India vs Australia 3rd Test, PM Modi To Umesh Yadav: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (India vs Australia Test Series) ମଧ୍ୟରେ ଟିମ୍ ଇଣ୍ଡିଆ (Team India) ର ଜଣେ ଖେଳାଳି (Indian Fast Bowler) ଙ୍କ ପାଇଁ ଏକ ବଡ଼ ଓ ଦୁଃଖଦ ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଜଣେ ଖେଳାଳିଙ୍କ ବାପାଙ୍କର ଦେହାନ୍ତ ହୋଇଛି । କିନ୍ତୁ ଦେଶ ପାଇଁ କିଛି କରିବାକୁ ଆଗ୍ରହ ଥିବାରୁ ଏହି ଖେଳାଳି ଇନ୍ଦୋର ଟେଷ୍ଟରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଏକ ଚିଠି ଲେଖି ଏହି ଖେଳାଳିଙ୍କୁ ସାନ୍ତ୍ୱନା ଦେଇଛନ୍ତି । ଭାରତର ଦ୍ରୁତ ବୋଲର ଉମେଶ ଯାଦବଙ୍କ ବାପା ତିଲକ ଯାଦବଙ୍କ ବୁଧବାର ( ଫେବୃଆରୀ ୨୨) ନିଧନ ହୋଇଥିଲା । 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ତିଲକ ଯାଦବ (Tikal Yadav) ଗତ କିଛି ମାସ ଧରି ଅସୁସ୍ଥ ଥିଲେ । ଏହି କାରଣରୁ ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ଯେତେବେଳେ ଅବସ୍ଥା ସୁଧୁରି ନଥିଲା, ତାଙ୍କୁ ଘରକୁ ଅଣାଯାଇଥିଲା, ଯେଉଁଠାରେ ବୁଧବାର ସନ୍ଧ୍ୟାରେ ତାଙ୍କର ନିଧନ (Umesh Yadav Father Death) ହୋଇଛି । ତିଲକ ଯାଦବ (Tikal Yadav) ଯୁବାବସ୍ଥାରେ ଜଣେ ପ୍ରସିଦ୍ଧ କୁସ୍ତି ଖେଳାଳି ଥିଲେ । ତିଲକ ଯାଦବ ଉତ୍ତର ପ୍ରଦେଶର ପଡରୌନା ଜିଲ୍ଲାର ପୋକରଭିଣ୍ଡା ଗାଁର ବାସିନ୍ଦା ଥିଲେ । ୱେଷ୍ଟର୍ଣ୍ଣ କୋଲ୍ ଫିଲ୍ଡରେ ଚାକିରି ଯୋଗୁଁ ସେ ନିଜ ପରିବାର ସହିତ ନାଗପୁର ଜିଲ୍ଲାର ଖାପରଖଡାଠାରେ ଅବସ୍ଥିତ ଭାଲ୍ନି ଖଣିରେ ରହୁଥିଲେ। ତିଲକ ଯାଦବ ତାଙ୍କ ପଛରେ ଏକ ବଡ ପରିବାର ଛାଡ଼ି ଯାଇଛନ୍ତି । ତିଲକ ଯାଦବଙ୍କର ତିନି ପୁଅ କମଲେଶ, କ୍ରିକେଟର ଉମେଶ, ରମେଶ ଏବଂ ଗୋଟିଏ ଝିଅ ଅଛନ୍ତି । ନାଗପୁର ଜିଲ୍ଲାର କୋଲାର ନଦୀ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।


ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଏକ ଚିଠି ଲେଖି ଉମେଶ ଯାଦବ (Umesh Yadav) ଙ୍କୁ ସାନ୍ତ୍ୱନା ଦେଇଛନ୍ତି । ପିଏମ ମୋଦି ଲେଖିଛନ୍ତି ଯେ, "ଆପଣଙ୍କର ବାପାଙ୍କ ବିଷୟରେ ଜାଣି ଦୁଃଖ ଲାଗିଲା ।" ଅଷ୍ଟ୍ରେଲିଆ ବିପକ୍ଷ ଇନ୍ଦୋର ଟେଷ୍ଟ ଶେଷ ହେବା ପରେ ଉମେଶ ଯାଦବ ସୋସିଆଲ ମିଡିଆରେ ପିଏମ ମୋଦିଙ୍କଠାରୁ ମିଳିଥିବା ଚିଠିକୁ ସେୟାର କରିଛନ୍ତି । ତାଙ୍କୁ ସାହସ ଦେଇଥିବାରୁ ଉମେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ୟାପଟେନ ରୋହିତ ଶର୍ମା ଉମେଶ ଯାଦବଙ୍କୁ ଇନ୍ଦୋର ଟେଷ୍ଟରେ ଦଳର ଚୂଡ଼ାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ଦେଇଥିଲେ । ଏହି ମ୍ୟାଚରେ ଉମେଶ ଯାଦବ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଉମେଶ ଯାଦବ ଇନ୍ଦୋର ଟେଷ୍ଟର ପ୍ରଥମ ଇନିଂସରେ ୧୩ ବଲ ସମ୍ମୁଖୀନ ହୋଇ ୧୭ ରନ କରିଥିଲେ । ଦ୍ୱିତୀୟ ଇନିଂସରେ ଉମେଶ ଯାଦବ ୫ ଓଭର ବୋଲିଂ କରିବାବେଳେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ ।


ଅଧିକ ପଢ଼ନ୍ତୁ:-ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର; ବଦଳିଯିବ ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବା ସମୟ; ଜାଣନ୍ତୁ କାହିଁକି


ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିଲା ହୋଲିର ସବୁଠାରୁ ବଡ଼ ଉପହାର; ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଅର୍ଥମନ୍ତ୍ରୀ କଲେ ଘୋଷଣା


ଅଧିକ ପଢ଼ନ୍ତୁ:-କେବଳ ଜୀବିତ ମହିଳାଙ୍କ ସହ ନୁହେଁ ବରଂ ମୃତ ଶରୀର ସହ ବି ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି ଏହି ବାବା! ଜାଣନ୍ତୁ ଏହା ପଛର କାରଣ


 


ଏହି ମ୍ୟାଚ୍ ପୂର୍ବରୁ ଉମେଶ ଯାଦବ (Umesh Yadav) ଟିମ୍ ଇଣ୍ଡିଆ ପାଇଁ ୫୫ଟି ଟେଷ୍ଟ ଖେଳିଛନ୍ତି ଯେଉଁଥିରେ ସେ ୧୬୮ ୱିକେଟ୍ ନେଇଥିଲେ । ସେ ଭାରତ ପାଇଁ ୭୫ଟି ODI ଓ ୯ଟି ଟି-20 ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ୬.୦୧ ଇକୋନୋମି ସହ ଓମେଶ ଯାଦବ ODI ରେ ୧୦୬ ୱିକେଟ୍ ନେଇଥିବାବେଳେ ଟି-20ରେ ୧୨ ୱିକେଟ୍ ନେଇଛନ୍ତି । ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ବୋଲରମାନଙ୍କ ମଧ୍ୟରୁ ଉମେଶ ଯାଦବ ଅନ୍ୟତମ ।