India vs Zimbabwe T20 World Cup 2022: ଟି-20 ବିଶ୍ୱକପ ୨୦୨୨ର ସୁପର-୧୨ ରାଉଣ୍ଡର ଖେଳ ସରିଯାଇଛି । ବର୍ତ୍ତମାନ ୪ଟି ଦଳ ସେମିଫାଇନାଲକୁ ପ୍ରବେଶ କରିଛି । ଏବେ ଏହି ୪ଟି ଦଳ ମଧ୍ୟରେ ଟି-20 ବିଶ୍ୱକପ ଫାଇନାଲ ପାଇଁ ଟକ୍କର ହେବ । ଅନ୍ୟପକ୍ଷେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି ସୁପର-୧୨ ରାଉଣ୍ଡରେ ଗ୍ରୁପ୍-୨ର ଟପରେ ରହି ସେମିଫାଇନାଲକୁ ପହଞ୍ଚିଛି । ଏବେ ଟି-20 ବିଶ୍ୱକପର ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ । ଏହି ସମୟରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ, ଋଷଭ ପନ୍ତଙ୍କୁ ଏକ ସୁଯୋଗ ଦେବା ଜରୁରୀ ଥିଲା । ରବିବାରର ମ୍ୟାଚ୍‌ରେ ଋଷଭ ପନ୍ତଙ୍କୁ ଅନୁଭବୀ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଋଷଭ ପନ୍ତ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପାଞ୍ଚ ନମ୍ବରରେ ବ୍ୟାଟିଂ କରି ବାମହାତୀ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସୀନ ୱିଲିୟମ୍ସଙ୍କ ଏକ ବଲରେ ଆଉଟ ହୋଇଥିଲେ । କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ, "କିଛି ଜିନିଷ ଆମେ ହାସଲ କରିବାକୁ ଚାହୁଁଥିଲୁ, ଯଦି ଆମକୁ ସୁଯୋଗ ମିଳିଛି ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ । ଏଥିପାଇଁ ଆମକୁ ଟସ୍ ଜିତିବାର ଥିଲା । ସଚ୍ଚୋଟ ଭାବେ କହିବାକୁ ଗଲେ ଏଠାରେ ଆସିବା ପରେ ଆମେ ପ୍ରଥମେ ପାକିସ୍ତାନ ବିପକ୍ଷରେ ବୋଲିଂ କରିଥିଲୁ, ଆମେ କେବଳ ଅନୁଭବ କରିବାକୁ ଚାହୁଁଥିଲୁ ଏହି ପରି ପରିସ୍ଥିତିରେ ଲକ୍ଷ୍ୟ ଦେବା କେମିତି ହୋଇଥାଏ ।"


ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଆହୁରି ମଧ୍ୟ କହିଛନ୍ତି ଯେ, "ଏଥିସହ ଆମେ ଅନୁଭବ କରିଛୁ କି ଯଦି ଆମେ ପ୍ରଥମେ ବ୍ୟାଟିଂ କରୁ, ତେବେ ଏଠାରେ ଆମକୁ ୨୦ ଓଭର ଖେଳିବାର ସୁଯୋଗ ମିଳିବ ଏବଂ ପ୍ରଥମେ ବ୍ୟାଟିଂ କରି ଅଧିକ ରନ୍ କରିବାର ସୁଯୋଗ ମିଳିବ । ସେପଟେ ଆଜିର ମ୍ୟାଚରେ ଋଷଭଙ୍କୁ ଖେଳିବାର ସୁଯୋଗ ଦେବା ମହତ୍ତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଭବିଷ୍ୟତକୁ ଧ୍ୟାନରେ ରଖି ଆମେ କେବଳ ବିକଳ୍ପ ଖୋଲୁଛୁ । ଚୟନ ପାଇଁ ସମସ୍ତେ ଉପଲବ୍ଧ, କେବଳ ଯେହେତୁ କେହି ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିନାହାଁନ୍ତି ଏହାର ଅର୍ଥ ନୁହେଁ ଯେ ଆମେ ସେମାନଙ୍କୁ ସୁଯୋଗ ଦେବୁ ନାହିଁ । ଆମେ କେବଳ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆମ ପାଖରେ ବିକଳ୍ପ ଖୋଲା ଅଛି, ଯାହା ଦ୍ୱାରା ଋଷଭ ଖେଳିବା ସମୟ ପାଇପାରିବେ, ଯାହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଥିଲା ।"


ଅଧିକ ପଢ଼ନ୍ତୁ:-ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏସବୁ ଲୋକଙ୍କୁ କରିବ ମାଲାମାଲ, ଏମାନେ ହୋଇପାରନ୍ତି କାଙ୍ଗାଳ


ଏଠାରେ କହି ରଖୁଛୁ ଯେ, ଜୁନ୍ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜରେ ପନ୍ତ ଭାରତର ଅଧିନାୟକତ୍ୱ କରିଥିଲେ । କିନ୍ତୁ ଏସିଆ କପ୍ ପରଠାରୁ ସେ ଦୀନେଶ କାର୍ତ୍ତିକଙ୍କ ଦମଦାର୍ ପ୍ରତ୍ୟାବର୍ତ୍ତନ ପରେ ଦଳରୁ ଭିତର ଓ ବାହାର ହେଉଛନ୍ତି । ଏସିଆ କପ୍ ୨୦୨୨ରେ ମଧ୍ୟ ଦୀନେଶ କାର୍ତ୍ତିକ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ଥିଲେ । ଏହି କାରଣରୁ ଋଷଭ ପନ୍ତଙ୍କୁ ବଡ଼ ମ୍ୟାଚ୍‌ରେ ବାହାର ବସିବାକୁ ପଡ଼ିଥିଲା । ଏହି ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ପର୍ଥରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିଥିଲା । ଏହି ଉଭୟ ମ୍ୟାଚ୍‌ରେ ଋଷଭ ପନ୍ତ ଓପନର୍ ଭାବରେ ଖେଳିବାର ସୁଯୋଗ ପାଇଥିଲେ । କିନ୍ତୁ ଋଷଭ ପନ୍ତ ଏହି ଦୁଇଟି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷ ଉଭୟ ମ୍ୟାଚରେ ଋଷଭ ପନ୍ତ କେବଳ ୯-୯ ରନର ଇନିଂସ ଖେଳିଥିଲେ ।