନସିକତା ।" 


COMMERCIAL BREAK
SCROLL TO CONTINUE READING

ସାକ୍ଷାତକାର ସମୟରେ ରମିଜ ରାଜା କହିଛନ୍ତି, "ଦୁର୍ଭାଗ୍ୟବଶତଃ ଭାରତ ସହିତ ଯାହା ଘଟୁଛି ତାହା ହେଉଛି ବିଜେପିର ମାନସିକତା । ମୁଁ ଯେଉଁ ପ୍ରପର୍ଟିର ଘୋଷଣା କରିଥିଲି ଏହା ପାକିସ୍ତାନ ଜୁନିଅର ଲିଗ୍ (ପିଜେଏଲ୍) ହେଉ କିମ୍ବା ପାକିସ୍ତାନ ମହିଳା ଲିଗ୍ । ଏହା କରାଯାଇଥିଲା ଯାହା ଦ୍ୱାରା ଆମେ ଏକ ଅର୍ଥ ଉପାର୍ଜନ କରିପାରିବା, ଯାହା ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ପାଣ୍ଠି ଯୋଗାଇବ । ଯାହା ଆମକୁ ଆଇସିସି ପାଣ୍ଠିରୁ ଦୂରେକୁ ନେଇଯିବ । ଯାହା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ।" ଏହି ସମୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଇସିସିର ଅଧିକାଂଶ ସମ୍ବଳ ଭାରତରେ ପ୍ରସ୍ତୁତ ହୋଇଥିବାରୁ ଆମର ସ୍ୱାଧୀନତା କ୍ଷୁର୍ଣ୍ଣ ହୋଇଛି । ଯଦି ଭାରତର ମାନସିକତା ପାକିସ୍ତାନକୁ ମାର୍ଜିତ କରିବାକୁ ଚାହୁଁଛି, ତେବେ ନା ଆମେ ଏଠାରେ ନା ସେଠାରେ ରହିବୁ ।


ଏହି ପ୍ରସଙ୍ଗରେ ଇନସାଇଡ୍ ସ୍ପୋର୍ଟସ୍ ସହିତ କଥାବାର୍ତ୍ତା କରି ବିସିସିଆଇର ଜଣେ ଅଧିକାରୀ ରମିଜ ରାଜାଙ୍କୁ ନିରାଶ ଥିବା ବ୍ୟକ୍ତି ବୋଲି କହିଥିଲେ ଓ ସେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବୋର୍ଡ ଅଧିକାରୀଙ୍କ ଅନୁଯାୟୀ, ରମିଜ ରାଜା କେବଳ ଜଣେ ନିରାଶ ବ୍ୟକ୍ତି । ସେ କିଛି କହିବା ପୂର୍ବରୁ ତର୍କକୁ ବିଚାର କରନ୍ତି ନାହିଁ । ତାଙ୍କୁ କ୍ରିକେଟ୍ ସହିତ ରାଜନୀତି ମିଶ୍ରଣ ଦେଖି ବହୁତ ନିରାଶ ଲାଗୁଛି । ସେ ଅତୀତରେ ଏହା କରିଛନ୍ତି ଓ ଭବିଷ୍ୟତରେ ମଧ୍ୟ ସେ ଏହା ଜାରି ରଖିବେ । ତାଙ୍କ ବୟାନ ଦ୍ୱାରା ଆମେ ଆଦୌ ଚିନ୍ତିତ ନାହୁଁ । କହି ରଖୁଛୁ ଯେ ନିକଟରେ ରମିଜ ରାଜାଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ନଜାମ ସେଠୀଙ୍କ ନୂତନ ମୁଖିଆ କରାଯାଇଛି ।


ଆପଣଙ୍କୁ କହିରଖୁଛୁ ଯେ ନିକଟରେ ପାକିସ୍ତାନ କ୍ରିକେଟରେ ବଡ଼ ଧରଣର ଅଦଳ ବଦଳ ଦେଖିବାକୁ ମିଳିଥିଲା । ତିନି ବର୍ଷ ପାଇଁ ଚୁକ୍ତି ପାଇ ଚେୟାରମ୍ୟାନ ହୋଇଥିବା ରମିଜ ରାଜାଙ୍କୁ ପାକିସ୍ତାନ ସରକାର ବରଖାସ୍ତ କରିଥିଲେ । ସେବେଠାରୁ ସେ ମାନସିକ ସନ୍ତୁଳନ ହରାଇଥିବା କୁହାଯାଉଛି । ସେ ପ୍ରତିଦିନ ଭାରତ ବିରୋଧରେ କିଛି ନା କିଛି ବୟାନ ଦେଇ ଚାଲିଛନ୍ତି ।


 


ଏହା ବି ପଢ଼ନ୍ତୁ: HBD Rahul Dravid: ସୋସିଆଲ ମିଡିଆ ଠାରୁ ଦୂରରେ, ଦାମୀ ଜିନିଷ କିଣନ୍ତି ନାହିଁ, ଜନ୍ମ ଦିନରେ ଜାଣନ୍ତୁ ଦ୍ରାବିଡଙ୍କ ବିଷୟରେ କିଛି ରୋଚକ କଥା