Shahid Afridis daughter waved Triranga, ନୂଆଦିଲ୍ଲୀ: ଏସିଆ କପ-୨୦୨୨ରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ଷ୍ଟାଡିୟମରେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ଝିଅ ତ୍ରିରଙ୍ଗା ପତାକା ଉଡାଇଛନ୍ତି। ଯାହା ପରେ ଭାରତକୁ ଶତ୍ରୁ କହୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଟ୍ରୋଲର ଶିକାର ହୋଇଛନ୍ତି। ସୋସିଆଲ ମିଡିଆରେ ପାକିସ୍ତାନ ସମର୍ଥକମାନେ ତାଙ୍କୁ ଖୁବ୍ ସମାଲୋନା କରିଛନ୍ତି। ଯାହା ପରେ ଏକ ଟିଭି ସାକ୍ଷାତକାରରେ ପାକିସ୍ତାନର ଏହି ପୂର୍ବତନ କ୍ରିକେଟର ସଫେଇ ଦେଇଛନ୍ତି। ନିଜ ଝିଅର ଭାରତ ପ୍ରୀତିକୁ ନେଇ ଶାହିଦ ଆଫ୍ରିଦି ଯେଉଁ ତର୍କ ଦେଇଛନ୍ତି, ଯାହାକୁ ସହଜରେ ଗ୍ରହଣ କରିବା ସମ୍ଭବ ନୁହଁ। 


COMMERCIAL BREAK
SCROLL TO CONTINUE READING

ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ସ୍ୱୀକାର କରିଛନ୍ତି ଯେ, ଭାରତ ବନାମ ପାକିସ୍ତାନ ମ୍ୟାଚ ବେଳେ ତାଙ୍କ ସାନ ଝିଅ ଆକ୍ସା ଆଫ୍ରିଦି, ତ୍ରିରଙ୍ଗା ପତାକା ଉଡାଇଛନ୍ତି। ଶାହିଦ୍ କହିଛନ୍ତି ଯେ, ତାଙ୍କ ପତ୍ନୀ ନାଦିଆ କହିଥିଲେ କି ଷ୍ଟାଡିୟମରେ ପ୍ରାୟ ୧୦ ପ୍ରତିଶତ ପାକିସ୍ତାନୀ ଫ୍ୟାନ୍ସ ଓ ବଳକା ଭାରତୀୟ ସମର୍ଥକ ଅଛନ୍ତି। ସେଠାରେ ପାକିସ୍ତାନୀ ଜାତୀୟ ପତାକା ନଥିଲା, ତେଣୁ ତାଙ୍କ ଝିଅ ତ୍ରିରଙ୍ଗା ଉଡାଇଥିଲେ। ସେ ଏହାର ଭିଡିଓ ପାଇଛନ୍ତି, କିନ୍ତୁ ସେ ତାହାକୁ ଅନଲାଇନରେ ସେୟାର କରିବେ କି ନାହିଁ ବୋଲି ଭାବୁଛନ୍ତି।


Also Read: Taliban down Black Hawk: ଅଳ୍ପ ଜ୍ଞାନ ଭୟଙ୍କର! କାବୁଲରେ ଆମେରିକୀୟ ହେଲିକପ୍ଟର ଖସି ତିନି ମୃତ, ଦୋଷ ଲୁଚାଇବାକୁ ଏମିତି କହିଲା ତାଲିବାନ


ତେବେ ଆଫ୍ରିଦିଙ୍କ ଏହି ସ୍ପଷ୍ଟୀକରଣ ଏକ ପ୍ରକାରର ମନଗଢା କାହାଣୀ ଭଳି ଲାଗୁଛି। କାରଣ ୧୦ ପ୍ରତିଶତ ଦର୍ଶକ ଥିଲେ ବୋଲି ପାକିସ୍ତାନୀ ପତାକା ଶେଷ ହୋଇଗଲା। ଏହା ଏକ ଉପଯୁକ୍ତ ଚୁକ୍ତି ହୋଇନପାରେ। ଅନ୍ୟପଟେ ଶାହିଦଙ୍କ ଝିଅ ହାତରେ ତ୍ରିରଙ୍ଗା ଦେଖି ଭାରତୀୟ ସମର୍ଥକମାନେ ଆନନ୍ଦିତ ଅଛନ୍ତି। କାରଣ, ଭାରତରୁ ନେଇ ସବୁବେଳେ ଶାହିଦ ଆଫ୍ରିଦି ବିବାଦୀୟ ବୟାନ ଦେଇଥାନ୍ତି। ପୂର୍ବତନ ସ୍ପିନର ଦାନିଶ କାନେରିଆଙ୍କ ଯୁକ୍ତିତର୍କ ବେଳେ ଶାହିଦ, ଭାରତକୁ ଶତ୍ରୁ ବୋଲି କହିଥିବା ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ତାଙ୍କ ଝିଅ ଟିଭି ଦେଖି 'ଆଳତୀ' କରିବା ଭଳି ଅଭିନୟ କରିଥିଲେ। ଯେଉଁଥିପାଇଁ ସେ ତାଙ୍କ ପତ୍ନୀ ଉପରେ ରାଗିଥିଲେ। ଆଉ ଏହାକୁ ଖୋଦ୍ ପୂର୍ବତନ ପାକିସ୍ତାନ କ୍ରିକେଟର ସ୍ୱୀକାର କରିଛନ୍ତି।



ଅନ୍ୟପଟେ ସେହି ଏସିଆ କପର ଭାରତ-ପାକିସ୍ତାନ ମ୍ୟାଚ ବେଳେ ଉତ୍ତର ପ୍ରଦେଶ ବରେଲିର ସୈୟମ ଜୈସୱାଲ ନାମକ ଜଣେ ବ୍ୟବସାୟୀ ପାକିସ୍ତାନ ଜର୍ସି ଫିନ୍ଧିଥିଲେ। ଏଥିପାଇଁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏପରି କି ତାଙ୍କୁ ଜେଲରେ ପୁରାଇବାକୁ ବି ଲୋକେ ଅପିଲ କରିଥିଲେ। ଯାହା ପରେ ସୈୟମ ସୋସଆଲ ମିଡିଆରେ କ୍ଷମା ମାଗିଥିଲେ। ମଦ ବ୍ୟବସାୟୀ କହିଥିଲେ ଯେ, ସେ ତାଙ୍କମାନଙ୍କ ସହ ଦୁବାଇରେ ମ୍ୟାଚ ଦେଖିବାକୁ ଯାଇଥିଲେ। କିନ୍ତୁ ସମୟ ହୋଇଯାଇଥିବାରୁ ଷ୍ଟାଡିୟମ ବାହାରେ ଭାରତର ଜର୍ସି ମିଳିନଥିଲା। ତେଣୁ ପାକିସ୍ତାନୀଙ୍କୁ ଚିଡେଇବା ପାଇଁ ସେ ପାକିସ୍ତାନ ଜର୍ସି ପିନ୍ଧିଥିଲେ। ତେବେ ଷ୍ଟାଡିୟମରେ ସୈୟମ ଜୈସୱାଲ, ପାକିସ୍ତାନୀ ଜର୍ସି ପିନ୍ଧି ତ୍ରିରଙ୍ଗା ପତାକା ଉଡାଉଥିବା ଦେଖିବାକୁ ମିଳିଛି।