T20 World Cup:  ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଫାଇନାଲ ଦୌଡ଼ରୁ ବାଦ ପଡ଼ିଛି ଭାରତ। ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତକୁ ଏକତରଫା ଭାବେ ହରାଇଛି ଇଂଲଣ୍ଡ। ୧୦ ଓ୍ୱିକେଟରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ପାଳି ଆରମ୍ଭ କରିଥିଲା। ମାତ୍ର ୧୬ ଓଭରରେ ଦଳ ବିଜୟ ହାସଲ କରିନେଇଥିଲା। ସେପଟେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଇଂଲଣ୍ଡ ଆଗରେ ୧୬୮ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଭାରତ। କିନ୍ତୁ ଏହି ବିଜୟ ଲକ୍ଷକୁ ସହଜରେ ହାସଲ କରିନେଇଛି ଇଂଲଣ୍ଡ। 


COMMERCIAL BREAK
SCROLL TO CONTINUE READING

ଇଂଲଣ୍ଡ ପକ୍ଷରୁ ଜୋସ ବଟଲର ଓ ଆଲେକ୍ସ ହାଲେସ ପାଳି ଆରମ୍ଭ କରିଥିଲେ। ଆରମ୍ଭରୁ ହିଁ ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ଭାରତୀୟ ବୋଲରଙ୍କୁ ଚାପରେ ରଖିବାକୁ ସଫଳ ହୋଇଥିଲେ ଇଂଲଣ୍ଡର ଦୁଇ ଓପନର। ଉଭୟଙ୍କ ରକ୍ଷଣଶୀଳ ତଥା ଆକ୍ରମଣାତ୍ମକ ବ୍ୟାଟିଂ ଆଗରେ ଭାରତୀୟ ବୋଲର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ। ଉଭୟ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହିତ ଦଳ ପାଇଁ ଏକତରଫା ବିଜୟ ଆଣିଦେଇଥିଲେ ବଟଲର ଓ ହେଲେକ୍ସ। ଏହା ସହିତ ଇଂଲଣ୍ଡ ସହଜରେ ଫାଇନାଲରେ ପ୍ରବେଶ କରିଥିଲେ। ଆସନ୍ତା ରବିବାର ପାକିସ୍ତାନକୁ ଭେଟିବ ଇଂଲଣ୍ଡ। 


ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ୪ଟି ଓ୍ୱିକେଟ ହରାଇ ଧାର୍ଯ୍ୟ ଓଭରରେ ୧୬୮ ରନ କରିଥିଲା। ଦଳ ପାଇଁ ବିରାଟ କୋହଲି ୫୦ ଓ ହାର୍ଦ୍ଦିକ ପାଣ୍ଡ୍ୟା ୫୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ବିଫଳ ହୋଇଥିଲେ। ରାହୁଲ ଆଉଟ ହୋଇ ଦଳକୁ ପ୍ରଥମ ଝଟକା ଦେଇଥିଲେ। ପରେ ପରେ ସୂର୍ଯ୍ୟକୁମାର  ମଧ୍ୟ ୧୪ ରନ କରି ପାଭିଲିୟନ ଫେରିଥିଲେ। ଋଷଭ ପନ୍ତ ୬ ରନ କରି ଦଳକୁ ନିରାଶ କରିଥିଲେ। ରୋହିତ ମଧ୍ୟ ସେଭଳି କୌଣସି ଆଖିଦୃଶିଆ ସ୍କୋର କରିପାରିନଥିଲେ। ମାତ୍ର ୨୭ ରନ କରି ପାଭିଲିୟନ ଫେରିଥିଲେ ରୋହିତ। ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୨ ଓ୍ୱିକେଟ ହାତେଇଥିବା ବେଳେ କ୍ରିସ ଓ୍ୱକସ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇଥିଲେ। 


ରୋହିତ  ଓ କେଏଲ ରାହୁଲ ପାଳି ଆରମ୍ଭ କରିଥିଲେ। ସେମିଫାଇନାଲେରେ ମଧ୍ୟ ଫେଲ ମାରିଛନ୍ତି ଏହି ଓପନିଂ ଯୋଡ଼ି। କେଏଲ ରାହୁଲ ଓ ରୋହିତ ଶର୍ମା ଦମଦାର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଭାରତୀୟ ଓପନର୍  କେ.ଏଲ୍ ରାହୁଲ  ପୁଣିଥରେ ଟି-୨୦ ବିଶ୍ୱକପ୍‌ର ବଡ଼ ମ୍ୟାଚ୍‌ରେ ଫ୍ଲପ୍‌ ହୋଇଥିଲେ। ବଡ ଦଳ ବିପକ୍ଷରେ ସେ ଟିମ୍ ଇଣ୍ଡିଆକୁ ଏକ ଦମଦାର ଆରମ୍ଭ ଦେବାରେ ବିଫଳ ହୋଇଥିଲେ। ଇଂଲଣ୍ଡ ବିପକ୍ଷରେ ଗୋଟିଏ ଦମଦାର ଚୌକା ସହିତ ପାଳି ଆରମ୍ଭ କରିଥିବା ରାହୁଲ କିନ୍ତୁ ପରବର୍ତ୍ତି ମୂହୁର୍ତ୍ତରେ ୫ ରନ କରି ଆଉଟ ହୋଇଥିଲେ। ଦ୍ୱିତୀୟ ଓଭରର ଚତୁର୍ଥ ବଲରେ କ୍ରିସ ଭୋକସଙ୍କ ବଲରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ ରାହୁଲ। ପୁଣି ଥରେ ଫେଲ ମାରିଥିଲେ ରାହୁଲ। 


ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ରାହୁଲ ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ। ଯଦିଓ ସେ ଗତ ଦୁଇଟି ମ୍ୟାଚ୍‌ରେ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ବାଂଲାଦେଶ ଏବଂ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ଖେଳିଥିଲେ, ଏହା ପରେ ସେ ଫର୍ମକୁ ଫେରିଥିବା ପରି ମନେ ହେଉଥିଲା। କିନ୍ତୁ ତାଙ୍କ ବ୍ୟାଟରୁ ସେଭଳି ଏକ ବଡ଼ ସ୍କୋର ବାହାରିପାରିନଥିଲା। ପୁଣି ଥରେ ଟି-୨୦ ବିଶ୍ୱକପ୍‌ର ଶ୍ରେଷ୍ଠ ୮ଟି ଦଳ ବିପକ୍ଷରେ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।