RR vs SRH Match Result: ମେ ୭ ତାରିଖ ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ପାଖରୁ ପରାସ୍ତ ହୋଇଛି ପୂର୍ବତନ ଆଇପିଏଲ ଚାମ୍ପିଅନ୍ ରାଜସ୍ଥାନ ରୟାଲ୍ସ।  ଏହି ବିଜୟ ସହିତ ଚଳିତ ଆଇପିଏଲ ସଂସ୍କରଣରେ ହାଇଦ୍ରାବାଦ ଦଳର ଏହାର ଯାତ୍ରା ଶେଷ କରିବାରୁ ରକ୍ଷା ପାଇଯାଇଛି। ଏପର୍ଯ୍ୟନ୍ତ ୧୦ ମ୍ୟାଚ ଖେଳିଥିବା ହାଇଦ୍ରାବାଦ ଦଳ ଏହାର ଚତୁର୍ଥ ବିଜୟ ହାସଲ କରିଛି। ଦଳ ବର୍ତ୍ତମାନ ୧୦ ଟିମ ତାଲିକାରେ ନବମ ସ୍ଥାନରେ ରହିଛି।


COMMERCIAL BREAK
SCROLL TO CONTINUE READING

ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟାର ଓପନର୍ ଜୋସ୍ ବଟଲର୍ ଆଇପିଏଲ୍-୨୦୨୩ ସଂସ୍କରଣରେ ନିଜର ପ୍ରଥମ ଶତକ ହାସଲ କରିବାରେ ବଞ୍ଚିତ ହୋଇଥିଲେ। ରାଜସ୍ଥାନ ରାଜଧାନୀ ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ ଠାରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୯୫ ରନ୍ ସ୍କୋର କରିବା ପରେ ଜୋସ୍ ବଟଲର୍ ପାଭିଲିୟନ ଫେରି ଯାଇଥିଲେ। ଯେତେବେଳେ ସେ ଆଉଟ ହୋଇ ଯାଉଥିଲେ, ସେତେବେଳେ ନିରାଶ ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଧାର୍ଯ୍ୟ ୨୦ ଓଭରରେ ୨ ୱିକେଟ୍ ୨୧୪ ରନ୍ ସଂଗ୍ରହ କରିଥିଲା। ଯାହା ଜୟପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଆଇପିଏଲ ମୁକାବିଲାର ସର୍ବାଧିକ ସ୍କୋର ବୋଲି ଜଣାପଡ଼ିଛି।


ଏହାପୂର୍ବରୁ ଜୋସେ ବଟଲର ଏବଂ ଯଶସ୍ୱୀ ଜୈସ୍ୱାଲ ଓପନିଂ କରିବାକୁ ଆସିଥିଲେ। ମାର୍କୋ ଜାନସେନ୍ ଯଶସ୍ୱୀ ଜୈସ୍ୱାଲଙ୍କୁ ୩୫ ରନ ସ୍କୋର କରିବା ପରେ ପାଭିଲିୟନ ପଠାଇ ଦେଇଥିଲେ।  ହେଲେ ଜୋସ ବଟଲର ଗୋଟିଏ ପଟେ ପଡ଼ିଆରେ ଅଟକି ରହିଥିଲେ। ସେ ଏକ ଚମତ୍କାର ଢଙ୍ଗରେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ବୋଲିଂ ଉପରେ ଭାରୀ ପଡ଼ିଥିଲେ। ବଟଲର, ଯଶସ୍ୱୀଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୫୪ ରନ୍ ଯୋଡିଥିବା ବେଳେ ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୧୩୮ ରନ୍ ଯୋଡିଥିଲେ।


