T20 World Cup: ବଦଳିବ ଟିମ୍ ଇଣ୍ଡିଆର ଭାଗ୍ୟ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ ଏହି ୩ ଖେଳାଳିଙ୍କ ଏଣ୍ଟ୍ରି!
ଭାରତୀୟ ଦଳ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଭାରତର ପରବର୍ତ୍ତୀ ମ୍ୟାଚ୍ ୩୧ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ । ଯଦି ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ମଧ୍ୟ ପରାସ୍ତ ହୁଏ, ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବାରେ ବିପଦ ରହିଛି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁବ ନାହିଁ ।
ଦୁବାଇ: ଭାରତ ପାଇଁ ଟି -୨୦ ବିଶ୍ୱକପ ୨୦୧୧ ର ଆରମ୍ଭ ଖରାପ ରହିଛି ଓ ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ (Team India) ପାକିସ୍ତାନ ହାତରେ ୧୦ ୱିକେଟରେ ପରାସ୍ତ ହେବାକୁ ପଡିଛି । ଗତ ରବିବାର ଦିନ ପାକିସ୍ତାନ (Pakistan) ସହ ଖେଳାଯାଇଥିବା ଟି -୨୦ ବିଶ୍ୱକପ (T20 World Cup 2021) ମ୍ୟାଚରେ ଭାରତକୁ ଏକପାଖିଆ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ପରାଜୟ ପରେ ଭାରତୀୟ ଦଳ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଭାରତର ପରବର୍ତ୍ତୀ ମ୍ୟାଚ୍ ୩୧ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ (New Zealand) ବିପକ୍ଷରେ ହେବ । ଯଦି ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ମଧ୍ୟ ପରାସ୍ତ ହୁଏ, ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବାରେ ବିପଦ ରହିଛି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁବ ନାହିଁ ।
ଟିମ୍ ଇଣ୍ଡିଆରେ ହୋଇପାରେ ଏହି ବଡ ପରିବର୍ତ୍ତନ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ଅନେକ ବଡ଼ ପରିବର୍ତ୍ତନ ହୋଇପାରେ । ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ ଖେଳିବା ନେଇ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନ ବିପଦରେ ରହିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଶ୍ୱିନଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଛି ଏବଂ ବର୍ତ୍ତମାନ ଦଳ ଚୟନକୁ ନେଇ ପ୍ରଶ୍ନ ଉଠିଛି । ଅକ୍ଟୋବର ୩୧ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ୩ ଟି ବଡ଼ ପରିବର୍ତ୍ତନ ହୋଇପାରେ, ଯାହା ନିମ୍ନଲିଖିତ ଅଟେ ।
୧. ଶାର୍ଦ୍ଦୁଲ ଠାକୁର
ହାର୍ଦ୍ଦିକ ପାଣ୍ଡ୍ୟା ବିଗତ କିଛି ଦିନ ଧରି ବୋଲିଂ କରିବାରେ ସକ୍ଷମ ହୋଇନାହାଁନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଥିଲା । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା କିଛି ବିଶେଷ କରିପାରିନଥିଲେ । ଏଭଳି ପରିସ୍ଥିତିରେ ଶାର୍ଦ୍ଦୁଲ ଠାକୁରଙ୍କୁ ତାଙ୍କ ସ୍ଥାନରେ ଦଳକୁ ସନ୍ତୁଳନ କରିବାର ସୁଯୋଗ ଦିଆଯାଇପାରେ । ବଲ ଏବଂ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିବାରେ ଶାର୍ଦ୍ଦୁଲ ଠାକୁର ଜଣେ ଏକ୍ସପର୍ଟ । ଶାର୍ଦ୍ଦୁଲ ଠାକୁର ଆଇପିଏଲ୍ ୨୦୨୧ ରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ସହିତ ଚୟନକର୍ତ୍ତାଙ୍କ ବିଶ୍ୱାସ ଜିତିଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ 16 ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୫.