Virat Kohli ICC Awards: ଗୁରୁବାର ଦିନ ଆଇସିସି ଏହାର ଅନେକ ପ୍ରମୁଖ ପୁରସ୍କାର ବିଜେତା ନାମ ଘୋଷଣା କରିଛି। ଯେଉଁଥିରେ ଭାରତର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୩ ବର୍ଷ ପାଇଁ ଆଇସିସି ODI କ୍ରିକେଟ ଅଫ୍ ଦି ଇୟର (ICC ODI Cricketer of the Year) ଭାବରେ ମନୋନୀତ ହୋଇଛନ୍ତି। କୋହଲି ଗତ ବର୍ଷ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଏହି ଆଧାରରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇବାରେ ସକ୍ଷମ ହୋଇଥିଲେ। ଏହି ପୁରସ୍କାର ପାଇବା ପାଇଁ ଭାରତର ଶୁବମନ ଗିଲ ଓ ଦ୍ରୁତ ବୋଲର ମହମ୍ମଦ ଶାମି ରେସରେ ସାମିଲ୍ ଥିବାବେଳେ, ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ମଧ୍ୟ ରେସରେ ଥିଲ । ତେବେ ଏସବୁକୁ ପଛରେ ପକାଇ କୋହଲି ଏହି ବଡ଼ ପୁରସ୍କାର ଜିତିଛନ୍ତି ଓ ଏହି ପୁରସ୍କାର ଚାରିଥର ଜିତିଥିବା ପ୍ରଥମ କ୍ରିକେଟର ହୋଇ ପାରିଛନ୍ତି।


COMMERCIAL BREAK
SCROLL TO CONTINUE READING

୨୦୨୩ ବର୍ଷ ପୂର୍ବରୁ, ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ମଧ୍ୟ ୨୦୧୨, ୨୦୧୮ ଓ ୨୦୧୮ ରେ ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ଏସବୁ ବର୍ଷର ଶ୍ରେଷ୍ଠ ODI କ୍ରିକେଟର ହେବାର କୃତିତ୍ୱ ହାସଲ କରିଥିଲେ। କୋହଲି ଦକ୍ଷିଣ ଆଫ୍ରିକାର ଭେଟେରାନ୍ ଏବି ଡି ଭିଲିୟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ବର୍ଷର ବାର୍ଷିକ ଶ୍ରେଷ୍ଠ ODI ଖେଳାଳି ହେବାର ସଫଳତା ୩ଥର (୨୦୧୦, ୨୦୧୪, ୨୦୧୫) ହାସଲ କରିଛଥିଲେ।


ଗତ ବର୍ଷ ବିରାଟ କୋହଲି ବହୁତ ରନ୍ ସ୍କୋର କରିଥିଲେ ଏବଂ ତାଙ୍କ ନାମରେ ମଧ୍ୟ ଅନେକ ବଡ଼ ରେକର୍ଡ ବନିଥିଲା। ଯେଉଁଥିରେ ODI ରେ ଅଧିକାଂଶ ଶତକ ଲଗାଇବାର ରେକର୍ଡ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ୨୦୨୩ ମସହାରେ କୋହଲି ୧୩୭୭ ରନ୍ ସ୍କୋର କରିଥିଲେ ଓ ଗିଲଙ୍କ ପରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ। ବିଶ୍ୱକପ୍‌ରେ ମଧ୍ୟ ସେ ୭୬୫ ରନ୍ ସ୍କୋର କରିଥିଲେ, ଯାହାକି ଗୋଟିଏ ସଂସ୍କରଣରେ କୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ରନ୍। ତାଙ୍କୁ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ଭାବରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ଡାହାଣହାତୀ ଖେଳାଳି ବୋଲିଂରେ ୧ ୱିକେଟ୍ ନେଇଥିଲେ ଓ ଫିଲ୍ଡିଂରେ ୧୨ଟି କ୍ୟାଚ୍ ଧରିଥିଲେ। ଏହି ଉଜ୍ଜ୍ୱଳ ପ୍ରଦର୍ଶନ ଯୋଗୁଁ ସେ ODI କ୍ରିକେଟର ଅଫ୍ ଦି ଇୟର ହେବାରେ ସଫଳ ହୋଇଛନ୍ତି।


ମହିଳା ବର୍ଗରେ ଶ୍ରୀଲଙ୍କା ଅଧିନାୟକ ଚମାରି ଅଟାପାଟ୍ଟୁ ଆଇସିସି ODI କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। ପୁରସ୍କାର ପାଇବା ପାଇଁ ଅଟାପାଟ୍ଟୁ ଅଷ୍ଟ୍ରେଲିଆର ଆଶଲି ଗାର୍ଡନର୍, ନ୍ୟୁଜିଲ୍ୟାଣ୍ଡର ଆମେଲିଆ କେରେ ଓ ଇଂଲଣ୍ଡର ନାଟାଲୀ ଶେଭର-ବ୍ରଣ୍ଟଙ୍କୁ ପଛରେ ପକାଇ ଦେଇଥିଲେ। ଏହି ଖେଳାଳି ଗତ ବର୍ଷ ୮ ଟି ODI ମ୍ୟାଚ୍ ରେ ୪୧୫ ରନ୍ ସଂଗ୍ରହ କରିଥିଲେ ଏବଂ ବୋଲିଂରେ ୧ ୱିକେଟ୍ ନେବାରେ ମଧ୍ୟ ସଫଳ ହୋଇଥିଲେ।