Rohit Sharma: ଟିମ୍ ଇଣ୍ଡିଆର ଅଧିନାୟକ (Team India Captain ରୋହିତ ଶର୍ମା (Rohit Sharma) ଙ୍କ ଗଣନା ଭାରତର ଶ୍ରେଷ୍ଠ ଓପନର୍ସଙ୍କ ମଧ୍ୟରେ କରାଯାଇଥାଏ । ରୋହିତ ଶର୍ମା ନିଜେ ଟିମ୍ ଇଣ୍ଡିଆ (Team India) ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । କିନ୍ତୁ ୨୦୨୨ ମସିହାରେ ରୋହିତ ଶର୍ମା ତାଙ୍କ ନାମ ଅନୁଯାୟୀ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇନାହାଁନ୍ତି । ରୋହିତ ଶର୍ମା ବହୁତ ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି । ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ୨୦୧୩ ଠାରୁ ପ୍ରତିବର୍ଷ ଗୋଟିଏ ଶତକୀୟ ଇଂନିସ ଖେଳି ଆସୁଛନ୍ତି । କିନ୍ତୁ ୨୦୨୨ ମସିହାରେ ରୋହିତ ଶର୍ମା ଏହି ରେକର୍ଡର ପୁନରାବୃତ୍ତି କରିବାରେ ସକ୍ଷମ ହୋଇ ନାହାଁନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି...


COMMERCIAL BREAK
SCROLL TO CONTINUE READING

ଭାରତୀୟ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମା (Rohit Sharma) ୨୦୨୨ ମସିହାରେ ଆହତ ଥିବାରୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଆହତ କାରଣରୁ ରୋହିତ ଶର୍ମାଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ (India vs Bangladesh Test Series) ରୁ ବାଦ୍ ଦିଆଯାଇଛି । ଏଥି ସହିତ ଫିଟନେସ ଠିକ୍ ନଥିବା ଯୋଗୁଁ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ମଧ୍ୟ ଖେଳିପାରିନଥିଲେ । ଏହା ସହ ରୋହିତ ଶର୍ମାଙ୍କ ବ୍ୟାଟରୁ ରନ୍ ବାହାର କରିବା କଷ୍ଟକର ହୋଇପଡିଛି । ଯେତେବେଳେ ବି ଟିମ୍ ଇଣ୍ଡିଆ (Team India) ରନ୍ ଆବଶ୍ୟକ କରେ । ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନକୁ ଫେରି ଆସନ୍ତି ।


ଭାରତୀୟ ଦଳ (Indian Cricket Team) ବାଂଲାଦେଶ ବିପକ୍ଷ (IND vs BAN 2nd Test) ରେ ଡିସେମ୍ୱର ୨୨ ଅର୍ଥାତ ଆଜି ଠାରୁ  ୨୦୨୨ ମସିହାର ଶେଷ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଇଦାନରେ ଓହ୍ଲାଇଛି । ଏହି ମ୍ୟାଚରେ ରୋହିତ ଶର୍ମା ଖେଳୁ ନାହାଁନ୍ତି । ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ରୋହିତ ଶର୍ମା (Rohit Sharma) ପ୍ରତିବର୍ଷ ଶତକୀୟ ଇଂନିସ ଖେଳିଛନ୍ତି । କିନ୍ତୁ ଚଳିତ ବର୍ଷ ରୋହିତ ଶର୍ମାଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଆସିନାହିଁ । ଏହି କାରଣରୁ ଗତ ୯ ବର୍ଷ ଧରି ରୋହିତ ଶର୍ମାଙ୍କ ଶତକ ସ୍କୋର କରିବାର ପ୍ରକ୍ରିୟା ମଧ୍ୟ ଭାଙ୍ଗି ଯାଇଛି ।


ଅଧିକ ପଢ଼ନ୍ତୁ:-ଇଞ୍ଜେକ୍ସନ ନେଇ ଖେଳିଥିବା ଏହି ୨୯ ବର୍ଷୀୟ ଖେଳାଳିଙ୍କ କ୍ୟାରିୟର ଶେଷ! ରାହୁଲ ଦ୍ରାବିଡ଼ ବି ଛାଡ଼ିଲେ ସାଥ୍


ଅଧିକ ପଢ଼ନ୍ତୁ:-ଆମେରିକାରେ ଜେଲେନସ୍କି, ନୂଆ ବର୍ଷରେ ହେବ କିଛି ବଡ଼ ଧମାକା! ସତ ହୋଇପାରେ ବାବା ଭଙ୍ଗାଙ୍କ ଏହି ଭବିଷ୍ୟବାଣୀ


ଏହା ବି ପଢ଼ନ୍ତୁ:-BCCI ବୈଠକରେ ରୋହିତ ଶର୍ମାଙ୍କ ଉପରେ ବଡ଼ ଆକ୍ସନ, ଅଧିନାୟକତ୍ୱ ଛଡ଼ାଇ ନେଇ ଏହି ଦିଗ୍ଗଜଙ୍କୁ ଦେଲେ ଦାୟିତ୍ୱ!


 


ରୋହିତ ଶର୍ମା (Rohit Sharma) ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ଜଣାଶୁଣା । ରୋହିତ ଶର୍ମା ଭାରତ ପାଇଁ ଦିନିକିଆ (ODI) କ୍ରିକେଟରେ ୨୩୫ଟି ମ୍ୟାଚରେ ୯,୫୪୫ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨୯ ଶତକ ସାମିଲ ରହିଛି । ୨୦୧୯ ବିଶ୍ୱକପ (World XCup 2019) ରେ ରୋହିତ ଶର୍ମା ୫ ଶତକ ହାସଲ କରିଥିଲେ ମଧ୍ୟ ଟିମ୍ ଇଣ୍ଡିଆ (Team India) ଟାଇଟଲ୍ ଜିତିବାରେ ସଫଳ ହୋଇପାରି ନଥିଲା । ବର୍ତ୍ତମାନ ଭାରତୀୟ ପ୍ରଶଂସକମାନେ ନିଶ୍ଚିତ ଭାବରେ ଆଶା କରୁଛନ୍ତି ଯେ, ୨୦୨୩ ମସିହାରେ ରୋହିତ ଶର୍ମାଙ୍କ ବ୍ୟାଟରୁ ଅନେକ ଦମଦାର୍ ଇନିଂସ ଦେଖାଯିବ ।