Mohammed Shami: ଭାରତୀୟ (team india )ଦ୍ରୃତ ବୋଲର ମହମ୍ମଦ ଶାମିଙ୍କୁ (Indian cricketer Mohammed Shami) ନେଇ ଆସିଛି ଏକ ବଡ଼ ଖବର।  ଯାହା ଶାମିଙ୍କ ଫ୍ୟାନ୍ସଙ୍କ ପାଇଁ  କୌଣସି ଗୁଡ଼ ନ୍ୟୁଜ୍ ଠାରୁ କମ୍ ନୁହେଁ।  ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି । ବ୍ରିଟେନର ଏକ ହସପିଟାଲରେ ତାଙ୍କ ଅସ୍ତ୍ରୋପଚାପ କରାଯାଇଥିବା ବେଳେ ତାଙ୍କୁ ଫିଟ୍ ହେବା ପାଇଁ ପୁଣି କିଛି ଦିନ ସମୟ ଲାଗିବ। ଏନେଇ ଖୋଦ୍ ଶାମି ନିଜ ଟ୍ବିଟର ହ୍ୟାଣ୍ତେଲରେ ସୂଚନା ଦେଇଛନ୍ତି।  ସେ ନିଜ ଟ୍ବିଟର ହ୍ୟାଣ୍ତେଲରେ ଏହା ଲେଖିଛନ୍ତି ଯେ, ମୋର ବାମ ଗୋଡର ଗୋଇଠି ଅପରେସନ ହୋଇଛି , ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କିଛି ସମୟ ଲାଗିବ, ମୋ ପାଦରେ ପୁଣିଥରେ ଛିଡା ହେବାକୁ ଅପେକ୍ଷା କରିଛି ।


COMMERCIAL BREAK
SCROLL TO CONTINUE READING

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ନିକଟରେ ଶାମିଙ୍କ ଗୋଡ ଗୋଇଠିରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆ ବିଶ୍ବକପ୍ ପରଠାରୁ କୌଣସି ମ୍ୟାଚ୍ ଖେଳି ନାହଁନ୍ତି। କେବଳେ ସେତିକି ନୁହେଁ, ଚଳିତ ବର୍ଷର ଆଇପିଏଲ୍-୨୦୨୪ର କୌଣସି ମ୍ୟାଚ୍ ବି ଖେଳିପାରିବେ ନାହିଁ ଶାମି। ଏନେଇ ଗୁଜୁରାଟ୍ ଟାଇଟନ୍ସକୁ ଏକ ବଡ଼ ଝଟକା ଲାଗିଛି। ସୂଚନା ଯୋଗ୍ୟ ଯେ,  ଶାମିକୁ ଗୁଜୁରାଟ୍ ଟାଇଟନ୍ସ ୨୦୨୨ ର ମେଗା ନିଲାମରେ ୬.୨୫ କୋଟି ଟଙ୍କାରେ କିଣିଥିଲେ, ଯାହା ପରେ ସେ ଦଳ ପାଇଁ ଜଣେ ସଫଳ ଦ୍ରୁତ ବୋଲର ସାବ୍ୟସ୍ତ ହୋଇଥିଲେ। ଏହା ପୂର୍ବରୁ ଶାମି ପଞ୍ଜାବ କିଙ୍ଗ୍ସର ଏକ ଅଂଶ ଥିଲେ। ଶାମି ଏ-ପର୍ଯ୍ୟନ୍ତ ମୋଟ ୧୧୦ ଆଇପିଏଲ୍ ମ୍ୟାଚ୍ ଖେଳି ୧୧୦ ଇନିଂସରେ ବୋଲିଂ କରି ହାରାହାରି ୨୬.୮୬ ରେ ୧୨୭ ୱିକେଟ୍ ନେଇଛନ୍ତି। ଏହି ଅବଧି ମଧ୍ୟରେ ତାଙ୍କର ଇକୋନମି ୮.୪୪ ରହିଛି।