ନୂଆଦିଲ୍ଲୀ: T20 World Cup 2022 Shimron Hetmyer: କ୍ରିକେଟର ମହାକୁମ୍ବ କୁହାଯାଉଥିବା ଟି-20 ବିଶ୍ୱକପ ୨୦୨୨ ଆରମ୍ଭ ହେବାକୁ ଆଉ ଅଳ୍ପ କିଛି ସମୟ ବାକି ଅଛି । ଭାରତର ଷ୍ଟାର୍ କ୍ରିକେଟର ଜସପ୍ରୀତ ବୁମ୍ରା ଓ ଅଲରାଉଣ୍ଡର  ରବିନ୍ଦ୍ର ଜାଡ଼େଜା ଆହତ କାରଣରୁ ଟି-20 ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଫ୍ଲାଇଟ୍ ଧରି ପାରିନଥିବାରୁ ଟି-20 ବିଶ୍ୱକପରୁ ବାହାର ହୋଇଯାଇଛନ୍ତି । ଏହା ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା କହିଲେ ଅତୁକ୍ତ ହେବ ନାହିଁ । ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ..


COMMERCIAL BREAK
SCROLL TO CONTINUE READING

ୱେଷ୍ଟଇଣ୍ଡିଜର ଆକ୍ରାମକ ବ୍ୟାଟ୍ସମ୍ୟାନ୍ ଶିମ୍ରନ୍ ହେଟମିୟର ଅଷ୍ଟ୍ରେଲିଆରେ ଦଳରେ ଯୋଗଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ଫ୍ଲାଇଟ୍ ନ ଧରିପାରିବାରୁ ୱେଷ୍ଟଇଣ୍ଡିଜର ଟି-20 ବିଶ୍ୱକପ ୨୦୨୨ ଦଳରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସମର୍ଥ ବ୍ରୁକ୍ସଙ୍କୁ ଦଳରେ ସାମିଲ କରାଯାଇଛି । ଶିମ୍ରନ୍ ହେଟମିୟରଙ୍କୁ ଶନିବାର ଗୁଇନାରୁ ଗସ୍ତ କରିବାର ଥିଲା କିନ୍ତୁ ପାରିବାରିକ କାରଣରୁ ସୋମବାର ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ତାଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ଦେଇଥିଲା । ଏହାର ଅର୍ଥ ହେଉଛି ଗୋଲ୍ଡକୋଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ବୁଧବାରର ଟି-20 ମ୍ୟାଚ୍ ପାଇଁ ସେ ଉପଲବ୍ଧ ହୋଇପାରି ନଥାନ୍ତେ । ସେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ସୂଚନା ଦେଇଛନ୍ତି ଯେ ସେ ପରବର୍ତ୍ତୀ ନିର୍ଦ୍ଧାରିତ ବିମାନକୁ ମଧ୍ୟ ଧରି ପାରନ୍ତି ନାହିଁ । ଏହା ପରେ ଚୟନକର୍ତ୍ତାମାନେ ତାଙ୍କୁ ଦଳରୁ ବାଦ୍ ଦେଇଛନ୍ତି ।


ଅଧିକ ପଢ଼ନ୍ତୁ:-ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର


ଅଧିକ ପଢ଼ନ୍ତୁ:-ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର


ଅଧିକ ପଢ଼ନ୍ତୁ:-କେଜ୍ରିୱାଲ ସରକାରଙ୍କ ପାଇଁ ପୁଣି ବଢ଼ିଲା ସଙ୍କଟ! ଦିଲ୍ଲୀ ଉପରାଜ୍ୟପାଳ ନେଲେ ଏହି ବଡ଼ ପଦକ୍ଷେପ


 


ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ନିର୍ଦ୍ଦେଶକ ଜିମି ଆଡାମସ୍ ଏକ ବୟାନ ଜାରି କରି କହିଛନ୍ତି ଯେ,  ପାରିବାରିକ କାରଣରୁ ଆମେ ଶିମ୍ରନ୍ ହେଟମିୟରଙ୍କ ଫ୍ଲାଇଟକୁ ଶନିବାରରୁ ସୋମବାରକୁ ସ୍ଥାନାନ୍ତର କରିଥିଲୁ, କିନ୍ତୁ ସ୍ପଷ୍ଟ କରିଦିଆଯାଇଥିଲା କି ଫ୍ଲାଇଟ ଧରିବାରେ ବିଳମ୍ବ ହେଲେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ରଖିବା ଛଡ଼ା ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ବୋଲି ତାଙ୍କୁ ସ୍ପଷ୍ଟ କରାଯାଇଛି । କାରଣ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ପାଇଁ ଦଳର ପ୍ରସ୍ତୁତିରେ କୌଣସି ବୁଝାମଣା କରିପାରିବୁ ନାହିଁ । ଏଠାରେ କହି ରଖୁଛୁ ଯେ, ସମର୍ଥ ବ୍ରୁକ୍ସ ଗତ ବର୍ଷ ଡିସେମ୍ବରରେ ଟି-20 ଡେବ୍ୟୁ କରିଥିଲେ । ସେ ୧୧ଟି ମ୍ୟାଚରେ ୨୩ ଏଭେରେଜରେ ରନ କରିଛନ୍ତି । ଗତ ବିଶ୍ୱକପରେ ହେଟମିୟର ଅଂଶଗ୍ରହଣ କରିଥିଲେ । ସେ ଏପର୍ଯ୍ୟନ୍ତ ୫୦ ଟି-20 ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୨୧ ଏଭେରେଜରେ ରନ ସଂଗ୍ରହ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ଏହି ସପ୍ତାହରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟି-20 ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଦଳକୁ ଅକ୍ଟୋବର ୧୭ରେ ହୋବର୍ଟରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଟି -୨୦ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଭିଯାନ ଆରମ୍ଭ କରିବାକୁ ପଡ଼ିବ ।