Rishabh Pant Latest Health Update: ଋଷଭ ପନ୍ତ ନିଜ ପରିବାର ଲୋକଙ୍କ ସହ ୨୦୨୩ ବର୍ଷ ଆରମ୍ଭ କରିବାକୁ ଚାହୁଁଥିଲେ । ସେ ନୂଆବର୍ଷକୁ ଏକ ନିଆରା ଢଙ୍ଗରେ ପାଳିବାକୁ ଚାହୁଁଥିଲେ । ଯେଉଁ କାରଣରୁ ସେ ନିଜ ମା’ଙ୍କୁ ସରପ୍ରାଇଜ ଦେବାକୁ ଡିସେମ୍ବର ୩୦ ତାରିଖରେ ଏକାକୀ ଗାଡି ଚଲାଇ ଘରକୁ ଫେରୁଥିଲେ, କିନ୍ତୁ ଏହି ସମୟରେ ଏକ ଭୟାନକ ସଡ଼କ ଦୁର୍ଘଟଣାର (Road Accident) ସେ ଶିକାର ହୋଇଥିଲେ । ବର୍ତ୍ତମାନ ଋଷଭ  ପନ୍ତ (Rishabh Pant) ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ସେ ଗଭୀର ଆଘାତ ପାଇଥିଲେ । ଏହା ଏତେ ଗଭୀର ଆଘାତ ଥିଲା ଯେ ତାଙ୍କ ପାଇଁ ୨୦୨୩ ବର୍ଷ ପ୍ରାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନିକଟ ଅତୀତରେ ସେ ନିଜ ଲିଗାମେଣ୍ଟ ଅସ୍ତ୍ରୋପଚାର କରିଥିଲେ ଓ ଯଦି ଡାକ୍ତରମାନଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ତାଙ୍କୁ ଠିକ୍ ଭାବରେ ଚାଲିବା ପାଇଁ ପ୍ରାୟ ପ୍ରାୟଃ ୬ ରୁ ୭ ସପ୍ତାହ ଲାଗିଯିବ ।


COMMERCIAL BREAK
SCROLL TO CONTINUE READING

ଋଷଭ ପନ୍ତ କ୍ରିକେଟ୍ ଗ୍ରାଉଣ୍ଡକୁ ଫେରିବା ପାଇଁ ଆହୁରି ଅଧିକ ସମୟ ଲାଗିପାରେ । ଅର୍ଥାତ୍ ଦୁର୍ଘଟଣା ଯୋଗୁଁ ପ୍ରାୟ ୨୦୨୩ ବର୍ଷସାରା କ୍ରିକେଟ୍ ଠାରୁ ସେ ବାହାରେ ରହିବେ । ଚଳିତ ବର୍ଷ ଟିମ୍ ଇଣ୍ଡିଆ ଏସିଆ କପ୍, ଦିନିକିଆ ବିଶ୍ୱକପ୍ ଭଳି ବଡ ବଡ ଟୁର୍ଣ୍ଣାମେଣ୍ଟ ଖେଳିିବ । ଏହାର ଅର୍ଥ ବର୍ତ୍ତମାନ ଏହି ଦୁଇଟି ବଡ ଟୁର୍ଣ୍ଣାମେଣ୍ଟ ଖେଳିବାର ସ୍ୱପ୍ନ ଋଷଭ ପନ୍ତଙ୍କ  ଅଧୁରା ରହିପାରେ । ଅପରେସନ ସାରିବାର ପ୍ରାୟଃ ୭ ସପ୍ତାହ ମଧ୍ୟରେ ପନ୍ତ ଚାଲିବା ଆରମ୍ଭ କରିବେ, ଯଦିଓ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୪ ରୁ ୫ ମାସ ସମୟ ଲାଗିବ । ଏଭଳି ପରିସ୍ଥିତିରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିବାରୁ ବଞ୍ଚିତ ହେବେ । କିଛି ରିପୋର୍ଟ ଅନୁଯାୟୀ, ଋଷଭ ପନ୍ତଙ୍କୁ ଗ୍ରାଉଣ୍ଡକୁ ଫେରିବା ପାଇଁ ୯ ମାସରୁ ଅଧିକ ସମୟ ଲାଗିପାରେ ।


ଟିମ୍ ଇଣ୍ଡିଆ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷ ୩ ଟି-୨୦ ଓ ୩ଟି ଦିନିକିଆ ସିରିଜରେ ବର୍ତ୍ତମାନ ବ୍ୟସ୍ତ ଅଛି । ଟି-୨୦ ସିରିଜକୁ ଭାରତ ୨-୧ ଜିତିନେଇଛି । ଏହା ସିରିଜ ପରେ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ । ନ୍ୟୁଜିଲ୍ୟାଣ୍ଡ ସିରିଜ ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଜୁଲାଇରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି -୨୦ ମ୍ୟାଚ୍ ଖେଳିବ ।


ସେପ୍ଟେମ୍ବରରେ, ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଦିନିକିଆ ଖେଳିବ ଓ ପନ୍ତଙ୍କୁ ଏହି ସିରିଜରୁ ଗ୍ରାଉଣ୍ଡକୁ ଫେରିବା କଷ୍ଟକର ମନେହୁଏ । ଅକ୍ଟୋବରରେ ଦିନିକିଆ ବିଶ୍ୱକପ ଖେଳାଯିବ । ଏହା ପରେ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟି-୨୦ ଓ ତା’ପରେ ବର୍ଷର ଶେଷ ମାସରେ ଦକ୍ଷିଣ ଆଫ୍ରିକା ସହିତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ବିଶ୍ୱାସ କରାଯାଏ ଯେ ବର୍ଷ ଶେଷ ହେବା ପୂର୍ବରୁ ପନ୍ତ କ୍ରିକେଟ୍ ଗ୍ରାଉଣ୍ଡ ଫେରି ପାରନ୍ତି ।


ଏହା ବି ପଢ଼ନ୍ତୁ: Haris Rauf On Virat Kohali: କୋହଲିଙ୍କ ବ୍ୟାଟିଂକୁ ନେଇ ପାକିସ୍ତାନ ବୋଲର ଦେଲେ ଅଜବ ବୟାନ, କହିଲେ- ମୋତେ ଲାଗୁନାହିଁ....