Vijay Hazare Trophy, ବେଙ୍ଗାଲୁରୁ: ଭାଙ୍ଗିଲା ଇଂଲଣ୍ଡର ବିଶ୍ୱ ରେକର୍ଡ। କ୍ରିକେଟ ଜଗତରେ ଇତିହାସ ରଚିଲା ତାମିଲନାଡୁ। କ୍ରିକେଟ ଇତିହାସରେ ପ୍ରଥମ ଦଳ ଭାରେ ତାମିଲନାଡୁ ମାତ୍ର ୫୦ ଓଭରରେ ୫୦୦ରୁ ଊର୍ଦ୍ଧ୍ୱ ରନ କରିଛି। ସୋମବାର, ବିଜୟ ହଜାରେ ଟ୍ରଫିରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ତାମିଲନାଡୁ ୫୦୬ ରନ କରିଛି। ଚଳିତ ବର୍ଷରେ ନେଦରଲାଣ୍ଡ ବିପକ୍ଷରେ ୪୯୮ ରନ କରି ଇଂଲଣ୍ଡ ବିଶ୍ୱ ରେକର୍ଡ କରିଥିଲା। 


COMMERCIAL BREAK
SCROLL TO CONTINUE READING

ସୋମବାର ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫିର ଷଷ୍ଠ ରାଉଣ୍ଡ ମ୍ୟାଚ ଖେଳାଯାଇଥିଲା। ଏଥିରେ ଗ୍ରୁପ ସି-ରେ ଥିବା ତାମିଲନାଡୁ ଓ ଅରୁଣାଚଳ ମଧ୍ୟରେ ଲଢେଇ ହୋଇଥିଲା। ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ମାତ୍ର ଦୁଇଟି ୱିକେଟ ହରାଇ ୫୦୬ ରନ କରିଥିଲା। ଓପନର ଯୋଡି ଦମଦାର ପ୍ରଦର୍ଶନ କରି ୪୧୬ ରନ କରିଥିଲେ। ସାଇ ସୁଦର୍ଶନ ୧୦୨ଟି ବଲରେ ୧୫୬ ରନ କରିଥିବା ବେଳେ ଏନ ଜଗଦିସନ ୧୪୧ ବଲରେ ୨୭୭ ରନ କରିଛନ୍ତି। ଅପରାଜିତ ଓ ଇନ୍ଦ୍ରଜିତ ଉଭୟେ ଅପରାଜିତ ୩୧-୩୧ ରନ କରିଛନ୍ତି। 


Also Read: ସୂର୍ଯ୍ୟକୁମାର ବର୍ତ୍ତମାନ ଟି-20ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ନୁହଁନ୍ତ, କାରଣ କହିଲେ ଏହି ବୋଲର


 



 


ଦିନିକିଆରେ ୫୦୦ ରନ କରିବାରେ ତାମିଲନାଡୁ ବିଶ୍ୱର ପ୍ରଥମ ଦଳ। ତାମିଲନାଡୁ ପୂର୍ବରୁ ଇଂଲଣ୍ଡ ଏହି ରେକର୍ଡ କରିଥିଲା। ଚଳିତ ବର୍ଷରେ ଇଲଣ୍ଡ ନେଦରଲାଣ୍ଡ ବିପକ୍ଷରେ ୪ ୱିକେଟ ହରାଇ ୪୯୮ ରନ କରିଥିଲା। ଏହି ମ୍ୟାଚରେ ନେଦରଲାଣ୍ଡ ୨୩୨ ରନରେ ପରାସ୍ତ ହୋଇଥିଲା। ଅରୁଣାଚଳ ବିପକ୍ଷ ମ୍ୟାଚରେ ଏନ ଜଗଦିସନ ଏକାଧିକ ରେକର୍ଡ କରିଛନ୍ତି। ସେ ସିଂହଳ ଲିଜେଣ୍ଟ ସାଙ୍ଗାକାରଙ୍କ ଶତକୀୟ ରେକର୍ଡ ଭାଙ୍ଗିଛନ୍ତି। ଏହା ସହ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ଏନ ଜଗଦିସନ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି।



ବିଜୟ ହଜାରେ ଟ୍ରଫିରେ ରେକର୍ଡ ତାଲିକା-


  • ସର୍ବାଧିକ ବ୍ୟକ୍ତିଗତ ସ୍କୋର - ୨୭୭ (ଏନ ଜଗଦିସନ)

  • ସର୍ବାଧିକ ପାର୍ଟନରସିପ୍- ୪୧୬ (ଏନ ଜଗଦିସନ ଓ ସାଇ ସୁଦର୍ଶନ)

  • ସର୍ବାଧିକ ଶତକ- ୫ (ଏନ ଜଗଦିସନ)

  • ସର୍ବାଧିକ ଛକା- ୧୫ (ଏନ ଜଗଦିସନ)

  • ଦ୍ୱିତୀୟ ସର୍ବାଧିକ ବାଉଣ୍ତାରୀ- ୪୦ 

  • ଦ୍ରୁତତମ ଦ୍ୱିଶତକ- ୧୧୪ ବଲ

  • ସର୍ବାଧିକ ଦଳୀୟ ସ୍କୋର- ୫୦୬