Cricket News: ଆଇସିସି ପୁରୁଷ କ୍ରିକେଟ ୱାର୍ଲଡ କପ୍ ର ୧୩ ତମ ସଂସ୍କରଣ ଅକ୍ଟୋବର ୨୦୨୩ ରୁ ନଭେମ୍ବର ୨୦୨୩ ମଧ୍ୟରେ ଭାରତରେ ଖେଳାଯିବ। ଏହା ପ୍ରଥମ ଥର ହେଉଛି ଯେଉଁଠାରେ ଭାରତୀୟ ଟିମ ନିଜେ ଏତେ ବଡ଼ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବାକୁ ଯାଉଛି। ୱାର୍ଲଡ କପ୍ ୨୦୨୩ କୁ ନଜରରେ ରଖି ରୋହିତ ଓ ତାଙ୍କ ସେନା ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଭାରତୀୟ ଟିମରେ ସର୍ବଦା ବୋଲିଂ ପିଚ୍ କୁ ନେଇ ଦୁର୍ବଳତା ଦେଖିବାକୁ ମିଳିଛି। ମାତ୍ର ବର୍ତ୍ତମାନ ସମୟରେ ଟିମରେ ଥିବା ସ୍ପିଡ୍ ବୋଲରଙ୍କୁ ନେଇ କମ୍ପିଟିସନ ମଧ୍ୟ ବୃଦ୍ଧି ପାଇଗଲାଣି। ଏହିକ୍ରମରେ ଆଜି କଥା ହେବା ଭାରତୀୟ ଟିମର ପ୍ରମୁଖ ଖେଳାଳି ଜସପ୍ରିତ ବୁମରା, ମହମ୍ମଦ ଶାମୀ ଓ ଭୁବନେଶ୍ୱର କୁମାରଙ୍କୁ କିଏ ଭେଟିବେ ତିନି ଯୁବ ଖେଳାଳି।


COMMERCIAL BREAK
SCROLL TO CONTINUE READING

ଜସପ୍ରିତ ବୁମରା vs ଉମରାନ ମଲିକ: Jasprit bumrah vs Umran Malik
ଭାରତୀୟ ଟିମରେ ଯୁବ ପ୍ରତିଭା ତଥା ସ୍ପିଡ୍ ବୋଲର ଉମରାନ ମଲିକ ଆଇପିଏଲରୁ ହିଁ ଫ୍ୟାନ୍ସଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ନେଇସାରିଛନ୍ତି । ଯେବେ ତାଙ୍କୁ ଇଣ୍ଟରନ୍ୟାସନାଲ କ୍ରିକେଟରେ ଭାରତୀୟ ଟିମକୁ ଡେବ୍ୟୁ କରିବାକୁ ସୁଯୋଗ ମିଳିଥିଲା ସେ ଏଠାରେ ବି ନିଜର ଭଲ ପ୍ରଦର୍ଶନ ଦେଖାଇଛନ୍ତି । ମଲିକ୍ ଦିନକୁ ଦିନ ମୈଦାନରେ ଅଧିକରୁ ଅଧିକ ପରିପକ୍ୱ ହେବା ସହ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ଯଦି ସେ ଏହିପରି ଫର୍ମରେ ରହିଲେ ତେବେ ବୁମରା ଙ୍କ ପାଇଁ ୱାର୍ଲଡ କପ୍ ସମୟରେ ବିପଦ ସାବ୍ୟସ୍ତ ହୋଇପାରନ୍ତି। ସେହିପରି ବୁମରା ବାରମ୍ବାର ଆହତ କାରଣରୁ ତାଙ୍କ କ୍ୟାରିୟର ଉପରେ ଧିରେ ଧିରେ କଳାବାଦଲ ଦେଖାଦେଲାଣି।


ମହମ୍ମଦ ଶାମୀ vs ମହମ୍ମଦ ସିରାଜ Mohammed Shami vs Mohammed Siraj
ସେହିପରି ଭାରତୀୟ ଟିମର ପ୍ରମୁଖ ଖେଳାଳି ମହମ୍ମଦ ଶାମୀଙ୍କୁ ମଧ୍ୟ ଯୁବ ଖେଳାଳିଙ୍କ ଠାରୁ କଡା ଟକ୍କର ମିଳୁଛି। ରେଡ ବଲ୍ ଗେମରେ ପାଖାପାଖି ନିଜର ସ୍ଥାନ ପକ୍କା କରିଥିବା ମହମ୍ମଦ ସିରାଜ ହ୍ୱାଇଟ ବଲ୍ ଗେମରେ ମଧ୍ୟ ନିଜର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ସେପଟେ ଶାମୀ ମଧ୍ୟ ନିଜ କ୍ୟାରିୟରରେ ଶେଷ ସୋପାନ ରେ ପହଞ୍ଚିଗଲେଣି । ତେବେ ଏହି ସବୁ କାରଣରୁ ଯଦି ସିରାଜଙ୍କୁ ଶାମୀଙ୍କ ସ୍ଥାନରେ ୱାର୍ଲଡ କପ୍ ରେ ସ୍ଥାନ ମିଳିଗଲା ତେବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର କାରଣ ରହିବ ନାହିଁ। 


ଭୁବନେଶ୍ୱର କୁମାର vs ଅର୍ଶଦୀପ ସିଂ Bhuvneshwar kumar vs Arshdeep Singh
ଅନ୍ୟପଟେ ଅନୁଭବୀ ବୋଲର ଭୁବନେଶ୍ୱର କୁମାର ପୂର୍ବପରି ମୈଦାନରେ ଏତେ ଖତରନାକ ପ୍ରଦର୍ଶନ କରିପାରୁନାହାଁନ୍ତି। ସେହିପରି ଯୁବ ଖେଳାଳି ଅର୍ଶଦୀପ ସିଂ ମଧ୍ୟ ଖୁବ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ବଲକୁ ଉଭୟ ପଟୁ ଖେଳିବା କଳା ଅର୍ଶଦୀପଙ୍କୁ ବେଶ ଭଲ ଭାବେ ଜଣା।  ସେ ଓଭର ଆରମ୍ଭରୁ ହିଁ ୱିକେଟ ନେବାରେ କୌଣସି ହେଳା କରନ୍ତି ନାହିଁ। ଏହି କାରଣରୁ ଅର୍ଶଦୀପଙ୍କ ମଧ୍ୟରେ ଫ୍ୟାନ୍ସ ମାନେ ଭାରତୀୟ ଟିମ ପାଇଁ କିଛି ଅଧିକ ଆଶା କରି ରହିଛନ୍ତି।


Also Read: Hockey World Cup 2023: ପ୍ରଥମ ମ୍ୟାଚରେ ଭାରତ ସହ ମୁହାଁମୁହିଁ ହେବ ସ୍ପେନ, ଅଧିନାୟକ ଇଗ୍ଲେସିଆ ଦେଲେ ବଡ଼ ବୟାନ


Also Read: MS Dhoni: ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହେବେ କି ଧୋନୀ ! ଏହି ବୟାନରୁ ମିଳୁଛି କିଛି ଏମିତି ହିଣ୍ଟ୍