୦୯ ଇକୋନୋମି ଏବଂ ୮.୮୦ ରନ ରେଟ ସହ ୨୧ ଟି ୱିକେଟ୍ ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ଥିଲା ୩/୨୮ । ଶାର୍ଦ୍ଦୁଲଙ୍କ ଉପସ୍ଥିତି ସହିତ, ନିମ୍ନ କ୍ରମ ଅଧିକ ଶକ୍ତିଶାଳୀ ହେବ । ଗତ ୨ ବର୍ଷରେ ଶାର୍ଦ୍ଦୁଲଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ ସେ ସର୍ବାଧିକ ୱିକେଟ୍ ନେଇଥିବା ଦ୍ରୁତ ବୋଲର ଥିଲେ । ସେ ୧୪ ଟି ଇନିଂସରେ ୨୩ ଟି ୱିକେଟ୍ ନେଇଛନ୍ତି ।
୨. ଇଶାନ୍ କିଶାନ୍
ସୁର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆ ପାଇଁ ଏକ ବୋଝ ବୋଲି ନିଜକୁ ପ୍ରମଣିତ କରୁଛନ୍ତି । ଏହି ଖେଳାଳିଙ୍କ ଫ୍ଲପ୍ ଶୋ' ଦୀର୍ଘ ଦିନ ଧରି ଚାଲିଆସୁଛି, ଏହି ଖେଳାଳିଙ୍କ ଖରାପ ଫର୍ମ ଯୋଗୁଁ ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକପ ମ୍ୟାଚରେ ଭାରତକୁ ପ୍ରଥମ ଥର ପରାଜୟର ସାମ୍ନା କରିବାକୁ ପଡିଛି । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କୁ ୪ ନମ୍ବର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ଅର୍ଡ଼ରରେ ସୁଯୋଗ ଦିଆଯାଇଥିଲା, କିନ୍ତୁ ସେ ସମସ୍ତଙ୍କ ବିଶ୍ୱାସ ଭାଙ୍ଗି ୧୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ବର୍ତ୍ତମାନ ଲାଗୁଛି ଯେ ବିରାଟ କୋହଲି ପୁରା ଟି -୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେଇ ନ ପାରନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଇଶାନ କିଶନ ଦ୍ରୁତ ବ୍ୟାଟିଂ ସହ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ ସ୍ଥାନ ଅଧିକାର କରି ପାରନ୍ତି । ଯଦି ଇଶାନ କିଶନ ଖେଳନ୍ତି, ତେବେ ତାଙ୍କୁ ରୋହିତ ଶର୍ମାଙ୍କ ସହ ଓପନିଂ କରିବାକୁ ପଠାଯାଇପାରେ ଓ କେ.ଏଲ୍ ରାହୁଲଙ୍କୁ ଓପନିଂରୁ ଚତୁର୍ଥ ନମ୍ବରକୁ ସ୍ଥାନାନ୍ତର କରାଯାଇପାରେ ।
୩. ଆର ଅଶ୍ୱିନ୍
ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଶ୍ୱିନଙ୍କ ସ୍ଥାନରେ ଖେଳୁଥିବା ଏକାଦଶରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇଥିଲା, କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି ଭୁଲ ବୋଲି ପ୍ରମାଣିତ ହୋଇଥିଲା । ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରେ ସେ ୪ ଓଭର ବୋଲିଂ କରି 33 ରନ୍ ଦେଇଥିଲେ ଓ କୌଣସି ୱିକେଟ୍ ମଧ୍ୟ ପାଇ ନଥିଲେ । ଅକ୍ଟୋବର ୩୧ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଏକ ବ୍ରେକ ଦିଆଯାଇପାରେ ଓ ତାଙ୍କ ସ୍ଥାନରେ ଆର ଅଶ୍ୱିନଙ୍କୁ ଏକ ସୁଯୋଗ ମିଳିପାରେ । ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ସଲମାନ ବଟ ବରୁଣ ଚକ୍ରବର୍ତ୍ତୀଙ୍କୁ ପରିହାସ କରିଥିଲେ । ବଟ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, 'ବରୁଣ ଚକ୍ରବର୍ତ୍ତୀ ଏକ ମିଷ୍ଟ୍ରି ବୋଲର ହୋଇପାରନ୍ତି, କିନ୍ତୁ ସେ ଆମ ପାଇଁ ମିଷ୍ଟ୍ରି ନୁହେଁ । ପାକିସ୍ତାନର ପ୍ରତ୍ୟେକ ପିଲା ରାସ୍ତା କଢ଼ରେ ଏହିପରି ବୋଲିଂ କରନ୍ତି, ଯେଉଁଠାରେ ବୋଲରମାନେ ଫିଙ୍ଗର ଟ୍ରିକ ଓ ବଲ ସହିତ ଭିନ୍ନ ଭିନ୍ନ ଭେରିଏସନ ପାଇଁ ଚେଷ୍ଟା କରନ୍ତି ।
ଏହା ବି ପଢ଼ନ୍ତୁ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ସୁପ୍ରିମକୋର୍ଟ ଦେଲେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