Sania Mirza Shoaib Malik Divorce: ଭାରତର ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ନେଇ ଅନେକ ଖବର ଦୀର୍ଘ ଦିନ ଧରି ସାମ୍ନାକୁ ଆସୁଛି । କିଛି ଦିନ ପୂର୍ବରୁ ସାନିଆ ଭାରତରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଶୋଏବ ଏଥିରେ ଯୋଗ ଦେଇନଥିଲେ। ଯଦିଓ ପାକ୍ କ୍ରିକେଟର ତାଙ୍କୁ ସୋସିଆଲ ମିଡିଆରେ ଶୁଭକାମନା ଜଣାଇଥିଲେ ତଥାପି ନିଜ ପତ୍ନୀଙ୍କ ଜନ୍ମଦିନରେ ସାମିଲ ନହେବା କଥାକୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଇଥିଲା। କାରଣ ସେହି ପୋଷ୍ଟରେ ଟେନିସ୍ ତାରକାଙ୍କଠାରୁ କୌଣସି ପ୍ରତିକ୍ରିୟା  ଦିଆଯାଇନଥିଲା। ତେବେ ଏସବୁ ଘଟଣାରେ ପୂର୍ଣ୍ଣଚ୍ଛେଦ ଟାଣି ଆଜିକାଲି ଦୁହେଁ ଏକାଠି ଏକ ଚାଟ୍ ସୋ କରୁଛନ୍ତି ଏବଂ ଶୋ’ର ସେଟ୍ ରୁ ମଧ୍ୟ ଏକ ଚିତ୍ର ସାମ୍ନାକୁ ଆସିଛି। 


COMMERCIAL BREAK
SCROLL TO CONTINUE READING

ପାକିସ୍ତାନୀ ଅଭିନେତା ଇମ୍ରାନ ଅବ୍ବାସ ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ (Shoaib Malik ) ସହ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସାନିଆ ଏବଂ ଶୋଏବଙ୍କ ସହିତ ଇମ୍ରାନ ମଧ୍ୟ ରହିଛି । ଟେନିସ୍ ତାରକା ଏକ କୁର୍ତ୍ତା ଏବଂ ପିଲାଜୋ ପିନ୍ଧିଛନ୍ତି ଏବଂ ଷ୍ଟାଇଲିସ୍ ଟ୍ରେଣ୍ଡିଂ ଲୁକ୍ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ସାନିଆ ମିର୍ଜା (Sania Mirza) । ସେହିପରି ପାକିସ୍ତାନୀ କ୍ରିକେଟର (Pakistan Cricketer) ଶୋଏବ ମଲିକ ମଧ୍ୟ ଫରମାଲ ଲୁକ୍ ରେ ଡାସିଂ ନଜର ଆସୁଥିଲେ । ତେବେ ଏହି ଲୁକରେ ପତି ଓ ପତ୍ନୀ କାନ୍ଧକୁ କାନ୍ଧ ମିଶାଇ ଛିଡ଼ା ହୋଇଥିବାର ଏକ ଫଟୋ ଇନଷ୍ଟ୍ରାଗ୍ରାମ ରେ ସେୟାର କରାଯାଇଛି। ତେବେ ଏଠାରେ କହିରଖୁଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସାନିଆ କିମ୍ବା ଶୋଏବ ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । ଉଭୟଙ୍କ ମଧ୍ୟରୁ କେହି ଛାଡପତ୍ରକୁ ନିଶ୍ଚିତ କରିନାହାଁନ୍ତି କିନ୍ତୁ ଦୁହେଁ ମଧ୍ୟ ଏହି ରିପୋର୍ଟକୁ ଅସ୍ୱୀକାର କରିନାହାଁନ୍ତି।


Also Read: Rituraj Gaikwad: ଇତିହାସ ଲେଖିଦେଲେ ଋତୁରାଜ ଗାଏକ୍ୱାଡ଼, ଗୋଟିଏ ଓଭରରେ ୭ ଛକା


ଗଲ୍ଫ ନ୍ୟୁଜ୍ ଏବଂ ପାକିସ୍ତାନର ଅନେକ ଗଣମାଧ୍ୟମ ଅଛନ୍ତି ଯେଉଁମାନେ ଦାବି କରିଛନ୍ତି ଯେ ,ଏହି ଦମ୍ପତି ଆଇନଗତ ଭାବେ ଅଲଗା ହୋଇଯାଇଛନ୍ତି । ବର୍ତ୍ତମାନ ଉଭୟ ପୁଅର ହେପାଜତ ତଥା ଅନ୍ୟାନ୍ୟ ଆଇନଗତ ସମସ୍ୟାର ସମାଧାନ ପ୍ରକ୍ରିୟା ଶେଷ କରୁଛନ୍ତି। ଏପରିକି ଦାବି ହେଉଛି ଯେ ଖୁବ ଶୀଘ୍ର ସାନିଆ ଏବଂ ଶୋଏବ ଆନୁଷ୍ଠାନିକ ଭାବେ ସେମାନଙ୍କ ଅଲଗା ହେବା ଘୋଷଣା କରିବେ ।  ଯଦିଓ କିଛି ସୋସିଆଲ୍ ମିଡିଆ (Social Media) ବ୍ୟବହାରକାରୀ ଏହାକୁ ଚାଟ୍ ସୋ ପାଇଁ ଏକ ପ୍ରଚାର ଷ୍ଟଣ୍ଟ ବୋଲି କହୁଛନ୍ତି । 


Also Read: FIFA 2022: କ୍ରୋଏସିଆ ବିପକ୍ଷରେ କାନାଡ଼ାର ଦ୍ରୁତତମ ଗୋଲ ସ୍କୋର, ନିଜ ନାମରେ କଲା ଏହି ରେକର୍ଡ 


ଗତ କିଛିଦିନ ତଳେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା (Sania Mirza) ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ୍‌ଙ୍କ ସମ୍ପର୍କରେ ଫାଟ ନେଇ ବେଶ ଚର୍ଚ୍ଚା ଲାଗିରହିଥିଲା । ସାନିଆ ଏବଂ ଶୋଏବ ମଧ୍ୟରେ କିଛି ଠିକ୍‌ ଚାଲିନାହିଁ ବୋଲି ଅନେକ ଗଣମାଧ୍ୟମ ପ୍ରକାଶ କରିଥିଲେ ।ଉଭୟ ଖୁବ୍‌ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି। ହେଲେ ଏହାକୁ ନେଇ କୌଣସି ଅଫିସିଆଲ ସୂଚନା ମିଳିନଥିବା ବେଳେ ନିଜର ଏକ ଟକ୍ ଶୋ ଆରମ୍ଭ କରିଛନ୍ତି ସାନିଆ ଓ ଶୋଏବ । ସୂଚନାଯୋଗ୍ୟ ସାନିଆ ଏବଂ ଶୋଏବ ୨୦୧୦ ମସିହାରେ ବିବାହ କରିଥିଲେ। ୨୦୧୮ରେ ପୁତ୍ର ସନ୍ତାନ ଅଭିଭାବକ ହୋଇଥିଲେ ଏହି ଦୁଇ ଷ୍ଟାର ଖେଳାଳି।