Sourav Ganguly On Rishabh Pant: ଏକ କାର ଦୁର୍ଘଟଣାରେ ଭାରତୀୟ ଦଳର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଗୁରୁତର ଆହତ ହୋଇଥିଲେ । ଏହି କାରଣରୁ  ଋଷଭ ପନ୍ତ ଟିମ୍ ଇଣ୍ଡିଆ (Team India) ରୁ ବାଦ୍ ପଡ଼ିବା ସହ ଆଇପିଏଲରେ ଖେଳିବା (IPL 2023) କୁ ସମର୍ଥ ହେବେ ନାହିଁ । ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଆଇପିଏଲ୍ ୨୦୨୩ରେ ଏପ୍ରିଲ ୧ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଖେଳିବ । ସେପଟେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ଅପଡେଟ୍ (Rishabh Pant Health Update) ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆଇପିଏଲ  (IPL) ରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ର କ୍ରିକେଟ୍ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ପାଇଁ ସବୁଠାରୁ କଠିନ ଚ୍ୟାଲେଞ୍ଜ ହେଉଛି ଋଷଭ ପନ୍ତଙ୍କ ପାଇଁ ସ୍ଥାନ ପୂରଣ କରିବା, ଯିଏକି ନିକଟ ଅତୀତରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ପରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ସୌରଭ ଗାଙ୍ଗୁଲି କହିଛନ୍ତି ଯେ, "ମୁଁ ତାଙ୍କ ସହ ଅନେକ ଥର କଥା ହୋଇଛି । ଆଘାତ ଓ ଅସ୍ତ୍ରୋପଚାର ପରେ ସେ ନିଶ୍ଚିତ ଭାବରେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି । ମୁଁ ତାଙ୍କୁ ସୁସ୍ଥ ହେବାର କାମନା କରୁଛି । ଗୋଟିଏ ଦୁଇ ବର୍ଷ କିମ୍ବା କିଛି ବର୍ଷ ମଧ୍ୟରେ, ବୋଧହୁଏ ସେ ପୁଣି ଭାରତ ପାଇଁ ଖେଳିବେ ।" ସୌରଭ ଗାଙ୍ଗୁଲିଙ୍କ ବକ୍ତବ୍ୟରୁ ଜଣାପଡିଛି ଯେ ଋଷଭ ପନ୍ତ (Rishabh Pant) ୨ ବର୍ଷ ପାଇଁ ଦଳକୁ ଫେରିପାରିବେ ନାହିଁ । ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ଅକ୍ଟୋବର ଓ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ବ୍ୟତୀତ ସେ ଆଗାମୀ ବର୍ଷ ଟି-20 ବିଶ୍ୱକପ ୨୦୨୪ ମଧ୍ୟ ନ ଖେଳି ପାରନ୍ତି ।


ଦିଲ୍ଲୀ ଦଳ ଏପର୍ଯ୍ୟନ୍ତ ଋଷଭ ପନ୍ତଙ୍କ ସ୍ଥାନ ଘୋଷଣା କରିନାହାଁନ୍ତି । ଯୁବ ଅଭିଷେକ ପୋରେଲ ଓ ଭେଟେରାନ ଶେଲଡନ ଜ୍ୟାକସନଙ୍କ ମଧ୍ୟରେ କିଏ ଭଲ ତାହା ଗାଙ୍ଗୁଲି ଏପର୍ଯ୍ୟନ୍ତ ସ୍ଥିର କରିପାରିନାହାଁନ୍ତି । ଏହି ସିଜନରେ ଅକ୍ସର ପଟେଲ ଉପ-ଅଧିନାୟକ ଥିବାବେଳେ ଡେଭିଡ ୱାର୍ନର ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି । ସୌରଭ ଗାଙ୍ଗୁଲିଙ୍କ ନିର୍ଦ୍ଦେଶରେ କୋଲକାତାରେ ୩ ODI ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ପୃଥ୍ୱୀ ଶ', ଇଶାନ୍ତ ଶର୍ମା, ଚେତନ ସାକାରିଆ, ମନୀଷ ପାଣ୍ଡେ ଏବଂ ଅନ୍ୟାନ୍ୟ ଘରୋଇ ଖେଳାଳି ଅଂଶଗ୍ରହଣ କରିଥିଲେ । ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଆଇପିଏଲ ଆଉ ଏକ ମାସ ବାକି ଅଛି । ସେଶନ୍ ମଧ୍ୟ ଆରମ୍ଭ ହୋଇଯାଇଛି । ଯେତେ କ୍ରିକେଟ ସେମାନେ ଖେଳନ୍ତି, ତାହାକୁ ବିଚାର କରି ସମସ୍ତ ଖେଳାଳିଙ୍କୁ ଏକାଠି କରିବା କଷ୍ଟକର । ଚାରି କିମ୍ବା ପାଞ୍ଚ ଖେଳାଳି ଇରାନି ଟ୍ରଫି ଖେଳୁଛନ୍ତି । ସରଫରାଜଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ତାଙ୍କ ଆଙ୍ଗୁଠିରେ ଫ୍ରେକ୍ଚର ନାହିଁ । ସେ ଆଇପିଏଲ ପାଇଁ ଭଲ ହୋଇଯିବା ଆବଶ୍ୟକ ।


ଅଧିକ ପଢ଼ନ୍ତୁ:-ଓଡ଼ିଶାର ଏହି ୩ ଜିଲ୍ଲାରେ ମିଳିଲା ସୁନା ଖଣି, ରାଜ୍ୟ ସରକାର ଦେଲେ ସୂଚନା


ଅଧିକ ପଢ଼ନ୍ତୁ:-ସରକାରଙ୍କ ବଡ଼ ଉପହାର; ଏହି ଲୋକମାନଙ୍କୁ ମିଳିବ ବର୍ଦ୍ଧିତ ପେନସନର ଲାଭ, ମେ ୩ ସୁଦ୍ଧା କରନ୍ତୁ ଆବେଦନ


ଅଧିକ ପଢ଼ନ୍ତୁ:-ଭାରତର ଏହି କ୍ରିକେଟରଙ୍କ ୩ ବର୍ଷ ପରେ ହଠାତ୍ ଖୋଲିଲା ଭାଗ୍ୟ, ସିଧାସଳଖ ହେଲେ ଦଳର ଅଧିନାୟକ


 


ସୂଚନାଯୋଗ୍ୟ, ଗତ ବର୍ଷ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଭାରତୀୟ ଦଳର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆହତ ହୋଇଥିଲେ । ଏହା ପରେ ତାଙ୍କୁ ପ୍ରଥମେ ଦେହରାଡୁନ ଓ ପରେ ମୁମ୍ବାଇ ଚିକିତ୍ସା କରାଯାଇଥିଲା । ବିଗତ ଦିନରେ ସେ ବାଡ଼ି ସାହାଯ୍ୟରେ ବୁଲୁଥିବା ଏକ ଫଟୋ ସାମ୍ନାକୁ ଆସିଥିଲା । ସେ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି ଓ ଭାରତୀୟ ଦଳକୁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ନାହିଁ ।