ଶେଷ ବଲରେ ମିଳିଲା ୱିକେଟ୍ ଏବଂ ନୋ ବଲ୍ 
ଶେଷ ୨ ଓଭରରେ ଜିତିବା ପାଇଁ ହାଇଦ୍ରାବାଦ ଦଳକୁ ୪୧0 ରନ୍ ଆବଶ୍ୟକ କରିଥିଲା। ଏହା ପରେ ସମସ୍ତେ ଅନୁମାନ କରିଥିଲେ ଯେ ରାଜସ୍ଥାନ ଦଳ ଜିତିବ। ହେଲେ ଗ୍ଲେନ ଫିଲିପ୍ସ ବାଜି ବଦଳାଇ ଦେଇଥିଲେ। ସେ କୁଲଦୀପ ଯାଦବଙ୍କ ୧୯ ତମ ଓଭରରେ ତିନୋଟି ଛକା ଏବଂ ଗୋଟିଏ  ଚୌକା ମାରିଥିଲେ। ଏହି ଓଭରରେ ୨୪ ରନ୍ ସ୍କୋର ହୋଇଥିଲା। ଗ୍ଲେନ ଫିଲିପ୍ସ ଫିଲିପ୍ସ ପଞ୍ଚମ ବଲରେ ଆଉଟ୍ ହୋଇଯାଇଥିଲେ। ସେ ୭ ବଲ ଖେଳି ୨୫ ରନ୍ ସଂଗ୍ରହ କରିଥିଲେ। ଶେଷ ଓଭରରେ ୧୭ ରନ୍ ଆବଶ୍ୟକ ଥିଲା ଏବଂ ବଲ୍ ସନ୍ଦୀପ ଶର୍ମାଙ୍କୁ ଦିଆଯାଇଥିଲା। ଦ୍ୱିତୀୟ ବଲରେ ଅବଦୁଲ ସମଦ ଗୋଟିଏ ଛକା ମାରିଥିଲେ। ଇନିଂସର ଶେଷ ବଲରେ ୫ ରନ୍ ଆବଶ୍ୟକ ରହିଥିଲା ହେଲେ ଅବଦୁଲ ସମଦ ଲଙ୍ଗ ଅଫ ଠାରେ କ୍ୟାଚ ଆଉଟ୍ ହୋଇଯାଇଥିଲେ। ହେଲେ ଅନ୍ ଫିଲ୍ଡ ଅମ୍ପାୟାର ଏହାକୁ ନୋ ବଲ୍ ବୋଲି କହିଥିଲେ। ରୋମାଞ୍ଚ ମ୍ୟାଚରେ ଫେରିଆସିଲା। ଅବଦୁଲ ସମାଦ ଶେଷ ବଲରେ ଗୋଟିଏ ଛକା ମାରି ଦେଇଥିଲେ।


ବିଶାଳ ୨୧୫ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦ ଦଳ ଏକ ଭଲ ପାଳି ଆରମ୍ଭ କରିଥିଲା। ଅଭିଷେକ ଶର୍ମା ଅନମୋଲପ୍ରୀତ ସିଂହଙ୍କ ସହ ୫୧ ରନର ଏକ ଓପନିଂ ଭାଗିଦାରୀ କରିଥିଲେ। ସେ ୩୪ ବଲ ଖେଳି ୫୫ ରନ ସ୍କୋର କରିଥିଲେ। ଯେଉଁଥିରେ 5 ଚୌକା ଏବଂ ୨ ଛକା ଅନ୍ତର୍ଭୂକ୍ତ ରହିଥିଲା। ଏହା ସହିତ, ଅନମୋଲପ୍ରୀତ ସିଂହ ୨୫ ବଲ ଖେଳି ୪ ଚୌକା ଏବଂ ୧ ଛକା ସହାୟତାରେ 33 ରନ୍ ସଂଗ୍ରହ କରିଥିଲେ। ରାହୁଲ ତ୍ରିପାଠୀ ୨୯ ଖେଳି ୨ ଚୌକା ଏବଂ ୩ ଛକା ସହାୟତାରେ ୪୭ ରନ ସ୍କୋର କରିବା ପରେ ପାଭିଲିୟନ ଫେରି ଯାଇଥିଲେ। ହେନରିକ୍ କ୍ଲାସେନ୍ ୧୨ ବଲ ଖେଳି ୨ ଚୌକା ଏବଂ ୨ ଛକା ସହାୟତାରେ ୨୬ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଗ୍ଲେନ୍ ଫିଲିପ୍ସ ଏବଂ ଅବଦୁଲ ସମଦ ବାକି କାମ ଶେଷ କରି ଦେଇଥିଲେ। ରାଜସ୍ଥାନ ରୟାଲ୍ସ ପାଇଁ ୪ ଓଭର ବୋଲି ୨୯ ରନ୍ ବ୍ୟୟରେ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ୪ ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ କୁଲଦୀପ ଯାଦବ ଏବଂ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ। ୧୧ ମ୍ୟାଚରେ ଷଷ୍ଠ ପରାଜୟ ପରେ ରାଜସ୍ଥାନ ଦଳ ୧୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।