T20 World Cup 2022: ରୋହିତ ଶର୍ମା ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ହିଁ ସ୍ଥିର କରିନେଇଛନ୍ତି ଚୂଡ଼ାନ୍ତ ଏକାଦଶ, ଏହି ଖେଳାଳିଙ୍କ କଟିଲା ପତା!
T20 World Cup 2022: ଟି-20 ବିଶ୍ୱକପ 2022 ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ରୋହିତ ଶର୍ମା କହିଛନ୍ତି ଯେ, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ସେ ଚୂଡ଼ାନ୍ତ ଏକାଦଶ ସ୍ଥିର କରିସାରିଛନ୍ତି । କେବଳ ଏତିକି ନୁହେଁ, ମ୍ୟାଚ୍ରେ ଖେଳିବାକୁ ଯାଉଥିବା ସମସ୍ତ ୧୧ ଖେଳାଳିଙ୍କୁ ଏ ବିଷୟରେ ସୂଚନା ଦିଆଯାଇଛି । ଶନିବାର ଆୟୋଜିତ ଆଇସିସିର ସାମ୍ବାଦିକ ସମ୍ମିଳନୀରେ ରୋହିତ ଏହି ବୟାନ ଦେଇଛନ୍ତି ।
ନୂଆଦିଲ୍ଲୀ: Rohit Sharma on India vs Pakistan Playing XI: ଟି-20 ବିଶ୍ୱକପ (T20 World Cup 2022) ଆରମ୍ଭ ହେବାକୁ ଆଉ ଅଳ୍ପ କିଛି ସମୟର ଅପେକ୍ଷା । ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଅକ୍ଟୋବର ୧୬ ରବିବାର ଠାରୁ ଆରମ୍ଭ ହେବ । ଚଳିତ ଥର ଟି-20 ବିଶ୍ୱକପ ଅଷ୍ଟ୍ରେଲିଆରେ ଆୟୋଜନ କରାଯାଉଛି । ଏଥିପାଇଁ ସମସ୍ତ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ପାଇଁ ଏଠାରେ ପହଞ୍ଚିସାରିଛି । ଏଥର ଟିମ ଇଣ୍ଡିଆ (Team India) ଟି-20 ବିଶ୍ୱକପ ଟାଇଟଲ୍ ଜିତିବାର ପ୍ରବଳ ଦାବିଦାରଙ୍କ ମଧ୍ୟରେ ଅନ୍ୟତମ । ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି-20 ବିଶ୍ୱକପ ଟାଇଟଲ୍ ଜିତିବା ପାଇଁ ମୈଦାନକୁ ଓହ୍ଲାଇବ । ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୩ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ (India vs Pakistan Match) ରେ ରହିଛି ।
ଏହି ସମୟରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ମ୍ୟାଚ ପାଇଁ ଚୂଡ଼ାନ୍ତ ଏକାଦଶ (Playing XI) କୁ ନେଇ ଏକ ବୟାନ ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ରୋହିତ ଶର୍ମା କହିଛନ୍ତି ଯେ, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ସେ ଚୂଡ଼ାନ୍ତ ଏକାଦଶ ସ୍ଥିର କରିସାରିଛନ୍ତି । କେବଳ ଏତିକି ନୁହେଁ, ମ୍ୟାଚ୍ରେ ଖେଳିବାକୁ ଯାଉଥିବା ସମସ୍ତ ୧୧ ଖେଳାଳିଙ୍କୁ ଏ ବିଷୟରେ ସୂଚନା ଦିଆଯାଇଛି । ଶନିବାର ଆୟୋଜିତ ଆଇସିସିର ସାମ୍ବାଦିକ ସମ୍ମିଳନୀରେ ରୋହିତ ଏହି ବୟାନ ଦେଇଛନ୍ତି ।
