IND U19 vs BAN U19: ଶନିବାର ଦିନ ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୪ ବାଂଲାଦେଶ ବୋଲର ଆରିଫୁଲ ଇସଲାମଙ୍କ ସହ ଭାରତ ଅଧିନାୟକ ଉଦୟ ସାହାରନ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ସମୟ ଧରି ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦୀର୍ଘ ସମୟ ଧରି ପଡ଼ିଆରେ ଉତ୍ତେଜନା ଦେଖାଦେଇଥିଲା। ଏହି ମାମଲାକୁ ଶାନ୍ତ କରିବା ପାଇଁ ଅମ୍ପାୟାରମାନଙ୍କୁ ହସ୍ତକ୍ଷେପ କରିବାକୁ ମଧ୍ୟ ପଡ଼ିଲା।


COMMERCIAL BREAK
SCROLL TO CONTINUE READING

କହିରଖୁଛୁ ଯେ ଭାରତ ଓ ବାଂଲାଦେଶ ଆଇସିସି ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୪ ରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ଦିନ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଧାର୍ଯ୍ୟ ୫୦ ଓଭରରେ ୭ ୱିକେଟ୍ ହରାଇ ଭାରତ ୨୫୧ ରନ୍ ସଂଗ୍ରହ କରିଛି। କ୍ୟାପଟେନ ଉଦୟ ଓ ଆଦର୍ଶ ଭାରତ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।


୨୫ ତମ ଓଭରରେ ଘଟିଥିଲା ​​ଏହି ଘଟଣା 
ଭାରତର ଇନିଂସ ସମୟରେ ଏକ ଘଟଣା ଦେଖିବାକୁ ମିଳିଥିଲା, ​​ଯେତେବେଳେ ଭାରତୀୟ ଅଧିନାୟକ ଉଦୟ ଓ ବାଂଲାଦେଶ ବୋଲର ଆରିଫୁଲ ଇସଲାମଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ୨୫ ଓଭରର ଦ୍ୱିତୀୟ ବଲରେ ଏହି ଘଟଣା ଘଟିଥିଲା ​। ଆରିଫୁଲ୍ ଇସଲାମ ତାଙ୍କର ଦ୍ୱିତୀୟ ଓଭର ବୋଲିଂ କରୁଥିଲେ, ଉଦୟ ତାଙ୍କ ସାମ୍ନାରେ ବ୍ୟାଟିଂ କରୁଥିଲେ। ସର୍ଟ ଫାଇନ୍ ଲେଗ୍ ଆଡ଼କୁ ଖେଳି ଉଦୟ ଗୋଟିଏ ରନ୍ ନେଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଆରିଫୁଲ ଏହା ପରେ ଅତ୍ୟନ୍ତ ନିରାଶ ହୋଇଥିଲେ ଓ ଭାରତୀୟ ଅଧିନାୟକଙ୍କୁ କିଛି ଅପମାନଜନକ କଥା କହିଥିଲେ।



ଭାରତର ପାଞ୍ଚ ଜଣ ବ୍ୟାଟ୍ସମ୍ୟାନକୁ ଆଉଟ୍ କରିଥିଲେ ମାରୁଫ ମ୍ରିଧା 
ଏହାର ଜବାବରେ ଉଦୟ ସାହାରନ ମଧ୍ୟ ଆରିଫୁଲଙ୍କୁ କିଛି କହିଥିଲେ ଓ ପଡ଼ିଆରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ପଡିଆରେ ଉଭୟଙ୍କ ମଧ୍ୟର  ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ବର୍ତ୍ତମାନ ସେମାନଙ୍କ ଝଗଡ଼ାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣଙ୍କୁ କହି ରଖୁଛୁ ଯେ ଭାରତୀୟ ଅଧିନାୟକ ଉଦୟ ଦଳକୁ ସମ୍ମାନଜନକ ସ୍କୋରକୁ ନେବା ପାଇଁ ଓପନର୍ ଆଦର୍ଶ ସିଂଙ୍କ ସହ ମଶି ୧୧୬ ରନର ଭାଗିଦାରୀ କରିଥିଲେ। ବାଂଲାଦେଶର ମାରୁଫ ମ୍ରିଧା ପାଞ୍ଚ ୱିକେଟ୍ ନେଇଥିଲେ।