Asia Cup: ଇଣ୍ଡିଆନ କ୍ରିକେଟ ଟିମ (Indian Cricket Team)ର ମହାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଙ୍କ ବ୍ୟାଟିଂରୁ ଏକ ଶତକ (Century) ବାହାରିଛି। ସେ ତାଙ୍କର ୭୦ରୁ ୭୧ ତମ ଅନ୍ତର୍ଜାତୀୟ ଶତକରେ ପହଞ୍ଚିବା ପାଇଁ ୧୦୨୦ ଦିନ ଅପେକ୍ଷା କରିଥିଲେ। ଏହି ଅପେକ୍ଷା ତାଙ୍କର ଅଧିକରୁ ଅଧିକ ଲମ୍ବା ହୋଇଯାଉଥିଲା। କିନ୍ତୁ ଆଜି ଆଫଗାନିସ୍ତାନ ବିରୋଧରେ ଖେଳାଯାଇଥିବା ଏସିଆ କପର ଏକ ମ୍ୟାଚରେ ବିରାଟ ଏକ ଶତକ ହାସଲ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏହା ତାଙ୍କର ପ୍ରଥମ ଶତକ, କିନ୍ତୁ ବିରାଟଙ୍କ ବ୍ୟାଟରୁ ବାହାରିଥିବା ଏହା ୭୧ ତମ ଶତକ।


COMMERCIAL BREAK
SCROLL TO CONTINUE READING

୨୦୧୯ ମସିହା ନଭେମ୍ବର ୨୩ ତାରିଖରେ ବିରାଟଙ୍କ ବ୍ୟାଟରୁ ଶେଷ ଶତକ ଆସିଥିଲା। ଯେତେବେଳେ ସେ ବାଂଲାଦେଶ ବିପକ୍ଷ ପିଙ୍କ ବଲ୍ ଟେଷ୍ଟ ମ୍ୟାଚରେ ଏକ ଶତକ ହାସଲ କରିବାରେ ସଫଳ ହୋଇଥିଲେ। ଏଥିସହିତ ବିରାଟ ଆଫଗାନିସ୍ତାନ ବିପକ୍ଷରେ ୫୩ଟି ବଲରେ ୧୨୨ ରନ୍ ପୂରଣ କରିଛନ୍ତି। ଏଥିସହିତ ଏସିଆ କପ୍ ୨୦୨୨ର ସୁପର ୪ ମ୍ୟାଚରେ ସେ ୧୧ଟି ଚଉକା ଓ ୪ଟି ଛକା ମାରିଥିଲେ। ଏହି ମ୍ୟାଚରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୮୮.୬୮ ଥିଲା, ଯାହା କୌଣସି ଛୋଟ କଥା ନୁହେଁ।