Rishabh Pant Car Accident: ଟିମ୍ ଇଣ୍ଡିଆ (Team India) ର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ତାଙ୍କ କାର ଡିଭାଇଡରରେ ଧକ୍କା ଲାଗିଥିଲା ଓ ଜଳି ପାଉଁଶ ହୋଇଯାଇଛି । ତେବେ ଋଷଭ ପନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବାନୁସାରେ, ଋଷଭ ପନ୍ତଙ୍କୁ ଲିଗାମେଣ୍ଟ ଆଘାତ (Ligament Injured) ଲାଗିଛି । ଡାକ୍ତର ଏହା ମଧ୍ୟ କହିଛନ୍ତି ଯେ, ଲିଗାମେଣ୍ଟ ଆଘାତ ଭଲ ହେବା ପାଇଁ ୨-୬ ମାସ ସମୟ ଲାଗିଥାଏ । କିଛି ମାସ ପରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି । ଋଷଭ ପନ୍ତ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ (Delhi Capitals Captain) । ଏପରି ପରିସ୍ଥିତିରେ ଯଦି ଋଷଭ ପନ୍ତ ଆଇପିଏଲ୍ ୨୦୨୩ (IPL 2023) ସୁଦ୍ଧା ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି, ତେବେ ଦିଲ୍ଲୀ କ୍ୟାପିଟାଲ୍ସକୁ ଜଣେ ନୂଆ ଅଧିନାୟକ ଖୋଜିବାକୁ ପଡ଼ିବ ।


COMMERCIAL BREAK
SCROLL TO CONTINUE READING

ଯଦି ଆପଣ ଦିଲ୍ଲୀ କ୍ୟାପିଟାଲ୍ସର ସ୍କ୍ୱାଡକୁ ଦେଖିବେ, ତେବେ ଏହା ଏକ ଯୁବ ଦଳରେ ପରିପୂର୍ଣ୍ଣ । ଏଭଳି ପରିସ୍ଥିତିରେ ଅଧିନାୟକ ଖୋଜିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହେବ । ତେବେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର କମାଣ (Delhi Capitals Captain) ମିଳିପାରେ ।


୧. ଡେଭିଡ ୱାର୍ନର (David Warner)


ଅଷ୍ଟ୍ରେଲିଆର ଦମଦାର୍ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନରଙ୍କ ରୂପରେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଜଣେ ମହାନ ଖେଳାଳି ଅଛନ୍ତି । ଡେଭିଡ ୱାର୍ଣ୍ଣର (David Warner) ଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ୨୦୧୬ରେ ଆଇପିଏଲ୍ ଟ୍ରଫି ଜିତିଥିଲା । ଏଭଳି ପରିସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୱାର୍ଣ୍ଣର ପ୍ରଥମ ବିକଳ୍ପ ହୋଇପାରେ ।


୨. ପୃଥ୍ୱୀ ଶ' (Prithvi Shaw)


ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ  ପୃଥ୍ୱୀ ଶ' (Prithvi Shaw) ଅନ୍ୟ ଏକ ବିକଳ୍ପ ହୋଇପାରେ । ଯଦିଓ ପୃଥ୍ୱୀ ଶ' (Prithvi Shaw) ଆଇପିଏଲରେ ଅଧିନାୟକତ୍ୱ କରିନାହାଁନ୍ତି, କିନ୍ତୁ ୨୦୧୮ ଅଣ୍ଡର-19 ବିଶ୍ୱକପରେ ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଛି । ତେଣୁ ଏହା ସ୍ପଷ୍ଟ ଯେ ତାଙ୍କ ପାଖରେ ନେତୃତ୍ୱ ଗୁଣ ଅଛି । ପୃଥ୍ୱୀ ଶ' (Prithvi Shaw) ବର୍ତ୍ତମାନ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି ।


୩. ମିଚେଲ ମାର୍ଶ (Mitchell Marsh)


୧୭ ବର୍ଷ ବୟସରେ ମିଚେଲ ମାର୍ଶ (Mitchell Marsh) ଅଷ୍ଟ୍ରେଲିଆ ପାଇଁ ଘରୋଇ କ୍ରିକେଟରେ ଡେବ୍ୟୁ କରିଥିଲେ । ୨୦୧୦ ମସିହାରେ ମିଚେଲ ମାର୍ଶ (Mitchell Marsh) ଅଷ୍ଟ୍ରେଲିଆର ଅଣ୍ଡର-19 ଦଳ ପାଇଁ ଅଧିନାୟକ ଭାବରେ ମନୋନୀତ ହୋଇଥିଲେ । ୨୦୧୦ରେ ମିଚେଲ ମାର୍ଶ (Mitchell Marsh) ଅଷ୍ଟ୍ରେଲିଆର ଅଣ୍ଡର ୧୯ ଦଳକୁ ଟାଇଟଲ ଜିତାଇବାରେ ସଫଳ ହୋଇଥିଲେ ।


ଅଧିକ ପଢ଼ନ୍ତୁ:-ପ୍ରତିଦିନ ସ୍ନାନ ନ କରିବାର ବି ରହିଛି ଆଶ୍ଚର୍ଯ୍ୟଜନକ ଲାଭ, ଜାଣିଲେ ବନ୍ଦ କରିଦେବେ ପ୍ରତିଦିନ ଗାଧୋଇବା!


 


ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ ଦଳ


ଋଷଭ ପନ୍ତ (କ୍ୟାପଟେନ), ଡେଭିଡ ୱାର୍ଣ୍ଣର, ମୁକେଶ କୁମାର, ରିଏଲ ରୋସି, ମନୀଷ ପାଣ୍ଡେ, ପ୍ରୀପୃଥ୍ୱୀ ଶ', ଫିଲ୍ ସାଲ୍ଟ, ରିପଲ୍ ପଟେଲ, ରୋଭମାନ ପାଓ୍ୱେଲ, ସରଫରାଜ ଖାନ, ୟଶ ଧୁଲ, ମିଚେଲ ମାର୍ଶ, ଲଲିତ ଯାଦବ, ଅକ୍ସର ପଟେଲ, ଏନ୍ରିକ୍ ନର୍କିଆ, ଚେତନ ସାକାରିଆ, କମଲେଶ ନାଗରକୋଟି, ଖାଲିଲ ଅହମ୍ମଦ, ଲୁଙ୍ଗି ନିଗିଡି, ମୁସ୍ତାଫିଜୁର ରହମାନ, ଅମାନ ଖାନ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ପ୍ରବୀଣ ଦୁବେ ଏବଂ ବିକି ଓଷ୍ଟୱାଲ