Mohammed Shami: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କୁ (Mohammed Shami,Indian cricketer) ବିଶ୍ବକପ ବିଜୟ ପୂର୍ବରୁ ଯୋଗୀ ସରକାର ( UP CM Yogi Adityanath)ଦେଲେ ବଡ଼ ଭେଟି। ଯାହା ମହମ୍ମଦ ସାମିଙ୍କ  (Mohammed Shami) ପାଇଁ କୌଣସି ବିଜୟ ଠାରୁ କମ୍ ନୁହେଁ। ଓ୍ବାର୍ଲକପ୍ ସେମି ଫାଇନାଲରେ (ICC Cricket World Cup 2023 semi-final) ସାମି ଏପରି କିଛି କରିଥିଲେ, ଯାହାକୁ ଦେଖି ସ୍ତବ୍ଧ ହୋଇ ଯାଇଥିଲା ପୂରା ଦେଶ।  ଆସନ୍ତାକାଲି ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ (World Cup 2023 final) ମ୍ୟାଚ୍। ଏହା ଉପରେ ସାରା ବିଶ୍ବର ନଜର। ଟ୍ରଫି ହାତେଇବ କିଏ?  ତେବେ, ଆସନ୍ତୁ ଜାଣିବା ଯୋଗୀ ସରକାରଙ୍କ ମହମ୍ମଦ ସାମିଙ୍କ ପାଇଁ କେଉଁ ବଡ଼ ଘୋଷଣା କରିଛନ୍ତି?(cm yogi adityanath special gift for mohammed shami)...


COMMERCIAL BREAK
SCROLL TO CONTINUE READING

Also Read: Venus Transit 2023: ରାଶି ପରିବର୍ତ୍ତନ କରିବେ ଶୁକ୍ର, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡ଼ିବ ପ୍ରଭାବ?


 



କ୍ରିକେଟର ମହମ୍ମଦ ଶାମିଙ୍କୁ ଯୋଗୀ ସରକାରଙ୍କ ବଡ ଉପହାର:


ଉତ୍ତରପ୍ରଦେଶର ଏକ ଛୋଟିଆ ଗାଁର ଜଣେ ଗରିବ ଚାଷୀ ପରିବାରର ପୁଅ ହେଉଛନ୍ତି ମହମ୍ମଦ ସାମି (Mohammed Shami,Indian cricketer)।  ବିଶ୍ବକପ୍ ସେମି ଫାଇନାଲର ସାମିଙ୍କ ଦମଦାର ପ୍ରଦର୍ଶନ ପରେ, ଯୋଗୀ ସରକାର ମହମ୍ମଦ ସାମିଙ୍କ ଭିଟାମାଟି ଆମ୍ରୋହୋ-ସାହସପୁର ଗାଁରେ   (Sahaspur in Amroha, Uttar Pradesh) ଏକ ମିନି ଷ୍ଟାଡିୟମ ନିର୍ମାଣ (mohammed shami stadium in shami village) କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଗାଁର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।  ଏହାପରେ ବିଭାଗୀୟ ଅଧିକାରୀମାନେ ସାମିଙ୍କ ଗାଁରେ ପହଞ୍ଚିଥିଲେ। ଷ୍ଟାଡିୟମ ପାଇଁ ଜମି ଖୋଜିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାମିଙ୍କ ପରିବାର ମଧ୍ୟ ଏହି ଗାଁରେ ଦିର୍ଘ ବର୍ଷ ହେବ ରହି ଆସୁଛନ୍ତି । ସାମି ମଧ୍ୟ ଏଠାକୁ ଅଧିକାଂଶ ସମୟରେ ଆସନ୍ତି। 


ଆମେ ଆପଣଙ୍କୁ କହିବୁ ଯେ , ଗତ ବୁଧବାର ଦିନ( ନଭେମ୍ବର ୧୫) ରେ ଭାରତ- ନ୍ୟୁଜିଲାଣ୍ତ ମଧ୍ୟରେ ଓ୍ବାର୍ଲକପର ସେମିଫାଇନାଲ୍ ମ୍ୟାଚ୍ ଥିଲା। ଯେଉଁଥିରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ। ତେବେ ଟିମ୍ ଇଣ୍ଡିଆର ଘାତକ ବୋଲର ମହମ୍ମଦ ସାମିଙ୍କ ପ୍ରଥମ ୫ଟି ଓ୍ବିକେଟ ଠିକଣା ସମୟରେ ନେବା ଦଳକୁ ବିଜୟର ରାସ୍ତା ଦେଖାଇଥିଲା। ସେ ମୋଟ୍ ସାତଟି ଓ୍ବିକେଟ୍ ନେଇଛନ୍ତି। ବିଶ୍ୱକପରେ ୬ଟି ଓ୍ବିକେଟ ନେବାରେ ଭାରତ ପକ୍ଷରୁ ଆଶିଷ ନେହେରାଙ୍କ ନାମରେ ରେକର୍ଡ ଥିଲା। ଏବେ ୭ଟି ଓ୍ବିକେଟ୍ ନେଇ ସାମି ନିଜ ନାଁରେ ରେକର୍ଡ କରିଛନ୍ତି। ସେହିପରି ଚଳିତ ବିଶ୍ବକପରେ ୩ ଥର ୫ଟି ଓ୍ବିକେଟ ନେଇ ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ସାବ୍ୟସ୍ତ ହୋଇଛନ୍ତି ମହମ୍ମଦ ସାମି।