ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର (Team India) ଯୁବ କ୍ରିକେଟର ଶ୍ରେୟସ ଆୟର (Shreyas Iyer) ନିଜ କାନ୍ଧରେ ଲାଗିଥିବା ଆଘାତରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । କିନ୍ତୁ ତାଙ୍କର ଫ୍ୟାନ୍ସ ମାନଙ୍କୁ ଏକ ବଡ ଝଟକା ଲାଗିଛି । କାରଣ ସେ ଇଂଲଣ୍ଡରେ ହେବାକୁ ଥିବା ପ୍ରସିଦ୍ଧ ଦିନିକିଆ ଟୁର୍ନାମେଣ୍ଟରେ ଭାଗ ନେବାକୁ ସମର୍ଥ ହେବେ ନାହିଁ ।


COMMERCIAL BREAK
SCROLL TO CONTINUE READING

ରୟାଲ ଲଣ୍ଡନ କପରୁ ଆଉଟ୍
ଇଂଲଣ୍ତ କାଉଣ୍ଟି  (English County) ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କହିଛି ଯେ ଶ୍ରେୟସ ଆୟର ରୟାଲ ଲଣ୍ଡନ କପ୍ ୨୦୨୧ (Royal London Cup 2021) ରୁ ବାହାରି ଯାଇଛନ୍ତି ।



ଅଧିକ ପଢ଼ନ୍ତୁ: Pegasus Spying: କଥିତ ଜାସୁସି କାଣ୍ଡକୁ ନେଇ ଅଶ୍ୱନୀ ବୈଷ୍ଣବ ସଂସଦରେ ଦେଲେ ଏହି ଜବାବ


ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି ଆୟର
ଶ୍ରେୟସ ଆୟର (Shreyas Iyer) କାନ୍ଧରେ ଲାଗିଥିବା ଆଘାତରୁ ସମ୍ପୂର୍ଣ୍ଣ ଭାବେ ରିକଭରୀ କରିନାହାନ୍ତି । ତେଣୁ ଏହି କାରଣରୁ ତାଙ୍କୁ ରୟାଲ ଲଣ୍ଡନ କପ୍ ୨୦୨୧ ରୁ ନିଜ ନାମକୁ ହଟାଇ ନେଇଛନ୍ତି । ଉଲ୍ଲେଖନୀୟ କଥା ଏହିକି ଯେ ଆୟର ଇଂଲଣ୍ଡ ବିରୁଦ୍ଧରେ ମ୍ୟାଚରେ ଆହତ ହୋଇଥିଲେ ।


ଅଧିକ ପଢ଼ନ୍ତୁ: SBI ର ଚେତାବନୀ- ୩୦ ସେପ୍ଟେମ୍ବର ମଧ୍ୟରେ କରିନିଅନ୍ତୁ ଏହି କାମ, ଅନ୍ୟଥା ଆକାଉଣ୍ଟ ହେବ ସସ୍ପେଣ୍ଡ


IPL-2021 ଶେଷ ମ୍ୟାଚ ଗୁଡିକ ଖେଳିବ କି?
ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ଉଠିଛି ଯେ ଶ୍ରେୟସ ଆୟର (Shreyas Iyer) ଆଇପିଏଲର ଦ୍ୱିତୀୟାର୍ଦ୍ଧରେ ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବାକୁ ସକ୍ଷମ ହେବେ ତ? ଆୟର ମଧ୍ୟ ସର୍ବସାଧାରଣରେ ଏହା ଆଶା ପ୍ରକାଶ କରିଛନ୍ତି ଯେ ସେ ୟୁଏଇ (UAE) ରେ ହେବାକୁ ଥିବା ଟି-୨୦ ମ୍ୟାଚ ପର୍ଯ୍ୟନ୍ତ ଫିଟ୍ ହୋଇଯିବେ । ତେଣୁ ସେ ରୟାଲ ଲଣ୍ଡନ କପରୁ (Royal London Cup 2021) ନିଜ ନାମ ହଟାଇବାକୁ ସ୍ଥିର କରିଛନ୍ତି ଓ ଯାହାଫଳରେ ସେ ଅଧିକ ଆରାମ ନେଇପାରିବେ ।