Shashi Tharoor On Sanju Samson: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ତଥା ଶେଷ ଏକଦିବସୀୟ ମ୍ୟାଚ୍ (India vs New Zealand 3rd ODI) ଚାଲିଛି । ଆଜି (ବୁଧବାର) ଅର୍ଥାତ ନଭେମ୍ୱର ୩୦ରେ ଖେଳା ଯାଉଥିବା ଏହି ମ୍ୟାଚ (IND vs NZ 3rd ODI) ରେ  ମଧ୍ୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ (Sanju Samson) ଙ୍କୁ ଅଣଦେଖା କରାଯାଇଛି । ସଞ୍ଜୁ ସାମସନଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ସ୍ଥାନ ମିଳିନାହିଁ । ସଞ୍ଜୁ ସାମସନ୍ ଏହି ସିରିଜରେ କେବଳ ଗୋଟିଏ ମ୍ୟାଚ୍ ଖେଳିବାରେ ସକ୍ଷମ ହୋଇପାରିଛନ୍ତି । ଟିମ୍ ଇଣ୍ଡିଆର ଏହି ମନୋଭାବକୁ ନେଇ ପ୍ରଶଂସକମାନେ ବହୁତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଏଣ୍ଟ୍ରି ମାରିଛି । କେରଳରୁ କଂଗ୍ରେସ ସାଂସଦ (Congress MP) ଶଶି ଥରୁର (Shashi Tharoor) ଟିମ୍ ଇଣ୍ଡିଆ (Team India) ଉପରେ ପ୍ରଶ୍ନ ଉଠାଇଛନ୍ତି । ବୁଧବାର ସକାଳେ ଟ୍ୱିଟ୍ କରି ଟିମ୍ ଇଣ୍ଡିଆର ରଣନୀତି ଉପରେ ଶଶି ଥରୁର ପ୍ରଶ୍ନ ଉଠାଇଛନ୍ତି । 


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ନେତା ଶଶି ଥରୁର (Shashi Tharoor) ଟ୍ୱିଟ କରି ଭିଭିଏସ୍ ଲକ୍ଷ୍ମଣ (VVS Laxman) ଙ୍କ ବୟାନକୁ ଉଲ୍ଲେଖ କରିଛନ୍ତି,  ଯେଉଁଥିରେ ଲକ୍ଷ୍ମଣ କହିଛନ୍ତି ଯେ ଋଷଭ ପନ୍ତ ନମ୍ବର ୪ରେ ଭଲ ପ୍ରଦର୍ଶନ କରିଛନ୍ତି, ଯେଉଁଥି ପାଇଁ ପୂରା ଦଳ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ । ଶଶି ଥରୁର ଲେଖିଛନ୍ତି ନିଜ ଟ୍ୱିଟରେ ଲେଖିଛନ୍ତି ଯେ, "ଋଷଭ ପନ୍ତ (Rishabh Pant) ଜଣେ ଭଲ ଖେଳାଳି, କିନ୍ତୁ ସେ ତାଙ୍କର ଶେଷ ୧୧ରୁ ୧୦ ଇନିଂସରେ ବିଫଳତା ପ୍ରମାଣ ହୋଇଛନ୍ତି । ଅନ୍ୟପଟେ ସଞ୍ଜୁ ସାମସନ  (Sanju Samson) ଙ୍କ ଦିନିକିଆ (ODI) ରେ ୬୬ ଏଭେରେଜ ଅଛି । ଗତ ପାଞ୍ଚ ଇନିଂସରେ ସେ ରନ୍ ସ୍କୋର କରିଛନ୍ତି । ତଥାପି ସେ ବେଞ୍ଚରେ ବସି ଅଛନ୍ତି । ଏଭଳି ପରିସ୍ଥିତିରେ ଜିନିଷ ଦେଖିବାର ଆବଶ୍ୟକତା ଅଛି ।"


ଉଲ୍ଲେଖନୀୟ ବିଷୟ ହେଉଛି ଯେ, ସଞ୍ଜୁ ସାମସନଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରସଙ୍ଗ ଦୀର୍ଘ ଦିନ ଧରି ଉଠିଆସିଛି । ପୂର୍ବରୁ ମଧ୍ୟ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇ ନଥିଲା । ଯାହାକୁ ନେଇ ସେତେବେଳେ ହଙ୍ଗମା ଦେଖାଦେଇଥିଲା । ଏହା ବ୍ୟତୀତ ଦଳରେ ସାମିଲ କରାଇବା ପରେ ତାଙ୍କୁ ଡ୍ରପ୍ କରାଯିବାକୁ ନେଇ ପ୍ରଶଂସକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସଞ୍ଜୁ ସାମସନଙ୍କ ଦିନିକିଆ (ODI) ରେକର୍ଡ କିଛି ଏପରି ରହିଛି: ୧୧ଟି ମ୍ୟାଚ୍, ୧୦ଟି ଇନିଂସ, ୩୩୦ ରନ୍, ୬୬ ଏଭେରେଜ୍ । ଏହା ହେଉଛି ODIରେ ସଞ୍ଜୁ ସାମସନଙ୍କ ଇନିଂସ: ୪୬, ୧୨, ୫୪, ୬*, ୪୩*, ୧୫, ୮୬*, ୩୯*, ୨*, ୩୬


ଅଧିକ ପଢ଼ନ୍ତୁ:-BCCI ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ମିଳିଲା ନୋଟିସ୍, ବୋହୂ ମୟନ୍ତୀ ଲେଙ୍ଗରଙ୍କ ସହ ଜଡ଼ିତ ମାମଲା


ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଷ୍ଟାମିନା ବଢ଼ାଇଥାଏ ଏହି ୫ଟି ଜିନିଷ, ଆଜିଠୁ ହିଁ ଆରମ୍ଭ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ


ଅଧିକ ପଢ଼ନ୍ତୁ:-କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା? ରେସରେ ଅଛନ୍ତି ଏହି ଓଡ଼ିଆ ଖେଳାଳି


ଭାରତ ଓ ନ୍ୟୁଜିଲ୍ୟାଣ୍ଡ ODI ସିରିଜର ପୂରା କାର୍ଯ୍ୟସୂଚୀ 


ପ୍ରଥମ ODI ନଭେମ୍ବର ୨୫
ଦ୍ୱିତୀୟ ODI ନଭେମ୍ବର ୨୭
ତୃତୀୟ ODI ନଭେମ୍ବର ୩୦


ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ODI ଦଳ 


ଶିଖର ଧୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଶୁଭମାନ ଗିଲ, ଦୀପକ ହୁଡା, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହାବାଜ ଅହମ୍ମଦ, ୱାଶିଂଟନ ସୁନ୍ଦର, ଉମ୍ରାନ ମଲିକ, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।