ନୂଆଦିଲ୍ଲୀ: T20 World Cup 2022: ଟି-20 ବିଶ୍ୱକପ ୨୦୨୨ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଗୁରୁବାର ଅର୍ଥାତ ଅକ୍ଟୋବର ୧୩ରେ ଟିମ୍ ଇଣ୍ଡିଆ (Team India) କୁ ଏକ ବଡ଼ ଝଟକା ଲାଗିଛି । ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏକାଦଶ ଦଳ (Western Australia XI) ଠାରୁ ଭାରତୀୟ ଦଳ ୩୬ ରନରେ ପରାସ୍ତ ହୋଇଛି । ଏହାର ସବୁଠାରୁ ବଡ଼ କାରଣ ଥିଲେ କେ.ଏଲ୍ ରାହୁଲ (KL Rahul) ଙ୍କ ମନ୍ଥର ବ୍ୟାଟିଂ। ପ୍ରଥମେ ବ୍ୟାଟିଂ କରି ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏକାଦଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୮ ରନ୍ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ କେବଳ ୧୩୨ ରନ୍ କରିବାକୁ ସକ୍ଷମ ହୋଇପାରିଥିଲା । ଫଳରେ ଦଳକୁ ୩୬ ରନରେ ପରାଜିତ ହେବାକୁ ପଡ଼ିଛି । ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚରେ ମଧ୍ୟ ଖେଳି ନଥିଲେ । ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ ।


COMMERCIAL BREAK
SCROLL TO CONTINUE READING

ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚରେ ରୋହିତ ଶର୍ମା (Rohit Sharma) ଚୂଡ଼ାନ୍ତ ଏକାଦଶର ଅଂଶ ଥିଲେ । କିନ୍ତୁ କେ.ଏଲ୍ ରାହୁଲଙ୍କୁ ଅଧିନାୟକତ୍ୱର ଦାୟିତ୍ୱ ମିଳିଥିଲା । ଏହାସହ ଋଷଭ ପନ୍ତ (Rishabh Pant) ଓପେନିଂ କରିବାକୁ ମୈଦାନକୁ ଓହ୍ଲାଇଥିଲେ । ଋଷଭ ପନ୍ତ ପୁଣି ଥରେ ଫ୍ଲପ୍ ହୋଇଛନ୍ତି । ସେ ମାତ୍ର ୯ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ପ୍ରଥମ ମ୍ୟାଚ୍‌ରେ ମଧ୍ୟ ସେ ଇନିଂସ ଖୋଲିବାରେ ବିଫଳ ହୋଇଥିଲେ । ଏହା ପରେ ଦୀପକ ହୁଡ୍ଡା ବ୍ୟାଟିଂ କରିବାକୁ ଆସିଥିଲେ । ସେ ୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଟିମ୍ ଇଣ୍ଡିଆର ସ୍କୋର ୭ ଓଭରରେ ୨ ୱିକେଟ୍ ହରାଇ ୩୩ ରନ୍ ହୋଇଥିଲା ।


ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଥିଲେ । ସେ ୯ ବଲରେ ୧୭ ରନ୍ କରି ଆଉଟ ହୋଇଥିଲେ । ନବମ ଓଭରରେ ଟିମ୍ ଇଣ୍ଡିଆ ୫୦ ରନର ସ୍କୋର ଅତିକ୍ରମ କରିଥିଲା । ୧୦ ଓଭର ପରେ ଦଳର ସ୍କୋର ୩ ୱିକେଟ୍ ହରାଇ ୬୦ ରନ୍ ଥିଲା । ଜିତିବା ପାଇଁ ୧୦ ଓଭରରେ ୧୦୯ ରନ୍ ଆବଶ୍ୟକ ଥିଲା । ଅକ୍ଷର ପଟେଲ ନୂଆ ବ୍ୟାଟ୍ସମ୍ୟାନ୍ ଭାବରେ ବ୍ୟାଟିଂ କରିବାକୁ ଆସିଥିଲେ । ୧୨ ଓଭର ପରେ ଦଳର ସ୍କୋର ୩ ୱିକେଟ୍ ହରାଇ ୭୯ ରନ୍ ଥିଲା ।


ଅଧିକ ପଢ଼ନ୍ତୁ:-'ବିଶ୍ୱକପ ପରେ ଆମେ ଋଷଭ ପନ୍ତଙ୍କ ସହ ବାହା କରାଇଦେବୁ', ଉର୍ବଶୀ ରୌତେଲାଙ୍କ ଇମୋସନାଲ ପୋଷ୍ଟ ଉପରେ ଫ୍ୟାନ୍ସ ନେଲେ ମଜା


ଅଧିକ ପଢ଼ନ୍ତୁ:- 'କିଛି ବଡ଼ କରିବି', ତେବେ କ'ଣ ସୌରଭ ଗାଙ୍ଗୁଲି ରାଜନୀତିରେ କରିବେ ଏଣ୍ଟ୍ରି?


ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ସମସ୍ତ ଦଳକୁ କ୍ରିକେଟର ଏସବୁ ନିୟମ ପ୍ରତି ରହିବାକୁ ପଡ଼ିବ ସତର୍କ, ନଚେତ୍ ସହିବାକୁ ପଡ଼ିବ ବଡ଼ କ୍ଷତି


୧୩ତମ ଓଭରରେ ଅକ୍ଷର ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ଓ ଦୀନେଶ କାର୍ତ୍ତିକ ବ୍ୟାଟିଂ କରିବାକୁ ଆସିଥିଲେ । ୧୩ ଓଭରରେ ଟିମ୍ ଇଣ୍ଡିଆର ସ୍କୋର ୪ ୱିକେଟ୍ ହରାଇ ୭୯ ରନ୍ ଥିଲା । ୬ ଓଭରରେ ଟିମ୍ ଇଣ୍ଡିଆକୁ ୭୭ ରନ୍ ଆବଶ୍ୟକ ଥିଲା । ୧୫ ତମ ଓଭରରେ ରାହୁଲ ୪୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଟିମ୍ ଇଣ୍ଡିଆର ସ୍କୋର ମଧ୍ୟ ୧୦୦ ପାର ପହଞ୍ଚିଥିଲା । କାର୍ତ୍ତିକ ୧୬ ତମ ଓଭରରେ ଆଉଟ୍ ହୋଇଥିଲେ ଓ ଦଳର ସ୍କୋର ୫ ୱିକେଟ୍ ହରାଇ ୧୦୭ ଥିଲା ।


କେ.ଏଲ୍ ରାହୁଲଙ୍କ ସାଥ୍ ଦେବା ପାଇଁ ହର୍ଷଲ ପଟେଲ କ୍ରିଜକୁ ଆସିଥିଲେ । ୧୮ ବଲରେ ଟିମ୍ ଇଣ୍ଡିଆକୁ ୬୧ ରନ୍ ଆବଶ୍ୟକ ଥିଲା । ଏଭଳି ପରିସ୍ଥିତିରେ ସମସ୍ତଙ୍କ ନଜର କେଏଲ୍ ରାହୁଲଙ୍କ ଉପରେ ଥିଲା । ୧୭ ତମ ଓଭରରେ ଆଣ୍ଡ୍ରିୟୁ ଟାଇ ଚମତ୍କାର ବୋଲିଂ କରିଥିଲେ ମାତ୍ର ୧ ରନ୍ ଦେଇଥିଲେ । ପରବର୍ତ୍ତୀ ଓଭରରେ ଜେସନ ବେହେରେଣ୍ଡର୍ଫ ବୋଲିଂ କରିବାକୁ ଆସିଥିଲେ ଓ ଏହି ଓଭରରେ ୧୯ ରନ୍ ମିଳିଥିଲା । ୧୮ ଓଭର ପରେ ଟିମ୍ ଇଣ୍ଡିଆର ସ୍କୋର ୫ ୱିକେଟ୍ ହରାଇ ୧୨୮ ରନ୍ ଥିଲା ।


୧୯ ଓଭରରେ ଆଣ୍ଡ୍ରିୟୁ ଟାଇ ଚମତ୍କାର ବୋଲିଂ କରି କେଏଲ୍ ରାହୁଲଙ୍କୁ ପାଭିଲିୟନକୁ ପଠାଇଥିଲେ ଓ ମାତ୍ର ୨ ରନ୍ ଦେଇଥିଲେ । ୧୯ ଓଭର ପରେ ଦଳର ସ୍କୋର ୬ ୱିକେଟ୍ ହରାଇ ୧୩୦ ରନ୍ ଥିଲା । ଶେଷ ଓଭରରେ ଦ୍ରୁତ ବୋଲର ମାଥ୍ୟୁ କେଲି ମାତ୍ର ୨ ରନ୍ ଦେଇ ହର୍ଷଲ ଓ ଭୁବନେଶ୍ୱର କୁମାରଙ୍କ ୱିକେଟ୍ ନେଇଥିଲେ । ଟିମ୍ ଇଣ୍ଡିଆ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୩୨ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଟିମ୍ ଇଣ୍ଡିଆର ବୋଲିଂ ବିଷୟରେ କହିବାକୁ ଗଲେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩୨ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ହର୍ଷଲ ପଟେଲ ୨୭ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଅନ୍ୟପଟେ ଅର୍ଶଦୀପ ସିଂ ୩ ଓଭରରେ ୨୫ ରନ୍ ଦେଇ ୧ ୱିକେଟ୍ ନେଇଥିଲେ ।