ଏହି ସମୟରେ ରୋହିତ ଶର୍ମା (Rohit Sharma) ଆହୁରି ମଧ୍ୟ କହିଛନ୍ତି ଯେ, ସେ ପେସର୍ ମହମ୍ମଦ ଶାମି (Mohammed Shami) ଙ୍କୁ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି । ଏହି ବୟାନକୁ ନେଇ ଅଲଗା ଅଲଗା ଅର୍ଥ ବାହାର କରାଯାଉଛି । ଟିମ୍ ଇଣ୍ଡିଆର ଅଧିନାୟକ ଆଗକୁ କହିଛନ୍ତି ଯେ, "ମୁଁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେବାକୁ ବିଶ୍ୱାସ କରେ ନାହିଁ । ଆମେ ଆମର ସମସ୍ତ ଖେଳାଳୀଙ୍କୁ ଦଳ ଚୟନ ବିଷୟରେ ଆଗୁଆ ଜଣାଇବାକୁ ଚାହୁଁଛୁ ଯାହା ଦ୍ୱାରା ସେମାନେ ଶୀଘ୍ର ପ୍ରସ୍ତୁତ ହୋଇପାରିବେ । ମୋ ପାଖରେ ପାକିସ୍ତାନ ମ୍ୟାଚ୍ ପାଇଁ ମୋର ଚୂଡ଼ାନ୍ତ ଏକାଦଶ ରହିଛି । ସେହି ଖେଳାଳୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଛି । ମୁଁ ଶେଷ ମୁହୂର୍ତ୍ତର କଥାକୁ ବିଶ୍ୱାସ କରେ ନାହିଁ । ମୁଁ ଚାହେଁ ସେମାନେ ଭଲ ଭାବରେ ପ୍ରସ୍ତୁତ ହୁଅନ୍ତୁ ।" ରୋହିତ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ଶାମିଙ୍କ ବିଷୟରେ ନିଷ୍ପତ୍ତି ବ୍ରିସବେନରେ ଅଭ୍ୟାସ ପରେ ନିଆଯିବ ।
ଅଧିକ ପଢ଼ନ୍ତୁ:-'ବିରାଟ କୋହଲିଙ୍କୁ ଗିରଫ କର', ଜଣେ ବ୍ୟକ୍ତିଙ୍କ ହତ୍ୟା ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଗିରଫ କରିବାକୁ ଦାବି
ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ସବୁଠାରୁ ଖତରନାକ୍ ହେବ ଏହି ଦଳ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ବହୁତ ସତର୍କ
ଅଧିକ ପଢ଼ନ୍ତୁ:-'ଯେମିତି କର୍ମ ସେମିତି ଫଳ', ବିରାଟ କୋହଲିଙ୍କୁ ନେଇ ସୌରଭ ଗାଙ୍ଗୁଲିଙ୍କ ଉପରେ ବର୍ଷିଲେ ଫ୍ୟାନ୍ସ
ଭାରତୀୟ ଅଧିନାୟକ କହିଛନ୍ତି ଯେ, "ମୁଁ ଏପର୍ଯ୍ୟନ୍ତ ଶାମିଙ୍କୁ ଦେଖି ନାହିଁ କିନ୍ତୁ ମୁଁ ତାଙ୍କ ବିଷୟରେ ଭଲ କଥା ଶୁଣୁଛି । ରବିବାର ବ୍ରିସବେନରେ ଅଭ୍ୟାସ ସମୟରେ ମୁଁ ତାଙ୍କୁ ମୂଲ୍ୟାଙ୍କନ କରିବି ।" ଏଠାରେ କହି ରଖୁଛୁ ଯେ, କୋରୋନା ଭୂତାଣୁ ସଂକ୍ରମିତ ହେବା ପରେ ମହମ୍ମଦ ଶାମି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜରେ ସାମିଲ ହୋଇପାରି ନଥିଲେ । ସେ ବିଗତ ଏକ ବର୍ଷ ଧରି କୌଣସି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି ।