T20 WC 2022: ଭାରତୀୟ ଦଳ (Indian team) ପାଇଁ ନିକଟରେ ଖଳାଯାଇଥିବା ଏସିଆ କପ୍ ୨୦୨୨ (Asia Cup 2022) ଟୁର୍ଣ୍ଣାମେଣ୍ଟ ଏକ ଦୁଃଖଦାୟକ ଥିଲା । ଯାହାକୁ ସମସ୍ତ ଖେଳାଳି ଭୁଲିବାକୁ ଚେଷ୍ଟା କରୁଛନ୍ତି, କାରଣ ଏହି ଟୁର୍ଣ୍ଣାମେଣ୍ଟର ଦୁଇଟି ସୁପର-୪ ମ୍ୟାଚ୍ ହାରିଯିବା ପରେ ଦଳ ଫାଇନାଲ ରେସରୁ ବାଦ ପଡ଼ିଥିଲା । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ (T20 World Cup) ପାଇଁ ଦଳରଚୟନ କ’ଣ ହେବ ସେନେଇ ପୁଣି ଥରେ ବିତର୍କ ଆରମ୍ଭ ହୋଇଛି । ସବୁଠୁ ବଡ ପ୍ରଶ୍ନ ହେଉଛି ଉଭୟ ଦୀନେଶ କାର୍ତ୍ତିକ (Dinesh Karthik) ଓ ଋଷଭ ପନ୍ତ (Rishabh Pant) ଟୁର୍ଣ୍ଣାମେଣ୍ଟରେ ଏକାଠି ଖେଳିବେ ନା କେବଳ ଜଣେ ସୁଯୋଗ ପାଇବେ? ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ଚେତେଶ୍ୱର ପୂଜାରା (Cheteshwar Pujara) ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏସିଆ କପ୍ ୨୦୨୨ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ଭାରତ ଦୀନେଶ କାର୍ତ୍ତିକଙ୍କୁ ବାଛିଥିବାବେଳେ, ଋଷଭ ପନ୍ତଙ୍କୁ ବାହାରେ ବସିବାକୁ ପଡିଥିଲା । ଯେତେବେଳେ ଦୁଇଟି ମ୍ୟାଚ୍ ପରେ ଦୀନେଶ କାର୍ତ୍ତିକଙ୍କୁ ଡ୍ରପ କରାଯାଇଥିଲା, ସେତେବେଳେ କାର୍ତ୍ତିକଙ୍କୁ ଡ୍ରପ୍ କରିବାକୁ ଭାରତର ନିଷ୍ପତ୍ତିକୁ ନେଇ ଅନେକ ସମାଲୋଚନା କରାଯାଇ ଥିଲା  କ୍ରିକିନଫୋଙ୍କ ସହ କଥାବାର୍ତ୍ତା ବେଳେ ଚେତେଶ୍ୱର ପୂଜାରା କହିଛନ୍ତି ଯେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳକୁ ଦେଖିଲେ ଏହା ସ୍ପଷ୍ଟ ଯେ ପ୍ଲେଇଂ ଇଲେଭେନରେ ଦଳ ଉଭୟ ପନ୍ତ ଓ କାର୍ତ୍ତିକକୁ ଆବଶ୍ୟକ କରନ୍ତି ।


ସେ କହିଛନ୍ତି, "ମୁଁ ଭାବୁଛି ଯଦି ମୋତେ ନିଜର ୫, ୬ ଓ ୭ ନମ୍ବର ଖେଳାଳିଙ୍କୁ ବାଛିବାକୁ ପଡିବ, ତେବେ ମୁଁ ଉଭୟଙ୍କ ସହିତ ଯିବି । ଏସିଆ କପ୍ ଆମ ପାଇଁ ଯେଉଁଭଳି ଭାବରେ ଯାଇଛି, ତାକୁ ଦେଖି ଲାଗୁଛି ଯେ ଆମର ବ୍ୟାଟିଂ ଲାଇନ୍ଅପକୁ ମଜବୁତ କରିବାକୁ ପଡିବ । ମୁଁ ଋଷଭଙ୍କ ସହ ନମ୍ବର ୫, ହାର୍ଦ୍ଦିକଙ୍କ ସହ ନମ୍ବର ୬ ନମ୍ବର ଓ ଡି.କେଙ୍କ ସହିତ ନମ୍ବର ୭ ରେ ଯିବି । ମୁଁ ଭାବୁଛି ଆମକୁ ଉଭୟ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଋଷଭ ଓ ଡି.କେଙ୍କୁ ଖେଳିବାକୁ ପଡିବ ।"


ସେ ଦୀପକ ହୁଡ୍ଡାଙ୍କ ବିଷୟରେ କହିଛନ୍ତି, "ଯେତେବେଳ ପର୍ଯ୍ୟନ୍ତ ଆମେ ହୁଡ୍ଡାଙ୍କୁ କିଛି ଓଭର ବୋଲିଂ ଦେବାକୁକୁ ଚାହୁଁ ନାହଁ, ସେତବେଳେ ଯାଏଁ ଆମକୁ ଉଭୟଙ୍କ (ପନ୍ତ ଓ ଡିକେ) ସହ ଯିବାକୁ ପଡିବ । ଯଦି ସେ ବୋଲିଂ କରନ୍ତି, ମୁଁ ଭାବୁଛି ଋଷଭ ମିସ୍ କରିବେ ଏବଂ ଦୀପକଙ୍କୁ ୫ ନମ୍ବରରେ ବ୍ୟାଟିଂ କରିବାକୁ ପଡିବ ।" ରବିନ୍ଦ୍ର ଜାଡେଜାଙ୍କ ଆଘାତ ଦଳ ପରିଚାଳନା କମିଟି ଆଗରେ ଆଉ ଏକ ସମସ୍ୟା ସୃଷ୍ଟି କରିଛି, କାରଣ ସେ ମଧ୍ୟ ଏକ ଫିନିସର ଭୂମିକା ଗ୍ରହଣ କରିପାରନ୍ତି ।