Indian Cricketer Aakash Chopra: ଚଳିତ ବର୍ଷ ଆୟୋଜିତ ହେଉଥିବା ଏସିଆ କପ୍ କେଉଁଠାରେ ଆୟୋଜିତ ହେବ ତାହାକୁ ନେଇ ଚାଲିଥିବା ବିବାଦ ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଏସିଆନ କ୍ରିକେଟ କାଉନସିଲ ଅନୁଯାୟୀ କିଛି ମ୍ୟାଚ୍ ପାକିସ୍ତାନ ଠାରେ ଏବଂ କିଛି ଶ୍ରୀଲଙ୍କା ଠାରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଥିବା ମ୍ୟାଚ୍ କେବଳ ଶ୍ରୀଲଙ୍କା ଠାରେ ଖେଳାଯିବ। ଏସିଆ କପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ଯାତ୍ରା କରିବ ନାହିଁ। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୭ ଥର ଏସିଆ କପ୍ ଜିତିଛି। 


COMMERCIAL BREAK
SCROLL TO CONTINUE READING

ହେଲେ କ'ଣ ଆପଣ ଜାଣିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (Board of Control for Cricket in India) ବିସିସିଆଇ (BCCI) ଏସିଆ କପ୍ ପ୍ରସାରଣରୁ (Asia Cup Broadcast in India) ଅର୍ଜିତ ଟଙ୍କାକୁ ନିଜ ପାଖରେ ରଖେ ନାହିଁ। ଭାରତୀୟ ଦଳର ପୂର୍ବତନ କ୍ରିକେଟର (Team India Former cricketer) ଆକାଶ ଚୋପ୍ରା (Indian Cricketer Aakash Chopra) ଏ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି।


ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଆକାଶ ଚୋପ୍ରା ନିଜ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଏ ସମ୍ପର୍କରେ ଜଣାଇଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା କରି ପୂର୍ବତନ କ୍ରିକେଟର ଜଣଙ୍କ କହିଛନ୍ତି, ଶେଷରେ ଏସିଆ କପ୍ (Asia Cup 2023) ବିବାଦ ଶେଷ ହୋଇଛି। ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହେଁ ଯେ ଯେଉଁ ଦିନ ଠାରୁ ଏସିଆ କପ୍ ଆରମ୍ଭ ହୋଇଛି ସେହି ଦିନ ଠାର ରାଜସ୍ୱ ଏହି ଟୁର୍ଣ୍ଣାମେଣ୍ଟ ପ୍ରସାରଣରୁ ଆସୁଛି। ହେଲେ ଆଜି ପର୍ଯ୍ୟନ୍ତ ବିସିସିଆଇ ଏସିଆ କପ୍ ପ୍ରସାରଣରୁ ଗୋଟିଏ ଟଙ୍କା ନେଇନାହିଁ। ବିସିସିଆଇ କେବେ ହେଲେ ଏସିଆନ କ୍ରିକେଟ କାଉନସିଲ (Asian Cricket Council) ଏସିସି (ACC) ଟଙ୍କା ନିଏ ନାହିଁ।


କ୍ରିକେଟର ଆକାଶ ଚୋପ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଥର ବିସିସିଆଇ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ହୋଇଥାଏ, ତାହେଲେ ଏଥିରୁ ଏସିସି ପାଖକୁ କିଛି ଭାଗ ପଠାଇ ଦେଇଥାଏ। ଯାହା ଫଳରେ ଯେଉଁ ଦେଶରେ କ୍ରିକେଟ୍ ବିକାଶ ଲାଗି ପାଣ୍ଠି ଆବଶ୍ୟକ, ତାହାକୁ ସେହି ଦେଶର କ୍ରିକେଟ ବୋର୍ଡ ପାଖକୁ ପଠାଇ ଦିଆଯାଇଥାଏ। ବିସିସିଆଇ ଏସିସି ପାଖରୁ ଗୋଟିଏ ହେଲେ ଟଙ୍କା ନିଏ ନାହିଁ। ବିସିସିଆଇ କେବେ ଅଳ୍ପ ପରିମାର ରାଜସ୍ୱ ଆଦାୟ କରିବାକୁ  ଚାହେଁ ନାହିଁ। କାରଣ ବିସିସିଆଇ ପାଖରେ ବେଶ ମୋଟା ଅଙ୍କର ରାଜସ୍ୱ ରହିଛି। ହେଲେ ଅନ୍ୟ କୌଣସି ଦେଶ ଏହା କରନ୍ତି ନାହିଁ। ଶ୍ରୀଲଙ୍କା, ପାକିସ୍ତାନ ହେଉ କିମ୍ବା ଅନ୍ୟ କୌଣସି ଦେଶ ସମସ୍ତେ ନିଜ ଟଙ୍କା ନିଜ ପାଖରେ ରଖିଥାନ୍ତି।


ଆପଣଙ୍କୁ କହିରଖୁଛୁ ଯେ ଯେ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ (Wealthiest Cricket Board in the World)। ବିଗତ କିଛି ବର୍ଷ ଧରି ବିସିସିଆଇ କ୍ରିକେଟ୍ କ୍ଷେତ୍ରରେ ବହୁ ବିସ୍ତାର କରିଛି। ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ନିଟ୍ ମୂଲ୍ୟ ହେଉଛି ପ୍ରାୟ ୨ ବିଲିୟନ ଆମେରିକୀୟ ଡଲାର। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ହେଉଛି ପ୍ରାୟ ୧୬ ହଜାର କୋଟି ଟଙ୍କା। ବିସିସିଆଇର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (Indian Premier League) ଆଇପିଏଲ (IPL) ମାଧ୍ୟମରେ ଏହାର ସର୍ବାଧିକ ରୋଜଗାର କରିଥାଏ।